ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ଚାରୋଟି କାମ । ସବୁ ଦିନ ପାଇଁ ଦୂର ହୋଇଯିବ ଦାରିଦ୍ର୍ୟତା ।

ଅନେକ ଶାସ୍ତ୍ର ପୁରାଣ ସମେତ ଅନେକ ଜ୍ଞାନୀ ଗୁଣି ମଧ୍ୟ ଏହା ବର୍ଣ୍ଣନା କରିଛନ୍ତି ଯେ ସକାଳୁ ଉଠିବା ମାତ୍ରେ ଯଦି ଆପଣ କିଛି ବିଶେଷ ପ୍ରକାରର କାମ କରନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ଦେଖା ଦେବ । ତେଣୁ ଆଜି ଆମେ ଆପଣଙ୍କୁ ସେହିସବୁ କାମ ଗୁଡ଼ିକ ବିଷୟରେ କହିବୁ ଯାହା ଆପଣ କରିବା ଉଚିତ ନୁହେଁ ।

୧ . ନାରୀର ଅପମାନ:-

କୌଣସି ମହିଳାଙ୍କର ଆପଣଙ୍କ ସହିତ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି , କିମ୍ବା ଯେକୌଣସି ମହିଳାଙ୍କୁ କେବେବି ସକାଳ ସମୟରେ ଅପମାନିତ କରନ୍ତୁ ନାହିଁ । କାରଣ ନାରୀ ସ୍ବୟଂ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାଏ । ଯଦି ଆପଣ ଏହି ଭୁଲ କରନ୍ତି ତେବେ ଆପଣଙ୍କ ଘରୁ ସଫଳତା ଦୂରେଇ ଯିବ ଏବଂ ଘରକୁ ଦାରିଦ୍ର୍ୟତା ଆସିବ ।

୨ . ସକାଳ ସମୟରେ ଉଧାର:-

ଯଦି ଆପଣ ସକାଳୁ ଉଠିବା ମାତ୍ରେ ଘରେ ପୂଜା ହୋଇ ନଥିଲେ କେହି ଯଦି କିଛି ଉଧାର ମାଗିବାକୁ ଆସୁଛନ୍ତି ତେବେ ତାକୁ ଭୁଲରେବି ଦିଅନ୍ତୁ ନାହିଁ । ନଚେତ ବଡ଼ ସମସ୍ୟା ହୋଇପାରେ । ଯଦି ଆପଣ ପ୍ରତ୍ୟେକ ଦିନ ସକାଳୁ ଏହି ନିୟମ ନକରନ୍ତି ତେବେ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ ।

୩ . ଲଢ଼େଇ ଝଗଡ଼ା:-

ସକାଳୁ ଉଠିବା ମାତ୍ରେ ତୁରନ୍ତ କାହା ସହିତ ଲଢ଼େଇ ଝଗଡ଼ା କଳହ କରିବା ଆଦୋୖ ଉଚିତ ନୁହେଁ । ଏପରି କଲେ ପୁରା ଦିନ ଆପଣଙ୍କର ଖରାପ ରହିବ । ଏହି କାରଣରୁ କାମରେ ମଧ୍ୟ ସଫଳତା ମିଳେ ନାହିଁ ।

୪ . ମିଛ:-

ସକାଳ ସମୟରେ କେବେବି ମିଛ କହିବା ଉଚିତ ନୁହେଁ । ଯଦି ଏଭଳି କେହି ବ୍ୟକ୍ତି କରନ୍ତି ତେବେ ଏହା ବଡ଼ ପାପ ହୋଇଥାଏ । ଛୋଟ ପିଲା ଏବଂ ଗୁରୁଜନଙ୍କ ସାମ୍ନାରେ କେବେ ମିଛ କୁହନ୍ତୁ ନାହିଁ ।

୫ . କ୍ଷୀର ଛିଡ଼ିବା:-

ଯଦି ପ୍ରତ୍ୟେକ ଦିନ ଘରେ ସକାଳୁ ସକାଳୁ କ୍ଷୀର ଛିଡୁଛି ତେବେ ଏହା ଅଶୁଭ ହୋଇଥାଏ । ଏହା ଦାରିଦ୍ର୍ୟତା ଆସିବାର ସଙ୍କେତ ଅଟେ ।

୬ . ସକାଳୁ ଉଠିବା ମାତ୍ରେ ପୂଜା ପାଠ ନକରିବା କିମ୍ବା ବିଳମ୍ବରେ ବିଛଣା ଛାଡ଼ିବା ଭଳି କାମ କଲେ ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ଶୀଘ୍ର ଉଠିବାର ଅଭ୍ୟାସ କରି ନିଅନ୍ତୁ । ଯେଉଁ ଘରର ଲୋକେ ସକାଳୁ ଶୀଘ୍ର ଉଠନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

୭ . ସକାଳ ସମୟରେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ । ବିଶେଷ କରି ରବିବାର ଦିନ । ଯଦି ଆପଣ ସକାଳ ସମୟରେ ଏପରି କରନ୍ତି ତେବେ ଘରକୁ ନକରାତ୍ମକତା ଆସିବ ।

୮ . ସକାଳ ସମୟରେ କେହିବି କୌଣସି ପ୍ରକାରର ଭୁଲ କାମ କିମ୍ବା ଖରାପ ସମ୍ବନ୍ଧ ମଧ୍ୟ ବନାଇବା ଉଚିତ ନୁହେଁ । ସକାଳୁ ସକାଳୁ ମଦ ଗୁଟଖା ଏବଂ ତାମସିକ ଭୋଜନ ଦ୍ୱାରା ଦିନର ଆରମ୍ଭ କରନ୍ତି ତେବେ ଘରକୁ ଦାରିଦ୍ର୍ୟତା ଆସିବା ନିଶ୍ଚିତ ଅଟେ ।

ସକାଳୁ ଉଠି କଣ କରିବା ଆବଶ୍ୟକ:-

ସର୍ବପ୍ରଥମେ ସକାଳୁ ଉଠି ଘରେ ଝାଡୁ ଲଗାଇ ପୁରା ଘରକୁ ପରିଷ୍କାର କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନକୁ ସବୁ ପ୍ରକାରର ସୁଖ ଆସିବ । ପ୍ରତ୍ୟେକ ଦିନ ସକାଳୁ ମାତା ତୁଳସୀଙ୍କୁ ଜଳ ଅର୍ପିତ କରିବା ଉଚିତ । ଯେଉଁ ବ୍ୟକ୍ତି ଏଭଳି କରିଥାଏ ତାର ଜୀବନାରେ କେବେବି ଦାରିଦ୍ର୍ୟତା ଦେଖାଯାଏ ନାହିଁ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ମାନ ସମ୍ମାନ ସହିତ ଜାତକରେ ସୂର୍ଯ୍ୟ ଦୃଢ଼ ହୁଅନ୍ତୁ ତେବେ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ନିଶ୍ଚିତ ଜଳ ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *