ଭଗବାନ ଶିବଙ୍କ ଅନୁଯାୟୀ , ଏହି ସାତୋଟି କଥା କେବେବି ଅନ୍ୟକୁ କହିବା ଉଚିତ ନୁହେଁ । ମନେ ରଖନ୍ତୁ…….

ଦୁନିଆରେ ଏମିତି କେହିବି ମନୁଷ୍ୟ ନାହିଁ ଯାହାର ଜୀବନରେ ଦୁଃଖ କଷ୍ଟ ନଥାଏ । କିନ୍ତୁ ଏହା ସେମାନଙ୍କ ଭୁଲ କାରଣରୁ ହିଁ ହୋଇଥାଏ । ଏହିସବୁ ଭୁଲରୁ ମନୁଷ୍ୟ ବର୍ତ୍ତି ପାରିବ । ଏହି ବିଷୟରେ ସ୍ବୟଂ ଭଗବାନ ଶିବ ତାହାର ପ୍ରତିକାର ଏବଂ ଉପାୟ ବିଷୟରେ କହିଛନ୍ତି । ଭଗବାନ ଶିବ ଏହି ପୃଥିବୀରେ ମନୁଷ୍ୟ ସହିତ ହିଁ ବାସ କରନ୍ତି । ମନୁଷ୍ୟ କେଉଁ ସାତୋଟି ଭୁଲରୁ ବର୍ତ୍ତିବା ଉଚିତ ତାହା ମଧ୍ୟ ମନୁଷ୍ୟ ଜାଣିନେବା ଉଚିତ । ଥରେ ଭଗବାନ ଶିବ ଏବଂ ମାତା ପାର୍ବତୀ ସାଥିରେ ପୃଥିବୀ ଭ୍ରମଣ ପାଇଁ ବାହାରନ୍ତି । ସେମାନେ ଅମୀରଚନ୍ଦ ନାମକ ଜଣେ ବ୍ୟକ୍ତିକୁ ଖୁବ ଦୁଃଖୀ ଏବଂ ଉଦାସୀନ ଥିବା ଦେଖନ୍ତି । ଯାହାକୁ ଦେଖି ମାତା ପାର୍ବତୀଙ୍କ ମନରେ ତାଙ୍କ ଦୁଃଖକୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ ହେଲା ।

ଏହା ଜାଣିବା ପାଇଁ ମାତା ପାର୍ବତୀ ଭଗବାନ ଶିବଙ୍କୁ ସେହି ବ୍ୟକ୍ତି ଦୁଃଖୀ ରହିବାର କାରଣ ପଚାରିଛନ୍ତି । ଭଗବାନ ଶିବ କହିଛନ୍ତି ଯେ ଯେଉଁ ମଣିଷ ଜୀବନରେ ସାତୋଟି ଭୁଲ କରିଥାଏ ସେହି ବ୍ୟକ୍ତିର ଜୀବନରେ ସବୁବେଳେ ଦୁଃଖ ଲାଗି ରହିଥାଏ । ମନୁଷ୍ୟ କହିଥାଏ ଯେ ଧୀରେ କହିବା ଉଚିତ । କିନ୍ତୁ ସେ ତାହାକୁ ପାଳନ କରି ନଥାଏ ଏବଂ ନିହର ସବୁ ସାଧାରଣ କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା କାହାକୁ କହି ଦେଇଥାଏ । ଯେଉଁ କାରଣରୁ ତାକୁ ଜୀବନସାରା ଦୁଃଖ ସହିବାକୁ ପଡ଼ିଥାଏ । ଏହାପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମୀରଚନ୍ଦ ବିଷୟରେ କିଛି ଏମିତି କଥା କହନ୍ତି ଯାହା ତାର ଦୁଃଖର କାରଣ ଅଟେ । ଅମୀର ଚନ୍ଦ ଖୁବ ଗରିବ ଥିଲା ଏବଂ ତାର ପିଲାଛୁଆ ଏବଂ ପତ୍ନୀ ସହିତ ରହୁଥିଲା ।

କିନ୍ତୁ ଘରେ ଅଭାବ ଅନଟନ ରହିଥିବାରୁ ସେ ସବୁଦିନ କାମ ଖୋଜିବାକୁ ଯାଉଥିବା କିନ୍ତୁ ତାକୁ କେହିବି କାମ ଦେଉ ନଥିଲେ । ଘରେ ସ୍ତ୍ରୀ ତା ଉପରେ କାମ କରିବାକୁ ଚାପ ପକାଉଥିଲା । କିନ୍ତୁ ଯେତେବେଳେ ସେ ନିଜ ସ୍ତ୍ରୀକୁ ନିଜ ସମସ୍ୟା କହିଲା ସେତେବେଳେ ସ୍ତ୍ରୀ କହିଲା ଯେ ” ତୁମେ ଯେଉଁଠି କାମ ଖୋଜିବାକୁ ଯାଉଛ ସେହି ଲୋକ ପାଖକୁ ପୁଣିଥରେ ଯାଇ ନିଜ ପରିସ୍ଥିତି ବିଷୟରେ କହିବା ଉଚିତ । ” ଏହା ଶୁଣି ଅମୀରଚନ୍ଦ ତାହାହିଁ କରିବ ବୋଲି କହେ । ଅମୀର ଚନ୍ଦ ପୁଣିଥରେ ସେହି ସେଠ ପାଖକୁ ଯାଇ ନିଜ ସମସ୍ୟା ବିଷୟରେ କହିବାରୁ ସେହି ସେଥ ଦୟା କରି ତାକୁ କାମରେ ରଖିଲା । ଖୁବ ପରିଶ୍ରମ ସତ୍ତ୍ୱେବି ସେଠ ତାକୁ ଅନ୍ୟ ଲୋକଙ୍କ ତୁଳନାରେ କଣ ଟଙ୍କା ଦେଉଥିଲା ।

ଯାହା ଜାଣିବା ପରେ ସେ ଯେତେବେଳେ ଅଭିଯୋଗ ଆଣିଲା ସେତେବେଳେ ସେଠ କ୍ରୋଧିତ ହୋଇଗଲା ଏବଂ କହିଲା ତାର ପରିସ୍ଥିତି ଦେଖି ସେ ତାକୁ କାମ ଦେଇଥିଲା ସେ ଅଭିଯୋଗ କରିବା ଉଚିତ ନୁହେଁ । କିନ୍ତୁ ନିଜ ଆତ୍ମସମ୍ମାନ ନଷ୍ଟ ହେବାରୁ ଅମୀର ଚନ୍ଦ ସେହି ସେଠଙ୍କ ପାଖରେ କାମ ଛାଡ଼ି ଦେଲା । କିନ୍ତୁ ନିଜେ ସବୁ ଜମା ପୁଞ୍ଜି ସରିଯିବା ପରେ ଅମୀର ଚନ୍ଦ ନିଜର ବନ୍ଧୁ ବର୍ଗଙ୍କୁ ସହାୟତା ମାଗିବାରେ ଲାଗିଲା । ସମସ୍ତେ ତାକୁ ଦୟା ଦେଖାଉଥିଲେ କିନ୍ତୁ କେହିବି ତାକୁ ସାହାଯ୍ୟ କରୁ ନଥିଲେ ଏବଂ ପଛରେ ତାର ପରିହାସ କରୁଥିଲେ । କାରଣ ଯେଉଁ ସେଠ ତାକୁ ଖରାପ ସମୟରେ ସାହାଯ୍ୟ କରିଥିଲା ତାକୁ ହିଁ ସେ ଛାଡ଼ି ଦେଇଥିଲା ।

ଏହା ଦେଖି ଅମୀର ଚନ୍ଦ ବୁଝିଗଲା ଯେ ଦୁଃଖ ସମୟରେ ପ୍ରିୟଜନ ବନ୍ଧୁ କେହିବି ସାହାଯ୍ୟ କରନ୍ତିନି କେବଳ ଦୟାର ପାତ୍ର ଭାବନ୍ତି । ଅମୀର ଚନ୍ଦ ଥରେ ପାଖ ଗାଁକୁ ଆସିଥିବା ଜଣେ ଶିବ ଭକ୍ତଙ୍କୁ ଦେଖି ନିଜ ସମସ୍ୟା ପଚାରିବାକୁ ଗଲେ ଏବଂ ନତ ମସ୍ତକ କରି ତାଙ୍କୁ ପଚାରିଲେ । ଉତ୍ତରରେ ଶିବ ଭକ୍ତ କହନ୍ତି ଯେ ଅମୀର ଚନ୍ଦ ନିଜ ମୁର୍ଖତା ଏବଂ ଭୁଲ କାରଣରୁ ହିଁ ନିଜର ସମସ୍ୟା ବଢ଼ାଇ ଦେଇଛି । ଏହାପରେ ସେ ସାତୋଟି କଥା କହନ୍ତି ଯାହାକୁ ମନୁଷ୍ୟ କେବେବି କାହାକୁ କହିବା ଉଚିତ ନୁହେଁ ।

ପ୍ରଥମ କଥା ହେଉଛି କେହିବି ନିଜ ଦୁଃଖ ଏବଂ ପରିସ୍ଥିତି ବିଷୟରେ କାହାକୁ କହିବା ଉଚିତ ନୁହେଁ । କେବେବି ବିତି ଯାଇଥିବା ଅତୀତ ଏବଂ ଭବିଷ୍ୟତର ରଣନୀତି ବିଷୟରରେ କାହାକୁ କହିବା ଉଚିତ ନୁହେଁ । ନିଜର ଘର କଥାକୁ କେବେ କୌଣସି ବାହାର ଲୋକକୁ କହିବା ଉଚିତ ନୁହେଁ । ନିଜର କମ କିମ୍ବା ଅଧିକ ଥିବା ଆୟ ସମ୍ପର୍କରେ କାହାକୁ କହିବା ଉଚିତ ନୁହେଁ । ନିଜର ଦୁର୍ବଳତା ଏବଂ କ୍ଷମତା ବିଷୟରେ କାହାକୁ କହିବା ଉଚିତ ନୁହେଁ । ଏହାବ୍ୟତୀତ ନିଜ ମିତ୍ର ଏବଂ ଶତ୍ରୁ ବିଷୟରେ କାହାକୁ କହିବା ଉଚିତ ନୁହେଁ । ନିଜ ଦ୍ୱାରା କରାଯାଇଥିବା ଦାନ ଏବଂ ପୁଣ୍ୟ ବିଷୟରେ କାହାକୁ କୁହନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *