ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ, ଏହି ସମୟରେ ସ୍ନାନ କରିବା ଦ୍ୱାରା ଦୂର ହୋଇଥାଏ ସମସ୍ତ ଦାରିଦ୍ର୍ୟତା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଦୈନନ୍ଦିନ ଜୀବନକୁ ସହଜ ଓ ସରଳ କରିବା ପାଇଁ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟା ବାରମ୍ବାର ସୃଷ୍ଟି ହେବାର ଏକ କାରଣ ହେଉଛି ଦୈନନ୍ଦିନ ଜୀବନରେ ହେଉଥିବା ନକାରାତ୍ମକ ପରିବର୍ତ୍ତନ ଯେପରି ସ୍ନାନ କରିବାର ଶୈଳୀ। ଆଜି ଆମେ ଆପଣଙ୍କୁ କହିବୁ କି, ସ୍ନାନ କରିବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ।

ବନ୍ଧୁଗଣ ସ୍ନାନ କରିବା ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ପ୍ରତ୍ୟେକଦିନ ସ୍ନାନ କରୁଥିବା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଅଧିକାଂଶ ଲୋକେ ଗାଧୋଇବା ପରେ କିଛି ସାମଗ୍ରୀ ଗାଧୋଇବା ଘରେ ଛାଡ଼ି ଆସିଥାନ୍ତି। ଏହାସହିତ ବାଲଟିରେ ପାଣି ଭରି ମଧ୍ୟ ରଖି ଦେଇଥାନ୍ତି। ଏହା କରିବା ଅନୁଚିତ୍। ଗାଧୋଇ ସାରି ବାଲଟିକୁ ସିଧା କରି ରଖନ୍ତୁ ନାହିଁ, ଏହାକୁ ଓଲଟାଇ ରଖନ୍ତୁ।

ଏହାର ଆଉ ଏକ କାରଣ ହେଉଛି ଯଦି ଆପଣ ଗାଧୋଇ ସାରି ସ୍ନାନ କରିଥିବା ପାଣିକୁ ବାଲଟିରେ ରଖି ପଳେଇ ଆସିବେ ଏବଂ ସେହି ପାଣିରେ ଅନ୍ୟ କୌଣସି ବ୍ୟକ୍ତି ସ୍ନାନ କରନ୍ତି, ତାହେଲେ ଗାଧୋଇବା ବ୍ୟକ୍ତିଙ୍କର ଆୟୁଷ ହାନୀ ହୋଇଥାଏ। ଯଦି ଆପଣ ଏଭଳି କରିବେ ତାହେଲେ ଆପଣଙ୍କ ପରିବାର ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ଅଧିକାଂଶ ଘରେ ପୁରୁଷ ଲୋକ ମାନେ ଗାଧୋଇ ସାରି ନିଜ ଲୁଗା ଗାଧୁଆ ଘରେ ରଖି ଦେଇ ଆସିଥାନ୍ତି ଏବଂ ତାହାକୁ ସ୍ତ୍ରୀଲୋକମାନେ ଧୋଇ ଥାଆନ୍ତି। କିନ୍ତୁ ଗାଧୋଇ ସାରି ନିଜ ଲୁଗାପଟା ନିଜେ ଧୋଇବା ଉଚିତ। ଏହାକୁ ଅନ୍ୟମାନେ ଧୋଇବା ଅଶୁଭ ହୋଇଥାଏ। ସ୍ନାନ କରିବା ପରେ ମନ ଓ ଶରୀର ଶୁଦ୍ଧ ହୋଇ ଯାଇଥାଏ। ସ୍ନାନ କରିବା ପରେ ଆପଣ ଠାକୁର ପୂଜା କରନ୍ତୁ। ଏହାଦ୍ବାରା ଆପଣଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ।

ସ୍ନାନ କରିବା ସମୟରେ କେବେବି ଚୁପଚାପ୍ ସ୍ନାନ କରନ୍ତୁ ନାହିଁ। ଏହିସମୟରେ ଆପଣ ମନରେ ଗୁଣୁଗୁଣୁ ହୋଇପାରିବେ। ବିବାହିତ ମହିଳା ମାନେ ଗାଧୋଇବାର ତୁରନ୍ତ ପରେ ମଥାରେ ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ପତିଙ୍କ ଲମ୍ବା ଆୟୁଷ ହାନୀ ହୋଇଥାଏ। ସ୍ନାନ କରିବାର ତୁରନ୍ତ ପରେ କେବେବି ନଖ କାଟନ୍ତୁ ନାହିଁ ଏବଂ ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ।ଏହା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଅର୍ଥାତ୍ ସ୍ନାନ କରିବା ପରେ ଆପଣ କିଛି ଭୋଜନ କରି ରୋଷେଇ ଘରକୁ ଯାଆନ୍ତୁ। ଯଦି ଆପଣ କୌଣସି ନଦୀରେ ସ୍ନାନ କରିବାକୁ ଯାଉଛନ୍ତି ତାହେଲେ ପ୍ରଥମେ ଆପଣ ନଦୀକୁ ପ୍ରଣାମ କରନ୍ତୁ, ଏହାଦ୍ୱାରା ଶୋନଙ୍କର କଲ୍ୟାଣ ହେବ ଏବଂ ଆପଣଙ୍କ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

Leave a Reply

Your email address will not be published. Required fields are marked *