ମହିଳା ମାନେ ଏମିତି ଶୋଇଲେ ଅସିଥାଏ ଦାରିଦ୍ର୍ୟତା , କମିଯାଏ ସ୍ୱାମୀର ଆୟୁଷ ।

ପ୍ରାଚୀନ ମୁନି ଋଷି ମାନେ ଖୁବ ବିଦ୍ୱାନ ଥିଲେ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରି ସଂସାରର ମଙ୍ଗଳ ପାଇଁ ଜପ ତପ ଭଳି ମହାନ କାର୍ଯ୍ୟ ମଧ୍ୟ କରିଥିଲେ । ସେହି ମୁନି ଋଷି ମାନେ ଶାସ୍ତ୍ର ମଧ୍ୟ ବର୍ଣ୍ଣନା କରିଛନ୍ତି , ଯେଉଁଥିରେ ସମାଜରେ ସ୍ତ୍ରୀ ପୁରୁଷଙ୍କ ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟକୁ ନିଜ ଶରୀରର ମୋହ ଅଧିକ କରିବା ଉଚିତ ନୁହେଁ ବୋଲି କହିଛନ୍ତି । କିନ୍ତୁ ଭଗବାନଙ୍କ ଦ୍ଵାରା ପ୍ରାପ୍ତ ହୋଇଥିବା ଏହି ଶରୀରକୁ ପ୍ରାପ୍ତ କରିବା ମଧ୍ୟ ଅନୁଚିତ ହୋଇଥାଏ । ଆଜିକାର ଲେଖାରେ ଆମେ କହିବୁ ଯେ ମନୁଷ୍ୟକୁ ନିଜ ଶରୀରକୁ କେମିତି ପବିତ୍ର ରଖିବାର ଅଛି ଏବଂ ରାତିରେ ଶୋଇବା ସମୟରେ କେଉଁ ନିୟମର ପାଳନ କରିବା ଉଚିତ ।

ପ୍ରଥମତଃ ମନୁଷ୍ୟକୁ ପ୍ରତ୍ୟେକ ଦିନ ସ୍ନାନ କରିବା ଉଚିତ । ସ୍ନାନ ପରେ ଶରୀର ଶୁଦ୍ଧି ହୁଏ ଏବଂ ତାପରେ ହିଁ ମନୁଷ୍ୟ ଦେବ ପୂଜା କରିବାକୁ ଯୋଗ୍ୟ ହୋଇଥାଏ । ବିନା ସ୍ନାନରେ ଭୋଜନ ସୁଦ୍ଧା କରିବା ଅନୁଚିତ ହୋଇଥାଏ । ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନର କୌଣସି ନା କୌଣସି ମହତ୍ତ୍ୱ ରହିଥାଏ । ସେହି ଅନୁଯାୟୀ ମନୁଷ୍ୟ ନିଜର କେଶକୁ କେବେ କାଟିବା ଉଚିତ ଏବଂ କେବେ ଧୋଇବା ଅନୁଚିତ ସେହି ବିଷୟରେ ନିୟମ ଉଲ୍ଲେଖ କରାଯାଇଛି । ମଙ୍ଗଳବାର ଦିନଟି ମଙ୍ଗଳ ଗ୍ରହ ସହିତ ସମ୍ବନ୍ଧିତ ହୋଇଥାଏ । ଏହିଦିନ କେଶ କାଟିଲେ କଳି ଝଗଡ଼ା ସୃଷ୍ଟି ହୋଇଥାଏ । ଅକାରଣରେ ଶତ୍ରୁର ମଧ୍ୟ ନିର୍ମାଣ ହୋଇଥାଏ । ଗୁରୁବାର ଦିନ କେଶ କାଟିଲେ ଗୁରୁ ଦୁର୍ବଳ ହେଲା ସହିତ ଆୟୁଷ ମଧ୍ୟ କମି ଯାଇଥାଏ । ଏହାଦ୍ବାରା ଧନ ସମ୍ପତ୍ତିର ନାଶ ହେବା ସହିତ ଦାରିଦ୍ର୍ୟତା ଆସିଥାଏ ।

ଶନିବାର ଦିନ କେଶ କାଟିଲେ ଅଶୁଭ ଘଟଣା ଘଟିଥାଏ । କିନ୍ତୁ ଆପଣ ବୁଧବାର , ଶୁକ୍ରବାର ଏବଂ ରବିବାର କେଶ କାଟି ପାରିବେ । ଏହି ଦିନ ସବୁ କେଶ କାଟିବା ପାଇଁ ଶୁଭ ହୋଇଥାଏ । ସବୁଠାରୁ ଅଧିକ ଶୁଭ ହୋଇଥାଏ ଶୁକ୍ରବାର ଯାହାଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ ଏବଂ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ବାତାବରଣରେ ଥିବା କିଛି ସୂକ୍ଷ୍ମ ଉର୍ଜା ମନୁଷ୍ୟ ଜୀବନ ଉପରେ ସବୁବେଳେ ପ୍ରଭାବ ପକାଇଥାଏ । ତେଣୁ କିଛି ତିଥିରେ କେଶ କାଟିବା ଅନୁଚିତ । ଅମାବାସ୍ୟା ଏବଂ ପୂର୍ଣ୍ଣିମା କେଶ କାଟିବା ପାଇଁ ଠିକ ହୋଇ ନଥାଏ । ପବିତ୍ର ସଂକ୍ରାନ୍ତି ସମେତ ରାତିରେ କେଶ କାଟିବା ଉଚିତ ନୁହେଁ । କାରଣ ଏହି ସମୟରେ ବାତାବରଣରେ ତାମସିକ ଶକ୍ତି ରହିଥାଏ ।

ଜନ୍ମ ଦିବସରେ ମଧ୍ୟ କେଶ କାଟିବା ଠିକ ହୋଇ ନଥାଏ । ପ୍ରାଚୀନ କାଳରୁ ସ୍ତ୍ରୀ ମାନଙ୍କର ଲମ୍ବା କେଶକୁ ହିଁ ତାଙ୍କର ଆଭୂଷଣ ମାନା ଯାଇଛି । କିନ୍ତୁ ଲମ୍ବା ବାଳ ସହିତ କିଛି କଥା ପ୍ରତି ଆପଣଙ୍କୁ ଧ୍ୟାନ ରଖିବା ଜରୁରୀ । ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ମାନଙ୍କ କେଶ ଅଣ୍ଟା ତଳକୁ ହେବା ଉଚିତ ନୁହେଁ । ଆଉ ଯଦି ଅଛି ତେବେ ଧ୍ୟାନ ଦେବେ ଯେମିତି ତାହା ଭୁଇଁରେ ସ୍ପର୍ଶ ନକରେ । ବିବାହିତା ମହିଳା ମାନେ ନିଜ ସିଂଥିରେ ନିହାତି ସିନ୍ଦୁର ଲଗାଇବା ଉଚିତ । ନଚେତ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ସ୍ତ୍ରୀ ମାନେ ସର୍ବଦା ନିଜ କେଶକୁ ସ୍ୱଚ୍ଛ ରଖିବା ଉଚିତ । ଏହା ପଛରେ ଧାର୍ମିକ କାରଣ ମଧ୍ୟ ରହିଛି । କେଶ କୁଣ୍ଡେଇବା ସମୟରେ ଝଡୁଥିବା କେଶକୁ ଏଣେତେଣେ ଫିଙ୍ଗନ୍ତୁ ନାହିଁ । କାରଣ ଏହି କେଶକୁ କେହି ଦୁରୂପଯୋଗ କରିପାରେ ଏବଂ ତନ୍ତ୍ର ଶକ୍ତି କଳା ଯାଦୁ କରିପାରେ । ଯାହାଦ୍ୱାରା ଆପଣଙ୍କ ଜୀବନରେ ନକରାତ୍ମକତା ଭରି ହୋଇଯିବ ।

Leave a Reply

Your email address will not be published. Required fields are marked *