ମାଲାମାଲ ବନେଇ ଦିଏ ଝାଡୁ ର ଏହି ଉପାୟ,ଘରକୁ ଆଣିବା ମାତ୍ରେ ହିଁ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ତାପରେ ଦେଖନ୍ତୁ ଚମତ୍କାର |

ହିନ୍ଦୁ ଧର୍ମ ରେ ଝାଡୁ କୁ ପୂଜନୀୟ ବୋଲି ବିଶ୍ୱାସ କରାଯାଏ | କୁହାଯାଏ କି ଝାଡୁ ରେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ରହିଥାଏ, ତେବେ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଝାଡୁ କୁ ନେଇକି କିଛି ନିୟମ ବିଷୟରେ କୁହାଯାଇଛି | ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି କି ଘରେ ଯଦି ଝାଡୁ ର ବ୍ୟବହାର ସଠିକ ଭାବରେ ନକରା ଯାଏ, ତେବେ ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ, ଯାହା ବ୍ୟକ୍ତି ଙ୍କ ଉନ୍ନତି ରେ ବାଧା ଉତ୍ପନ କରିଥାଏ | ଘର ର ସୁଖ ଶାନ୍ତି ସବୁ ଚାଲିଯାଇଥାଏ | ଏମିତି ରେ ବାସ୍ତୁ ଦୋଷ କୁ ଦୂର କରିବା ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଝାଡୁ ସମ୍ବନ୍ଧିତ କିଛି ଉପାୟ କୁ ଆପଣେଇ ପାରିବା |

ଝାଡୁ ର ଉପାୟ ବଦଳେଇ ଦେବ ଭାଗ୍ୟ ;

– ବାସ୍ତୁ ଶାସ୍ତ୍ର ରେ ଝାଡୁ କୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବିଶ୍ୱାସ କରାଯାଏ | କୁହାଯାଏ କି ଘରେ ଝାଡୁ କୁ ସର୍ବଦା ଆଦର କରନ୍ତୁ | ସେଥିରେ ପାଦ ଲଗାନ୍ତୁ ନାହିଁ | କେବଳ ଏତିକି ନୁହେଁ, ବାସ୍ତୁ ର କିଛି ନିୟମ କୁ ଅବଶ୍ୟ ପାଳନ ମଧ୍ୟ କରନ୍ତୁ | ଝାଡୁ କୁ ଆଦର କରିବା ଦ୍ୱାରା ଘରେ ଲକ୍ଷ୍ମୀ ଏବଂ ସମ୍ପନ୍ନତା ର ବାସ ବନି ରହିଥାଏ | କୁହାଯାଏ କି ଘରେ ଝାଡୁ ଲଗେଇକି ଦରିଦ୍ରତା ଏବଂ ଅଲକ୍ଷ୍ମୀ ଙ୍କୁ ବାହାର କରାଯାଇ ଥାଏ | ଏହା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ସ୍ଥାୟୀ ନିବାସ ହୋଇଥାଏ |

– ବାସ୍ତୁ ଏକ୍ସପର୍ଟ ଙ୍କ କହିବା ଅନୁଯାଇ ଘରକୁ ଝାଡୁ ଆଣିବାର ବି କିଛି ଖାସ ଦିନ ରହିଥାଏ | କୌଣସି ବି ଦିନ ଝାଡୁ କିଣିବା ଆପଣଙ୍କ ସମସ୍ୟା କୁ ବଢ଼େଇ ପାରେ | ବାସ୍ତୁ ବିଶେଷଜ୍ଞ ଙ୍କ ଅନୁସାରେ ଏହାକୁ ମଙ୍ଗଳବାର, ଶନିବାର, ରବିବାର କୁ କିଣିବା ଶୁଭ ହୋଇଥାଏ | ଏହା ଦ୍ୱାରା ଘରେ ମା ଲକ୍ଷ୍ମୀ ସର୍ବଦା ପାଇଁ ନିବାସ କରିଥାନ୍ତି |

– ଯଦି ଆପଣଙ୍କୁ ପୁରୁଣା ଝାଡୁ ବାହାର କରିବାର ଥାଏ ଏବଂ ନୂଆ ଝାଡୁ ଆଣିବାର ଥାଏ, ତେବେ କୌଣସି ବି ଦିନ ଫୋପାଡ଼ିବା ବ୍ୟତୀତ ଶନିବାର ଦିନ ହିଁ ଝାଡୁ କୁ ଘରୁ ବାହାର କରିବା ଉଚିତ | ଏହି ଦିନ ଦରିଦ୍ରତା କୁ ଘରୁ ବାହାର କରାଯାଇଥାଏ | କିନ୍ତୁ ଭୁଲ ରେ ବି ଶୁକ୍ରବାର ଦିନ ଝାଡୁ କୁ ଘରୁ ବାହାର କରନ୍ତୁ ନାହିଁ | ଏହି ଦିନ ମା ଲକ୍ଷ୍ମୀ ଙ୍କ ଦିନ ହୋଇଥାଏ | ଏହିପରି କରିବା ଦ୍ୱାରା ଘରକୁ ସମ୍ପନ୍ନତା ଏବଂ ସ୍ଥିରତା ଘରକୁ ଆସିଥାଏ |

– ନାଲି ବହି ଅନୁଯାଇ ଆପଣ ଘରେ ଯେଉଁ ଦିନ ନୂଆ ଝାଡୁ ଆଣିବେ, ତାହାର ଉପର ଭାଗ ରେ ଧଳା ରଙ୍ଗର ସୁତା ବାନ୍ଧି ଦେବେ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଘରେ ସ୍ଥାୟୀ ନିବାସ କରିଥାନ୍ତି | ଏବଂ ମା କେବେ ବି ଘର ଛାଡିକି ଯାଆନ୍ତି ନାହିଁ |

– ତେବେ ଯଦି ଆପଣଙ୍କ ଉପରେ ଶନି ଙ୍କ ସାଢେ ସାତୀ କିମ୍ବା ମହାଦଶା ଚାଲିଛି, ତେବେ ଶନିବାର ଦିନ ଭୁଲ କରି ବି ଝାଡୁ କିଣନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ଶନିଦେବ କ୍ରୋଧିତ ହୁଅନ୍ତି | ଏମିତି ରେ ଆପଣ ରବିବାର ଦିନ ଝାଡୁ କିଣିପାରିବେ ଏବଂ ଶନିବାର ଦିନ ଘରେ ପ୍ରଥମେ ଏହାକୁ ବ୍ୟବହାର କରିନିଅନ୍ତୁ |

Leave a Reply

Your email address will not be published. Required fields are marked *