ଅନେକ ପ୍ରାଚୀନ ମୁନି ଋଷିଙ୍କ ମତରେ ପ୍ରକୃତି ମନୁଷ୍ୟକୁ ଅନେକ ଛୋଟ ବଡ଼ ସଙ୍କେତ ଦେଇଥାଏ । ଯାହାକି ମନୁଷ୍ୟର ବର୍ତ୍ତମାନ କିମ୍ବା ଭବିଷ୍ୟତ ସହିତ ଜଡ଼ିତ ଥାଏ । କିନ୍ତୁ ମନୁଷ୍ୟ ସେହି ସଙ୍କେତକୁ ବୁଝି ପାରି ନଥାଏ । ଯାହାଦ୍ୱାରା ମନୁଷ୍ୟକୁ ମିଳିବାକୁ ଯାଉଥିବା ଶୁଭ ଫଳ ମଧ୍ୟ ମିଳିପାରେ ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘରକୁ କିଛି ବିଶେଷ ପକ୍ଷୀ ଆସିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ । ସେଥିମଧ୍ୟରୁ କିଛି ପକ୍ଷୀ ଘରକୁ ଆସିଲେ ସ୍ବୟଂ ମାତା ଲକ୍ଷ୍ମୀଙ୍କର ଘରକୁ ଆଗମନ ହେବାର ସଙ୍କେତ ମିଳିଥାଏ । ଯାହାଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ଯାହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯାଏ ।
୧ . ପାରା :-
ପକ୍ଷୀ ଶାସ୍ତ୍ରରେ ପାରାକୁ ପ୍ରେମ ସମ୍ବନ୍ଧ ସହିତ ଯୋଡ଼ି ଦେଖାଯାଏ । ଅନେକ ଲୋକ ଏହି ପକ୍ଷୀକୁ ପସନ୍ଦ କରନ୍ତି ନାହିଁ । ମାତ୍ର ଯଦି ପାରା ଆସି ଆପଣଙ୍କ ଘର ଦ୍ୱାରରେ ଉପରେ ବସୁଛି ତେବେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଘରକୁ ପାରା ଆସି ବସିଲେ ଅତ୍ୟନ୍ତ ଶୁଭ ହୋଇଥାଏ ମାତ୍ର ଏହି ପକ୍ଷୀ ଘରକୁ ଆସି ବସା ବନାଇଲେ ଆଦୋୖ ଶୁଭ ହୋଇ ନଥାଏ । ଘରକୁ ପାରା ଆସିଲେ ନିଶ୍ଚୟ ଦାନା ଖାଇବାକୁ ଦିଅନ୍ତୁ ।
୨ . ମୟୁର :-
ଏହି ପକ୍ଷୀ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ପକ୍ଷୀ ଅଟେ । ମୟୁର ସାଧରଣତଃ ମାତା ଲକ୍ଷ୍ମୀ ଏବଂ ଭଗବାନ କାର୍ତ୍ତିକଙ୍କର ମଧ୍ୟ ବାହନ ଅଟେ । ଏହାବ୍ୟତୀତ ଭଗବାନ ଶ୍ରୀକୃଷ୍ଣ ମୟୁର ପରକୁ ନିଜ ମୁକୁଟରେ ଧାରଣ କରନ୍ତି । ଯଦି ଆପଣଙ୍କ ଘରକୁ ମୟୁର ଆସି ବସୁଛି ତେବେ ଆପଣଙ୍କ ଶତ୍ରୁର ନାଶ ହେବା ସହିତ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଆସିବ ଏବଂ ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହେବ । ଯଦି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ ମୟୁର ଦେଖନ୍ତି ତେବେ ଆପଣ କାମରେ ନିଶ୍ଚୟ ସଫଳ ହେବେ । ଏହାବ୍ୟତୀତ ଘରେ ଆର୍ଥିକ ସମୃଦ୍ଧି ମଧ୍ୟ ହେବ ।
୩ . ବାଇ ଚଢ଼େଇ :-
ଯଦି ବାଇ ଚଢ଼େଇ ଆପଣଙ୍କ ଘରକୁ ଆସି ବସା ତିଆରି କରୁଛି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣଙ୍କୁ ଧନ ସମ୍ପତ୍ତି ପ୍ରାପ୍ତି ହେବାକୁ ଯାଉଛି । ଯଦି ଏହି ପକ୍ଷୀ ଆପଣଙ୍କ ମୁଣ୍ଡ ଉପରେ କିମ୍ବା କାନ୍ଧ ଉପରେ ବସିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ସାଧରଣତଃ ଏହି ପକ୍ଷୀ କାହାରି ଅଖପାଖକୁ ଯାଇ ନଥାଏ । କିନ୍ତୁ ଯଦି ଆପଣଙ୍କ ଘରକୁ ଏହି ପକ୍ଷୀ ଯାଆସ କରୁଛି ତେବେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଘରେ ସକରାତ୍ମକ ଶକ୍ତିର ବାତାବରଣ ସୃଷ୍ଟି ହେବାକୁ ଯାଉଛି । ଯଦି କୌଣସି ଦିନ ଏକାଧିକ ବାଇ ଚଢ଼େଇ ଛାତ ଉପରକୁ ଆସି ବସୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି ।
୪ . ପେଚା :-
ପେଚାକୁ ଆଜିବି ଲୋକେ ଶୁଭ ଅଶୁଭ ଚିନ୍ତାଧାରା ମଧ୍ୟରେ ଭାବିଥାନ୍ତି । କିଛି ଲୋକ ଏହି ପକ୍ଷୀକୁ ଶୁଭ ଭାବୁଥିବା ବେଳେ ଆଉ କିଛି ଲୋକ ଏହାକୁ ଅଶୁଭ ଭାବିଥାନ୍ତି । ସାଧରଣତଃ ପେଚା ଏକ ନିଶାଚର ପକ୍ଷୀ ଅଟେ ଯାହା ଦିନରେ ଶୋଇଥାଏ ଏବଂ ରାତିରେ ବିଚରଣ କରଥାଏ । ତେଣୁ ପେଚାର ରାବକୁ ଶୁଣି ଲୋକେ ଭୟଭୀତ ହେବା ସହିତ ଅଶୁଭ ବୋଲି ବିବେଚନା କରିଥାନ୍ତି । କିନ୍ତୁ ପୁରାଣ ଅନୁଯାୟୀ ମାତା ଲକ୍ଷ୍ମୀ ଯେତେବେଳେ ସର୍ବପ୍ରଥମେ ପୃଥିବୀକୁ ରାତିରେ ଅବତରଣ କରିଥିଲେ ସେତେବେଳେ ମାତାଙ୍କ ନଜରରେ ସର୍ବପ୍ରଥମେ ଜାଗ୍ରତ ଥିବା ପକ୍ଷୀ ପେଚା ହିଁ ନଜର ଆସିଥିଲା ।
ତେଣୁ ମାତା ଲକ୍ଷ୍ମୀଙ୍କ ବାହନ ପେଚା ଅଟେ । ତେଣୁ ପେଚା ଦେଖାଯିବା ଏବଂ ପେଚାର ଶବ୍ଦ ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ପଶ୍ଚିମବଙ୍ଗ , ଓଡ଼ିଶା ଆଦି ରାଜ୍ୟରେ ଲକ୍ଷ୍ମୀଙ୍କ ସହିତ ପେଚାକୁ ପୂଜା କରିବାର ମଧ୍ୟ ପରମ୍ପରା ରହିଛି । କେଉଁଠି କେଉଁଠି ଏପରି ବି ମାନା ଯାଏ ଯେ ଗର୍ଭବତୀ ମହିଳା ପେଚା ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଗର୍ଭବତୀ ମହିଳା ପେଚାକୁ ଛୁଇଁ ଥାଆନ୍ତି ତେବେ ତାଙ୍କର ହେବାକୁ ଥିବା ସନ୍ତାନ ସୌଭାଗ୍ୟଶାଳୀ ହୋଇଥାଏ । ଏହିଭଳି ଯଦି ପେଚା କୌଣସି ଗମ୍ଭୀର ରୋଗୀକୁ ଛୁଇଁ ଚାଲିଯାଏ ତେବେ ସବୁ ରୋଗ ଭଲ ହୋଇଯାଏ । ଯଦି ଆପଣ ଚାକିରୀ କିମ୍ବା କୌଣସି ବଡ଼ କାମ ପାଇଁ ଯାଉଥିବା ସମୟରେ ପେଚା ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ । ସକାଳ ସମୟରେ ପେଚା ଦେଖିବା ଏବଂ ତାହାର ଶବ୍ଦ ଶୁଣିବା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ।