ବିବାହିତା ମହିଳା ଏପରି ସିନ୍ଦୁର ଲଗାଇଲେ ସ୍ୱାମୀ ଉପରକୁ ଆସିଥାଏ ସମସ୍ୟା । ବଢ଼ିଯାଏ କରଜ:-

ବିବାହ ପରେ ସ୍ତ୍ରୀ ନିଜ ମଥାରେ ସିନ୍ଦୁର ନାଇଁବାର ପରମ୍ପରା ରହିଥାଏ । ସିନ୍ଦୁର ବିବାହିତା ମହିଳାର ଷୋହଳ ଶୃଙ୍ଗାର ମଧ୍ୟରୁ ଗୋଟିଏ ହୋଇଥାଏ । ବିବାହ ସମୟରେ ସ୍ୱାମୀ ନିଜେ ହିଁ ସ୍ତ୍ରୀ ମଥାରେ ସିନ୍ଦୁର ଦେଇଥାଏ । ଶାସ୍ତ୍ରରେ ସିନ୍ଦୁରର ମହତ୍ତ୍ୱ ବିଷୟରେ କୁହାଯାଇଛି । ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ସିନ୍ଦୁର ପିନ୍ଧିଥାଏ ତା ଉପରେ ମାତା ପାର୍ବତୀଙ୍କ ଆଶୀର୍ବାଦ ସର୍ବଦା ହିଁ ରହିଥାଏ । ସିନ୍ଦୁର ଲଗାଇବାର ଦୈବିକ ମହତ୍ତ୍ୱ ମଧ୍ୟ ରହିଛି । ଅର୍ଥାତ ସିନ୍ଦୁର ସାଧରଣତଃ ହଳଦୀ , ପାରଦ ଏବଂ ଚୁନ ମିଶିଆ ତିଆରି କରାଯାଇଥାଏ । ଯାହାକୁ ମହିଳା ମଥାରେ ଲଗାଇଲେ ରକ୍ତ ଚାପ ନିୟନ୍ତ୍ରିତ ହୋଇଥାଏ ।

ତେବେ କେବଳ ସେତିକି ନୁହେଁ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ । ଏହା ଯେ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବର୍ଦ୍ଧକ ତାହା ନୁହେଁ , ବରଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । କାରଣ ସିନ୍ଦୁରରେ ଥିବା ପାରା ମହିଳାଙ୍କ ମଥାର ଅତ୍ୟନ୍ତ ସମ୍ବେଦନଶୀଳ ଅଂଶରେ ଲାଗିବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହିଥାଏ । ସିନ୍ଦୁର ଲଗାଇବା ଦ୍ୱାରା ମହିଳାଙ୍କ ମୂଖର ଜ୍ୟୋତି ଏବଂ ପ୍ରଭାବ ବଢ଼ିଯାଏ ।

ଶାସ୍ତ୍ରରେ ସିନ୍ଦୁର ଲଗାଇବାର କିଛି ବିଶେଷ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଠିକ ଭାବରେ ପାଳନ ନକଲେ ସ୍ୱାମୀର ଜୀବନ ଉପରେ ବିପଦ ଆସିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏହାଦ୍ବାରା ପରିବାରରେ ସମସ୍ୟା ଏବଂ ଧନ ହାନୀ ମଧ୍ୟ ହୋଇଥାଏ ।

ବର୍ତ୍ତମାନ ସମୟରେ ଅଧିକାଂଶ ମହିଳା ମଡର୍ନ ଯୁଗରେ ଭାବନ୍ତି ଯେ ବୈବାହିକ ଜୀବନରେ ପ୍ରେମ ସମ୍ବନ୍ଧକୁ ଗମ୍ଭୀର କରିବା ପାଇଁ ସିନ୍ଦୁର ଲଗାଇବା ଜରୁରୀ ନୁହେଁ । କିନ୍ତୁ ବାସ୍ତବରେ ସବୁ ବିବାହିତା ମହିଳା ନିଶ୍ଚିତ ଭାବରେ ସିନ୍ଦୁର ଲଗାଇବା ଉଚିତ । କିମ୍ବା ବିଶେଷ କରି କୌଣସି ଧାର୍ମିକ କାର୍ଯ୍ୟ , ପୂଜା ପଦ୍ଧତିରେ , ସାବିତ୍ରୀ ବ୍ରତ , ତିଜରେ ସିନ୍ଦୁର ନିଶ୍ଚୟ ଲଗାଇବା ଉଚିତ । ବିବାହିତା ମହିଳା ବିନା ସ୍ନାନରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ।

ସ୍ନାନ ପରେ ହିଁ ସିନ୍ଦୁର ଲଗାଇଲେ ତାହା ପବିତ୍ର ହୋଇଥାଏ । ଯାହାକି ସୌଭଗ୍ୟର ପ୍ରତୀକ ହୋଇଥାଏ । ବିବାହିତ ମହିଳା ସବୁବେଳେ ନିଜ ସ୍ୱାମୀର ପଇସାରେ କିମ୍ବା ନିଜ ପଇସାରେ ସିନ୍ଦୁର କିଣିବା ଉଚିତ । ଅନ୍ୟର ପଇସାରେ କିଣା ଯାଇଥିବା ସିନ୍ଦୁର ଲଗାଇଲେ ଦୁର୍ଭାଗ୍ୟ ଉତ୍ପନ୍ନ ହୋଇଥାଏ ଏବଂ ସ୍ୱାମୀ ଜୀବନରେ ବିପଦ ଆସିଥାଏ । ସିନ୍ଦୁର କାହାକୁ ଦିଅନ୍ତୁ ନାହିଁ କିମ୍ବା କାହା ଠାରୁ ନିଅନ୍ତୁ ନାହିଁ । ନଚେତ ଏହି କାରଣରୁ ଆପଣଙ୍କ ସ୍ୱାମୀଙ୍କ ଉପରେ ବିପଦ ଆସିପାରେ ।

ବିବାହିତା ମହିଳା କେବେବି ସିନ୍ଦୁରକୁ ଓଢଣା ପଛରେ ଲୁଚାଇବା ଉଚିତ ନୁହେଁ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ସିନ୍ଦୁର ସିଂଥିରେ ସର୍ବଦା ଲମ୍ବା ଏବଂ ଦେଖା ଯାଉଥିବା ଭଳି ଲଗାଇବା ଉଚିତ । ଏହାଦ୍ବାରା ଦେବଦେବୀଙ୍କ କୃପା ମିଳିଥାଏ ଏବଂ ଖାସକରି ମାତା ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ସିନ୍ଦୁର ସର୍ବଦା ନିଜେ ହାତରେ କିମ୍ବା ସ୍ୱାମୀଙ୍କ ହାତରୁ ଲଗାନ୍ତୁ । ସିନ୍ଦୁର ତଳେ ପଡ଼ିବା ଅଶୁଭ ହୋଇଥାଏ । ଯଦି ସିନ୍ଦୁର ତଳେ ପଡ଼ି ଯାଉଛି ତେବେ ମାତା ପାର୍ବତୀଙ୍କୁ ତୁରନ୍ତ କ୍ଷମା ମାଗି ସିନ୍ଦୁରକୁ ଉଠାଇ କୌଣସି ଗଛ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ପାର୍ବତୀ ଆଉ କ୍ରୋଧିତ ହେବେ ନାହିଁ । ନିଜ ସ୍ୱାମୀ ବ୍ୟତୀତ ଅନ୍ୟ କାହାରି ସାମ୍ନାରେ ସିନ୍ଦୁର ଲଗାନ୍ତୁ ନାହିଁ । ତେଣୁ ଉତ୍ତମ ହେବ ଓଢଣା ଟାଣି ମଥାରେ ସିନ୍ଦୁର ଲଗାନ୍ତୁ ।

Leave a Reply

Your email address will not be published. Required fields are marked *