ପେଚାର ରାବ ଶୁଣିଲେ ମିଳିଥାଏ ଏହି 3ଟି ସଙ୍କେତ,ଜାଣନ୍ତୁ ଘରକୁ ପେଚା ଆସିଲେ କେଉଁ ସଙ୍କେତ ମିଳିଥାଏ ।

ପ୍ରକୃତି ଅନେକ ସମୟରେ ଆମକୁ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ । ଶୁଭ ଅଶୁଭ ସମସ୍ତ ପ୍ରକାରର ଘଟଣା ବିଷୟରେ ସୂଚନା ଦେଇଥାଏ । ଆଜି ଆମେ କିଛି ବିଶେଷ ପକ୍ଷୀ ଘରକୁ ଆସିବା ଦ୍ୱାରା କେଉଁ ସଙ୍କେତ ମିଳିଥାଏ ସେହି ବିଷୟରେ କହିବୁ । ଏହାବ୍ୟତୀତ ଘରକୁ କିଛି ଜୀବଜନ୍ତୁ ଆସିବା ଦ୍ୱାରା ମଧ୍ୟ ମାତା ଲଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ଏହିସବୁ ପକ୍ଷୀ ଘରକୁ ଆସିଲେ କେବଳ ଶୁଭ ସଙ୍କେତ ମିଳି ନଥାଏ ।ଯଦି ଆମେ ସେହି ସବୁ ସଙ୍କେତକୁ ବୁଝିପାରୁ ତେବେ ଆମ ପାଇଁ ସହଜ ହୋଇଯାଏ ।

୧ . ପାରା:-

ପାରା ଅତ୍ୟନ୍ତ ଶୁଭ ପକ୍ଷୀ ହୋଇଥାଏ । ଅନେକ ଲୋକ ଏହି ପକ୍ଷୀକୁ ଘୃଣା କରିଥାନ୍ତି । କାରଣ ଏହି ପକ୍ଷୀ ଅତ୍ୟନ୍ତ ଆପରିଷ୍କାର ସୃଷ୍ଟି କରିଥାଏ । କିନ୍ତୁ ଶୁକ୍ରବାର ଦିନ ଏହି ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯାହାକି ସାକ୍ଷାତ ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ ଅଟେ । ତେଣୁ ଶୁକ୍ରବାର ଦିନ ଏହି ପକ୍ଷୀ ଘରକୁ ଆସିଲେ ଚାରା ନିହାନ୍ତି ପକାନ୍ତୁ । କିନ୍ତୁ ଏହି ପକ୍ଷୀ ଘରକୁ ଆସି ବସା ବନାଇବା ଆଦୋୖ ଶୁଭ ହୋଇ ନଥାଏ ।

୨ . ମୟୁର:-

ଏହି ପକ୍ଷୀ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ମୟୁର ସାକ୍ଷାତ ମାତା ସରସ୍ୱତୀ ଏବଂ କାର୍ତ୍ତିକଙ୍କ ବାହାନ ହୋଇଥାଏ । ଏହାବ୍ୟତୀତ ସ୍ୱୟଂ ଭଗବାନ ବିଷ୍ଣୁ ନିଜ ମିକୁଟରେ ମଧ୍ୟ ମୟୁର ପର ଲଗାଇଥାନ୍ତି । ଯଦି ଶୁକ୍ରବାର ଦିନ ଏହି ପକ୍ଷୀ ଘରକୁ ଆସି ବସେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରର ବିକାଶ ହୋଇଥାଏ ଏବଂ ଶତ୍ରୁଙ୍କ ନାଶ ହୋଇଥାଏ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ଏବଂ ଆପଣଙ୍କୁ ମୟୁରର ଦର୍ଶନ ହେଉଛି ତେବେ ଆପଣ ନିଜ କାମରେ ନିଶ୍ଚୟ ସଫଳ ହେବେ । ମାତ୍ର ମୟୁରକୁ ମାରିବା ଦ୍ୱାରା ପାପ ହୋଇଥାଏ ।

୩ . ବାଇ ଚଢ଼େଇ:-

ବାଇ ଚଢ଼େଇ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଏହି ଚଢ଼େଇ ଶୁକ୍ରବାର ଦିନ ଘରକୁ ଆସି ବସେ ଏବଂ ଘରେ ବସା ବନାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘରେ ସର୍ବଦା ସୁଖ ସମୃଦ୍ଧି ରହିଥାଏ । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କିଛି ଶୁଭ ସମାଚାର ମିଳିବାକୁ ଯାଉଛି । ଯଦି ଏହି ଚଢ଼େଇ ଆପଣଙ୍କ ଉପରେ ବସି ଯାଉଛି କିମ୍ବା ଆପଣଙ୍କ ଗୋଡ଼ ଉପରେ ବସି ଯାଉଛି ତେବେ ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତ ହେବାକୁ ଯାଉଛି ।

୪ . ପେଚା:-

ପେଚା ସମ୍ବନ୍ଧରେ ଅନେକ ମାନ୍ୟତା ଅଛି ଯେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଆଉ କିଛି ଲୋକ ଏହାକୁ ଅଶୁଭ ମାନିଥାନ୍ତି । ମାତ୍ର ଏହି ପକ୍ଷୀର ଶରୀର ସଂରଚନା ଏହି ପକ୍ଷୀକୁ ଭୟଙ୍କର ବନାଇଥାଏ । ଏହି ପକ୍ଷୀ ନିଶାଚର ହୋଇଥାଏ ଏବଂ ରାତିରେ ହିଁ ଦେଖା ଦେଇଥାଏ । ଏହାର ଭୟଙ୍କର ରୁପ ଅନୁଯାୟୀ ଲୋକେ ଏହାକୁ ଅଶୁଭ ମାନିଥାନ୍ତି । ମାତ୍ର ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଏହି ପକ୍ଷୀ ସାକ୍ଷାତ ଲକ୍ଷ୍ମୀଙ୍କ ବାହାନ ଏବଂ ଅନେକ କ୍ଷେତ୍ରରେ ଶୁଭ ମଧ୍ୟ ହୋଇଥାଏ । ଅନେକ ସମୟରେ ଏପରି ମାନାଯାଏ ଯେ କୌଣସି ଗର୍ଭବତୀ ମହିଳାକୁ ଯଦି ପେଚା ଦେଖାଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *