ଭଗବାନ ବିଷ୍ଣୁ ନାରଦଙ୍କୁ ଏକ କଥା ମାଧ୍ୟମରେ ଏହା କହିଛନ୍ତି ଯେ ଯେଉଁ ବ୍ୟକ୍ତି ପାଖରେ ଏହି ତିନି ପ୍ରକାରର ଲକ୍ଷଣ ଥାଏ ସେହିଭଳି ମନୁଷ୍ୟର କେବେ ଅଭାବ ହୁଏନାହିଁ । ଯେଉଁ ବ୍ୟକ୍ତି ଏହି କଥାକୁ ମନ ଦେଇ ଶୁଣେ ସେହି ବ୍ୟକ୍ତିଙ୍କୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହୋଇଥାଏ । ଗୋଟିଏ ସମୟରେ ମଧ୍ୟଦେଶରେ ଜଣେ ବ୍ୟକ୍ତି ରହୁଥିଲା ଯିଏକି ବହୁ କଷ୍ଟରେ ଜୀବନ ବିତାଉଥିଲା । ତାଙ୍କ ପାଖରେ କେବଳ ଦୁଇଟି ଚିରି ଯାଇଥିବା ପୋଷାକ ଥିଲା । ସେ କେବେବି ପାପ କର୍ମ କରୁ ନଥିଲା । ତେଣୁ ତାକୁ ନା କେବେ ଲବ୍ୟ ନା କେବେ କ୍ଷତି ହେଉଥିଲା । ତେଣୁ ଭଗବାନ ବିଷ୍ଣୁ ସେହି ବ୍ୟକ୍ତିର ପରୀକ୍ଷା କରିବାକୁ ଯାଇ ସୂତ୍ର ନଦୀ କୂଳରେ ସେହି ବ୍ୟକ୍ତି ସ୍ନାନ କରିବାକୁ ଯାଇଥିବା ସମୟରେ ଦୁଇଟି ନୂଆ ବସ୍ତ୍ର ନଦୀ କୂଳରେ ରଖିଦେଲେ ।
ତଥାପି ସେହି ବ୍ୟକ୍ତି ଲୋଭ ନକରି ତାହା ଅନ୍ୟ କାହାର ବସ୍ତ୍ର ଭାବି ସେଠାରୁ ଚାଲି ଗଲେ । ଏହାପରେ ଭଗବାନ ବିଷ୍ଣୁ ତାଙ୍କର ଆଉ ଏକ ପରୀକ୍ଷା ନେଲେ । ଏହାପରେ ଭଗବାନ ଏକ ଫଳ ମଧ୍ୟରେ ନୂଆ ଖଣ୍ଡ ରଖି ତାହାକୁ ଗଛ ତଳେ ରଖିଦେଲେ । ଏହାକୁ ସୂତ୍ର ଦେଖିବା ପରେ ଧରି ଭାବିଲେ ଯେ ଏହା କୌଣସି ଚୋରର କାମ ଏବଂ ଯଦି ସେ ଏହାକୁ ଘରକୁ ନେଇ ଯାଆନ୍ତି ତେବେ ତାଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପିଲା ମଧ୍ୟରେ ଲୋଭ ବଢ଼ିବ । ଅହଙ୍କାର , ଲୋଭ ଏବଂ କ୍ରୋଧ ଦ୍ୱାରା ପୁଣ୍ୟ ନଷ୍ଟ ହୋଇଥାଏ । ଏପରି କରେ ସାରା ଜୀବନର ତପସ୍ୟା ନଷ୍ଟ ହୋଇଯିବ ଏବଂ ସେ ନିଜେ ମଧ୍ୟ ପାପୀ ହୋଇଯିବେ ବୋଲି ଚିନ୍ତା କଲେ । ଏହାପରେ ସେହି ବ୍ୟକ୍ତି ଜଣକ ସେହି ଫଳକୁ ତଳେ ରଖି ସେଠାରେ ପଳାଇ ଗଲା ।
ଉପରେ ଦେବତା ମାନେ ସୂତ୍ରର ଏଭଳି ବ୍ୟବହାର ଦେଖି ତାର ଖୁବ ପ୍ରଶଂସା କରିବାରେ ଲାଗିଲେ । ଏହାପରେ ଭଗବାନ ଜଣେ ସାଧୁ ରୂପ ନେଇ ସେହି ଗାଁକୁ ଯାଇ ଲୋକଙ୍କ ଭାଗ୍ୟ କହିବାରେ ଲାଗିଲେ । ଯେଉଁ ବିଷୟରେ ଚର୍ଚ୍ଚା ହେବାରୁ ସୂତ୍ରର ସ୍ତ୍ରୀ ମଧ୍ୟ ନିଜ ଭାଗ୍ୟ ବିଷୟରେ ଜାଣିବାକୁ ସାଧୁଙ୍କୁ ଭେଟିଲେ । ଯାହାପରେ ସାଧୁ ତାଙ୍କୁ ଦେଖି କହିଲେ ଯେ ଆଜି ସକାଳେ ତାଙ୍କ ସ୍ୱାମୀଙ୍କୁ ଅନେକ ଧନ ମିଳିଥିଲା ଯାହାକି ତାର ଦାରିଦ୍ର୍ୟତାକୁ ଦୂର କରି ପାରିଥାନ୍ତା । କିନ୍ତୁ ସେ ତାହାକୁ ଆଡ଼େଇ ଦେଇଥିଲା । ଏ ବିଷୟରେ ସ୍ତ୍ରୀ ଘରକୁ ଯାଇ ନିଜ ସ୍ୱାମୀକୁ ପଚାରିବା ପରେ ସୂତ୍ର ଖୁବ ଆଶ୍ଚର୍ଯ୍ୟ ହେଲେ ଏବଂ ନିଜ ସ୍ତ୍ରୀକୁ ନେଇ ସାଧୁଙ୍କ ପାଖକୁ ଆସି ପହଞ୍ଚି ଗଲେ । ସାଧୁଙ୍କୁ ଏ ବିଷୟରେ କିଭଳି ଜଣା ଥିବା ସେ ପଚାରିଲେ । ଏହାପରେ ସାଧୁ କହିଲେ ଯେ ସେହିସବୁ ଧନ ଭଗବାନ ହିଁ ତାଙ୍କୁ ଦେଇଥିଲେ ତେଣୁ ସେ ଏପରି ଆଡ଼େଇ ଆସିବା ଉଚିତ ହୋଇନାହିଁ ।
ଏହାକୁ ଶୁଣି ସୂତ୍ର କହିଛନ୍ତି ଯେ ତାଙ୍କୁ ତିଳେ ହେଲେବି ଧନର ଲୋଭ ନାହିଁ । କାରଣ ଯାହା ପାଖରେ ଧନ ଥାଏ ତାକୁ ଚୋର ଖଣ୍ଟଙ୍କ ଭୟ ରହିଥାଏ ଏବଂ ସେ ଲୋଭ କାରଣରୁ ପାପୀ ମଧ୍ୟ ହୋଇଯାଏ । ତେଣୁ ଧନ କେବେ କାହାକୁ ଖୁସି ଦେଇପାରେ ନାହିଁ । ଅର୍ଥାତ ଧନ ଦୁର୍ଗତିର କାରଣ ଅଟେ । ଏହାପରେ ସାଧୁ କହିଛନ୍ତି ଯେ ଯେଉଁ ବ୍ୟକ୍ତି ପାଖରେ ଧନ ନଥାଏ ତାକୁ କେହିବି ସମ୍ମାନ ଦିଅନ୍ତି ନାହିଁ । ଏମିତିକି ମୃତ୍ୟୁ ପରେ ଟଙ୍କା ଖର୍ଚ୍ଚ କରି ତର୍ପଣ କଲେ ଏବଂ ଦାନ କଲେ ହିଁ ପରିତ୍ରାଣ ମିଳିଥାଏ । ଧନ ବିନା ଶତ୍ରୁ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିହୁଏ ନାହିଁ । ଏହାପରେ ସୂତ୍ର କହନ୍ତି ଯେ କାମନା ତ୍ୟାଗ କରୁଥିବା ବ୍ୟକ୍ତିର ସବୁ ବ୍ରତର ପାଳନ ହୋଇଥାଏ । ଯିଏ କ୍ରୋଧ ତ୍ୟାଗ କରିଥାଏ ସେ ସବୁ ତୀର୍ଥ ସେବନର ଫଳ ମିଳିଥାଏ । ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସନ୍ତୋଷ ।
ଯିଏ ହିଂସା କରେନାହିଁ ତାକୁ ହିଁ ସିଦ୍ଧି ପ୍ରାପ୍ତି ହୋଇଥାଏ । ଉପବାସ ହିଁ ଉତ୍ତମ ତପସ୍ୟା ଏବଂ କଉଡ଼ି ଦାନ ସବୁଠାରୁ ବଡ଼ ଦାନ ଅଟେ । ପର ଧନ କେବେ ନେବା ଉଚିତ ନୁହେଁ । କାରଣ ତାହା ପର ସ୍ତ୍ରୀ ଭଳି ଏବଂ ପର ସ୍ତ୍ରୀ ବିଷଧର ସାପ ସଦୃଶ ହୋଇଥାଏ । ଏହାପରେ ସବୁ ଦେବତା ପ୍ରସନ୍ନ ହେଲେ ଏବଂ ଆକାଶରୁ ଏକ ଦିବ୍ୟ ବିମାନ ତଳକୁ ଆସି ସୂତ୍ରଙ୍କୁ ବସିବାକୁ କହିଲେ ଏବଂ ସତ୍ୟଲୋକକୁ ଯିବାର ଆମନ୍ତ୍ରଣ ଦେଲେ । ଏହାପରେ ସୂତ୍ର ଆଶ୍ଚର୍ଯ୍ୟ ହୋଇ ସାଧୁଙ୍କୁ ଅସଲ ରୂପକୁ ଆସିବାକୁ କହିଲେ । ଭଗବାନ ବିଷ୍ଣୁ ନିଜର ଅସଲ ରୂପକୁ ଆସିଲେ । ଏହାପରେ ବିଷ୍ଣୁ କହିଲେ ଯେ ସେ ସୂତ୍ରଙ୍କଟ ସତ୍ୟତା ପରୀକ୍ଷା କରିବାକୁ ଆସିଥିଲେ ତେଣୁ ସେ ସୂତ୍ରଙ୍କୁ ନିଜ ପରିବାର ସହିତ ଏହି ବିମାନରେ ବସି ସତ୍ୟଲୋକ ଯିବାକୁ କହିଲେ । ଏହାପରେ ସୂତ୍ର ମଧ୍ୟ ସେହାହିଁ କଲା । ଏହା କହିବାର ଯଥାର୍ଥ ଏହା ଯେ ଯେଉଁ ବ୍ୟକ୍ତି ଲୋଭକୁ ତ୍ୟାଗ କରି ସବୁବେଳେ ସନ୍ତୁଷ୍ଟ ରହିଥାଏ ତାକୁ ସବୁବେଳେ ମୋକ୍ଷ ପ୍ରାପ୍ତି ହୋଇଥାଏ ।