ଯେଉଁ ସ୍ତ୍ରୀ ଏହି ପାଞ୍ଚଟି କାମ କରି ନଥାଏ ସେହି ସ୍ତ୍ରୀ ହାତରୁ କୁକୁର ମଧ୍ୟ ଖାଇ ନଥାଏ ରୋଟି ।

ଭଗବାନ ଶ୍ରୀକୃଷ୍ଣ କଳିଯୁଗରେ ସ୍ତ୍ରୀ ଏବଂ ପୁରୁଷଙ୍କ ଠାରେ ଉତ୍ପନ୍ନ ହେଉଥିବା ଅନେକ ଲକ୍ଷଣ ବିଷୟରେ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କଳିଯୁଗରେ ଯେଉଁ ସ୍ତ୍ରୀ ପୁରୁଷ ଭଲ କର୍ମ କରିବେ , କର୍ମ ଅନୁଯାୟୀ ସେମାନଙ୍କ ଜୀବନରେ ଭଲ କିମ୍ବା ଖରାପ ଫଳ ପ୍ରାପ୍ତି ହେବ । କଳିଯୁଗରେ ଯେଉଁ ସ୍ତ୍ରୀ ଖରାପ କର୍ମ କରିଥାଏ ସେହି ସ୍ତ୍ରୀର ହାତରୁ କୌଣସି କୁକୁର କିମ୍ବା ବିଲେଇ ଖାଦ୍ୟ ଗ୍ରହଣ କରିବେ ନାହିଁ ।

୧ . ତେବେ କହିରଖିବୁ ଯେ କେଉଁ ଘରର ସ୍ତ୍ରୀ କେତେ ଦକ୍ଷ ତାହା ସେହି ଘରର ରୋଷେଇ ଘରୁ ଜଣା ପଡ଼ିଥାଏ । ସେହି ମହିଳାଙ୍କ ରୋଷେଇ ଘର କେତେ ପରିଷ୍କାର ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ଘରର ସ୍ତ୍ରୀ ନିଜ ରୋଷେଇ ଘରକୁ ଯେତେ ପରିଷ୍କାର ରଖିଥାଏ ସେହି ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସେତେ ଭଲ ରହିଥାଏ ।

୨ . ଏହାବ୍ୟତୀତ ଘରର ବାଥରୁମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ଘରର ଶୌଚାଳୟ ଏବଂ ବାଥରୁମ ଯେତେ ପରିଷ୍କାର ହୋଇଥାଏ ସେହି ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସେତେ ଭଲ ରହିଥାଏ । ଏହି କାରଣରୁ ଦୀପବଳୀରେ ମଧ୍ୟ ପ୍ରଥମେ ବାଥରୁମ ଏବଂ ଶୌଚାଳୟକୁ ପରିଷ୍କାର ରଖିବା ବିଷୟରେ କୁହାଯାଇଛି । କାରଣ ଦୀପବଳୀରେ ମାତା ଲକ୍ଷ୍ମୀ ସେହି ଘରକୁ ଯାଆନ୍ତି , ଯେଉଁ ଘରେ ପରିଷ୍କାର ପରିଚ୍ଛନ୍ନ ରହିଥାଏ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ସତ୍ୟଭାମା ଦ୍ରୌପଦୀଙ୍କୁ ସ୍ୱଚ୍ଛତା ବିଷୟରେ ଜ୍ଞାନ ନେଇଥିଲେ ।

୩ . ଏସବୁ ବ୍ୟତୀତ ଶାରୀରିକ ସ୍ୱଚ୍ଛତାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଥାଏ । ଖାସକରି ମହିଳା ମାନଙ୍କୁ ନିଜର ଶାରୀରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ଏହାବ୍ୟତୀତ ଶରୀରର ଭିତରେ ମଧ୍ୟ ପରିଷ୍କାର ରହିବା ଉଚିତ । ପୂର୍ବ କାଳରେ ମହିଳା ମାନେ ସକାଳୁ ଜଲଦି ଉଠି ସ୍ନାନ କରିବା ପରେ ହିଁ ରୋଷେଇ ଘରକୁ ପ୍ରବେଶ କରୁଥିଲେ । ଏହାବ୍ୟତୀତ ମାସିକ ଧର୍ମ ସମୟରେ ରୋଷେଇ ଘରେ ପ୍ରବେଶ କରୁ ନଥିଲେ କାରଣ ଘରର ସଦସ୍ୟ ମାନେ ଭୋଜନ ଗ୍ରହଣ କରିବା ସମୟରେ ସର୍ବପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରି ଭୋଜନ ଗ୍ରହଣ କରନ୍ତି ।

ଖାଦ୍ୟ ପ୍ରସ୍ତୁତ କରିବାର ପୂର୍ବରୁ ଏବଂ ପରେ କିଛି ସଚେତନତା ପ୍ରତି ଧ୍ୟାନ ଦେବା ଉଚିତ । ତେଣୁ ସର୍ବପ୍ରଥମେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । ଶୌଚାଳୟରେ ଜୀବାଣୁ ମଧ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି । ତେଣୁ ଶୌଚ ପରେ ହାତ ଏବଂ ନଖକୁ ଭଲଭାବରେ ପରିଷ୍କାର ରଖିବା ଉଚିତ । ଏସବୁ ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମନର ସ୍ୱଚ୍ଛତା । ମନ ଯେମିତି ସ୍ୱଚ୍ଛ ରହିବ ପରିବେଶ ମଧ୍ୟ ସେମିତି ସ୍ୱଚ୍ଛ ଏବଂ ଶାନ୍ତ ରହିବ । ଖରାପ ଚିନ୍ତାଧାରା ରଖିଲେ ଘରେ ମଧ୍ୟ ନକରାତ୍ମକତା ସୃଷ୍ଟି ହୋଇଥାଏ । ତେଣୁ ପ୍ରତ୍ୟେକ ଘରେ ମହିଳା ମାନେ ପରିଷ୍କାର ପରିଚ୍ଛନ୍ନ ରହିବା ଜରୁରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *