ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଠାରୁ ପାଞ୍ଚଟି ରାଶି ହେବେ କୋଟିପତି । ହୋଇଯିବେ ବଡ଼ ଧନୀ ।

ଡିସେମ୍ବର ୧୬ ଶନିବାର ଦିନ ପଡ଼ୁଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ସମୟ ଠାରୁ କିଛି ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ବଦଳିବାକୁ ଯାଉଛି । କାରଣ ଏମାନଙ୍କ ଜାତକରେ ଧନ ପ୍ରାପ୍ତିର ଯୋଗ ରହିଛି । ଏହିଦିନ ସୂର୍ଯ୍ୟ ବିଛାରୁ ଧନୁକୁ ଆସିବେ । ତେଣୁ ଶାସ୍ତ୍ର ଅନୁଯାୟୀ ଏହା କୁହାଯାଏ ଯେ ସୂର୍ଯ୍ୟ ଯେଉଁ ରାଶିକୁ ପ୍ରବେଶ କରିବେ ସେହି ନାମ ଅନୁଯାୟୀ ସେହି ମାସର ନାମ ହେବ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଧନୀ ମାନି ଏବଂ କପଟି ସ୍ୱଭାବର ହୋଇଥାନ୍ତି । ତେବେ ଚାଲନ୍ତୁ ଧନୁ ରାଶି ପାଖରୁ ରାଶି ମାନଙ୍କର ସମୟ କିପରି ରହିବ ଜାଣିନେବା ।

୧ . ମେଷ ରାଶି:-

କର୍ମ କ୍ଷେତ୍ରରେ ଆପଣଙ୍କର ଅଭିଳାଷ ପୂରଣ ହୋଇଯିବ । ସମସ୍ୟା ଦୂର ହେବ , ଦୂର ଯାତ୍ରା କରି ପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁ ମାନେ ଆପଣଙ୍କୁ କଷ୍ଟ ଦେଇ ପାରନ୍ତି । ବିଦ୍ୟାର୍ଥୀ ମାନେ ସଫଳତା ପାଇବେ । ପ୍ରତିକାର ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର ଦୁଃଖୀ ଅଭାବୀ ଲୋକଙ୍କୁ ୨୫୦ ଗ୍ରାମ ଗହମ ଦାନ କରନ୍ତୁ ।

୨ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷ କର୍ମ କ୍ଷେତ୍ରରେ ସଫଳତା ପାଇବେ , ମାନସିକ ପୂରଣ ହେବ , ଅର୍ଥଭାବର ଯୋଗ ଆସିବ , ଆକସ୍ମିକ ଧନ ଲାଭ ହେବ , ଶତ୍ରୁ ଦୂର ହେବେ , ପାରିବାରିକ ଅଶାନ୍ତି ଭୋଗ କରିବେ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ । ପ୍ରତିକାର ସ୍ୱରୂପ ତମ୍ବା ପାତ୍ରରେ ଜଳ ଭରି ସେଥିରେ ଅଳ୍ପ ଅକ୍ଷତ ପକାଇ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଅର୍ପିତ କରନ୍ତୁ ।

୩ . ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ଅର୍ଥ ଅଭାବ ଏବଂ ଧାର କରଜ ଜନିତ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । ପ୍ରତିକାର ସ୍ୱରୂପ ପ୍ରତିଦିନ ସ୍ନାନ ପାଣିରେ କିଛି ଦୁବ ପକାଇ ସ୍ନାନ କରନ୍ତୁ ।

୪ . କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ବ୍ୟବସାୟରେ କମ ଲାଭ ରହିବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ସୁସମ୍ବାଦ ସହିତ ଧନ ଲାଭର ଯୋଗ ରହିଛି । ପାରିବାରିକ ଶାନ୍ତି ଏବଂ ବିଦ୍ୟା କ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଦିନ ମହାଦେବଙ୍କୁ ଜଳାଭିଷେକ କରନ୍ତୁ ।

୫ . ସିଂହ ରାଶି:-

କର୍ମ କ୍ଷେତ୍ରରେ ଅଯଥା ମତାନ୍ତର ସୃଷ୍ଟି ହେବ ଏବଂ ଶତ୍ରୁ ମଧ୍ୟ ବଢ଼ିବେ । ବ୍ୟବସାୟରେ ସମସ୍ୟା ଏବଂ ପାରିବାରିକ ଅଶାନ୍ତି ମଧ୍ୟ ସୃଷ୍ଟି ହେବ । ଶାରୀରିକ ସମସ୍ୟା ସହିତ ବିଦ୍ୟାର୍ଥୀ ମାନେ ଅସ୍ଥିର ମନା ରହିବେ । ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଦିନ ବେଲ ଗଛକୁ ପୂଜା କରନ୍ତୁ ।

୬ . କନ୍ୟା ରାଶି:-

ଧନୁ ମାସରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ବ୍ୟବସାୟରେ ଉନ୍ନତି ହେବ । ଚାକିରୀ କ୍ଷେତ୍ରରେ ସଫଳତା ଏବଂ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଦ୍ରବ୍ୟ କ୍ରୟ ସହିତ ଅର୍ଥ ଲାଭର ଯୋଗ ରହିଛି । କୌଣସି ନୂତନ ଯୋଜନାର ଶୁଭାରମ୍ଭ କରିବେ । ବିଦ୍ୟାର୍ଥୀ ମାନେ ପ୍ରଶଂସା ପାଇବେ ଏବଂ କୌଣସି ପ୍ରତିକାରର ଆବଶ୍ୟକତା ନାହିଁ ।

୭ . ତୁଳା ରାଶି:-

କୌଣସି ବନ୍ଧୁଙ୍କ ସହାୟତାରେ ସମସ୍ୟାର ସମାଧାନ ହେବ । ନୂତନ କର୍ମ ଯୋଜନା ଆରମ୍ଭ କରିବେ । ଗୃହରେ ବନ୍ଧୁ ସମାଗମ ହେବ । ପାରିବାରିକ ଅଶାନ୍ତି ଦୂର ହେବ । କୌଣସି ଶାରୀରିକ ସମସ୍ୟା ଦେଖା ଦେଇପାରେ । ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଶ୍ୱେତ ଚନ୍ଦନ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

୮ . ବିଛା ରାଶି:-

ଏମାନେ କର୍ମ କ୍ଷେତ୍ରରେ ଉନ୍ନତି ସହିତ ନୂତନ କର୍ମ ଯୋଜନା ଆରମ୍ଭ କରି ପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ । ଉଚ୍ଚ ଅଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ଶତ୍ରୁ ମାନେ ପରାଜିତ ହେବେ । ବ୍ୟବସାୟରେ ପ୍ରତିଦ୍ବନ୍ଦୀତା କମ ରହିବ । ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ଏବଂ କୌଣସି ପ୍ରତିକାରର ଆବଶ୍ୟକତା ନାହିଁ ।

୯ . ଧନୁ ରାଶି:-

ବ୍ୟବସାୟରେ ସାମାନ୍ୟ ଉନ୍ନତି ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ । ବାଦ ବିବାଦ ଦେଖା ଦେଇପାରେ । ଚାକିରୀ ଏବଂ କର୍ମ କ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ବୃଦ୍ଧି ପାଇବ । ନୂତନ ବାହନ କ୍ରୟ କରି ପାରନ୍ତି । ବିଦ୍ୟାର୍ଥୀ ମାନେ ଭ୍ରମଣ କରିବେ । ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଗୁରୁବାର ତିନୋଟି ପାଚିଲା କଦଳୀରେ ହଳଦୀ ଲଗାଇ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

୧୦ . ମକର ରାଶି:-

କର୍ମ କ୍ଷେତ୍ରରେ ଉନ୍ନତି ହେବ । ପୂର୍ବ ନିୟୋଜିତ କାର୍ଯ୍ୟରେ ସଫଳତା ପାଇବେ । ଅର୍ଥ ଲାଭର ସୁଯୋଗ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ସମସ୍ତ ସମସ୍ୟା ଏବଂ ପାରିବାରିକ କଳହ ମଧ୍ୟ ଦୂର ହେବ । ବିଦ୍ୟାର୍ଥୀ ମାନେ ସଫଳ ହେବେ ।

୧୧ . କୁମ୍ଭ ରାଶି:-

ବ୍ୟବସାୟ ସଂଘର୍ଷପୂର୍ଣ୍ଣ ରହିବ । ଦୂର ଯାତ୍ରାର ଯୋଗ ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ ଏବଂ ପଦୋନ୍ନତି ମିଳିବ । ଆକସ୍ମିକ ଧନ ଲାଭର ସୁଯୋଗ ରହିଛି । ମାନ ସମ୍ମାନ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କୌଣସି ଭୁଲ ପାଇଁ ଅପଦୋଷ ପାଇ ପାରନ୍ତି ।

୧୨ . ମୀନ ରାଶି:-

କର୍ମ କ୍ଷେତ୍ରରେ ଉନ୍ନତି ଏବଂ ବ୍ୟବସାୟରେ ଲାଭ ମିଳିବ । ଆର୍ଥିକ ସ୍ଥିତି ସୁଧୁରୀ ଯିବ । ମାନ , ସମ୍ମାନ ଏବଂ ସାମାଜିକ ପ୍ରତିଷ୍ଠା ଲାଭ କରିବେ । ପାରିବାରିକ ସୁଖ ଶାନ୍ତି ପ୍ରାପ୍ତି ହେବ । ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଦିନ ସ୍ନାନ ପାଣିରେ ହଳଦୀ ଗୁଣ୍ଡ ପକାଇ ସ୍ନାନ କରନ୍ତୁ ।

Leave a Reply

Your email address will not be published. Required fields are marked *