ଘରେ ଅଟାରେ ମିଶାଇ ଦିଅନ୍ତୁ ଏହି ଜିନିଷ । ସ୍ୱୟଂ ମାତା ଲକ୍ଷ୍ମୀ ଦିଅନ୍ତି ବର ଦାନ । ଧନ ଜନିତ ସମସ୍ୟା ହୋଇଯିବ ଦୂର ।

ଧନ ପ୍ରାପ୍ତି କରିବାର ଇଚ୍ଛା ସମସ୍ତଙ୍କର ରହିଥାଏ । କିନ୍ତୁ କିଛି ଲୋକ ଏଥିପାଇଁ ଖରାପ କାମ କରୁଥିବା ବେଳେ କିଛି ଲୋକ ନ୍ୟାୟର କାମ କରନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଭଗବାନଙ୍କୁ ନିତ୍ୟ ପୂଜା କରିଥାଏ ସେହି ବ୍ୟକ୍ତିର ଜୀବନ ନିଶ୍ଚୟ ବଦଳିଥାଏ । ଆଜିକାର ଏହି ଲେଖାରେ ଆମେ ସେହି ବିଷୟରେ ଆପଣଙ୍କୁ କହିବୁ । ବିନା ପରିଶ୍ରମରେ କିଛିବି ଫଳପ୍ରାପ୍ତ ହୁଏନାହିଁ କିନ୍ତୁ ତାସହିତ କିଛି ଉପାୟ ମଧ୍ୟ କରିବା ଆବଶ୍ୟକ । ଅନେକ ସମୟରେ ଆପଣ ଦେଖିଥିବେ ଯେ ପରିବାରରେ ସଞ୍ଚିତ ଧନ ବେକାର ସ୍ଥାନରେ ଖର୍ଚ୍ଚ ହୋଇଯାଏ ଏବଂ ଯେଉଁ ସ୍ଥାନରେ ବାସ୍ତବରେ ଆବଶ୍ୟକ ସେଠାରେ ଆଉ ଧନ ଖର୍ଚ୍ଚ ହେବାକୁ ନଥାଏ । ତେଣୁ ଆର୍ଥିକ ସମସ୍ୟା କାରଣରୁ ପରିବାରରେ କଳହ ଝଗଡ଼ା ସୃଷ୍ଟି ହୋଇଥାଏ ।

ତେବେ ଉପାୟ ଅନୁଯାୟୀ କୌଣସି ଶନିବାର ଦିନ ଘରେ ଅଟା ପେଷିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ପେଷିବା ସମୟରେ ସେଥିରେ କଳା ଚଣା ମିଶାଇ ଦିଅନ୍ତୁ । ଧନ ଅଭାବ ପାଇଁ ଦାୟୀ ଗୁରୁ ଗ୍ରହ ଏହି ଉପାୟ ଦ୍ୱାରା ଦୃଢ଼ ହୋଇଯିବେ । ଏହାବ୍ୟତୀତ ଗୁରୁ ଗ୍ରହ ପ୍ରସନ୍ନ ରହିଲେ ଜୀବନରେ କୌଣସି ଆର୍ଥିକ ସମସ୍ୟା ଦେଖିବାକୁ ମିଳେନାହିଁ ।

ତେଣୁ ଅତିକମରେ ୧୦୦ ଗ୍ରାମ ତୁଳସୀ , କଳା ଚଣା ବ୍ୟବହାର କରନ୍ତୁ । ସେହି ଅଟାକୁ ଯେମିତି ଘରର ସବୁ ସଦସ୍ୟ ବ୍ୟବହାର କରିବେ । ଏହି ଉପାୟ ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି , ଏହା ସହିତ ଘରର ସଦସ୍ୟଙ୍କ ଭିତରେ କଳି ଝଗଡ଼ା ହେଉଛି , ବାହାଘର ସମ୍ପନ୍ନ ହେଇପାରୁନାହିଁ କିମ୍ବା ମନମୁତାବକ ଚାକିରୀ ମିଳୁନି , ତେବେ ଆପଣ ଗହମ ଅଟା ରେ ଟିକିଏ ହଳଦୀ ମିଶାଇ , ଗୁରୁବାର ଦିନ ଗୋମାତାଙ୍କୁ ଖୁଆନ୍ତୁ ।

ଏହାଦ୍ବାରା ଧନର ଆଗମନ ହୋଇଥାଏ । ଗୁରୁବାର ଦିନ ଆପଣ ରୁଟି ବନେଇବା ପାଇଁ ଯେଉଁ ଅଟାକୁ ଚକଟନ୍ତି ସେଥିରେ ଟିକେ ହଳଦୀ ପକାଇ ରୁଟିକୁ ହଳଦିଆ କରନ୍ତୁ ଏବଂ ସେଥିରୁ ତିଆରି ପ୍ରଥମ ରୁଟି କୁ ଗୋମାତାଙ୍କୁ ଭୋଗ ଲୋଗାନ୍ତୁ । ଯାହାଦ୍ଵାରା ଗୁରୁଗ୍ରହ ଉଚିତ୍ ପ୍ରସନ୍ନ ହୁଅନ୍ତି ଏବଂ ଆପଣ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିଥାଏ । ବହୁ ଲୋକ ଜାଣିପାରନ୍ତି ନାହିଁ ଯେ ସେମାନଙ୍କୁ ଶନି ଦୋଷା ଲାଗିଛି ।

ଯାହା ସେମାନେ ଭୁଲିଯାଆନ୍ତି କିମ୍ବା ନିଜ ଜାତକ କାହାରିକୁ ଦେଖାନ୍ତି ନାହିଁ । ଯଦି ଆପଣଙ୍କୁ କୌଣସି ଦୁର୍ଘଟଣା ର ଭୟ ଥାଏ କିମ୍ବା ପରିବାରରେ ଶନିମହରାଜ୍ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ଶନିବାର ଦିନ କଳା କୁକୁରକୁ ସୋରିଷତେଲ ଭିଜା ରୁଟି ଖୁଆନ୍ତୁ । ଏହା ଦ୍ବାରା ଶନି ଦୋଷା ସମସ୍ୟାରୁ ମୁକ୍ତ ହେବା ସହିତ ଋଣ ସମାପ୍ତ ହୋଇଥାଏ । କେବଳ ଏତିକି ନୁହଁ ଆପଣଙ୍କ ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ।

ଯଦି ଆପଣଙ୍କର କାହା ଉପରେ ଅଧିକ ଋଣ ଥାଏ ଓ ଆପଣ ଠିକ ସମୟ ଅନ୍ତରାଳରେ ସୁଝି ପାରୁନାହାଁନ୍ତି ତେବେ ଶନିବାର ଦିନ ଅଟାରେ ସୋରିଷ ତେଲ ପୋକାଇ ଗୋଟିଏ ରୁଟି ବନାନ୍ତୁ । ସେହି ରୁଟି କୁ ସର୍ବାଧିକ ଋଣ ଥିବା ବ୍ୟକ୍ତି ଉପରେ ସାତ ଥର ବୁଲାନ୍ତୁ ଏବଂ” ॐ ଶ୍ରୀ ସନିଶ୍ଚରାୟ ନମଃ” ମନ୍ତ୍ରକୁ ଜପ କରନ୍ତୁ। ସେହି ରୁଟି କୁ କଳା କୁକୁର କିମ୍ବା ଅନ୍ୟ କୌଣସି କୁକୁର କୁ ଖୁଆନ୍ତୁ ।

ଯଦି ଆପଣଙ୍କ ଘରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଭଲ ରହୁନାହିଁ କିମ୍ବା ରୋଜଗାରର ସ୍ରୋତ ଦିନ କୁ ଦିନ କମିବାରେ ଲାଗିଛି , ତାହେଲେ ଆପଣଙ୍କୁ କେବଳ ଏକ ମୁଠା ଅଟା ନେଇ ସେଥିରେ ଅଧା ମୁଠା ଚିନି ଏବଂ ହଳଦୀ ସହିତ ଭଲଭାବରେ ମିଶାଇ ଦିଅନ୍ତୁ । ଯାହା ପାଇଁ କରୁଛନ୍ତି ସେହି ବ୍ୟକ୍ତି ଉପରେ ସାତ ଥର ସେହି ମିଶ୍ରଣକୁ ବୁଲାନ୍ତୁ । ତାପରେ ସେହି ମିଶ୍ରଣ କୁ ପିମ୍ପୁଡ଼ି ଥିବା ସ୍ଥାନ ରେ ରଖିଦିଅନ୍ତୁ । ଦେଖିବେ ସେହି ବ୍ୟକ୍ତି ର ସ୍ବାସ୍ଥ୍ୟ ଏବଂ ରୋଜଗରରେ ଦିନକୁ ଦିନ ସୁଧାର ଆସିବ।

Leave a Reply

Your email address will not be published. Required fields are marked *