ନଭେମ୍ବର ୨୭ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଏକ ମୁଠା ଧଣିଆ ନେଇ କରି ଦିଅନ୍ତୁ ଏହି ଖାସ ପ୍ରୟୋଗ । ଘରକୁ ମାଡ଼ି ଆସିବ ଧନ ।

ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମା ଦିନ , ଧଣିଆର କେବଳ ଏହି ଗୋଟିଏ ଉପାୟ କଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଯିବ ଏବଂ ଜନ୍ମଜନ୍ମାନ୍ତରର ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ । ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି ବୋଲି କୁହାଯାଏ । ଏହାବ୍ୟତୀତ ଧଣିଆ ମାତା ଲକ୍ଷ୍ମୀଙ୍କର ପ୍ରିୟ ଜିନିଷ ଅଟେ । ତେଣୁ ଏହିଦିନ ଧଣିଆର ବିଶେଷ ଉପାୟ କଲେ ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୋଇଯିବେ । ଏହାବ୍ୟତୀତ କୌଣସି ପ୍ରକାରର ଧନର ଅଭାବ ମଧ୍ୟ ହେବ ନାହିଁ ।

୧ . ଯଦି ଆପଣଙ୍କର କୌଣସି ଉପାୟରେ ଧନ ସଞ୍ଚିତ ହୋଇ ପାରୁନାହିଁ , କିମ୍ବା ଅଧିକ ଖର୍ଚ୍ଚ ହେଉଛି କିମ୍ବା କୌଣସି ପ୍ରକାରର କରଜ ଜନିତ ସମସ୍ୟାରୁ ବର୍ତ୍ତି ପାରୁ ନାହାଁନ୍ତି ତେବେ ଏକ ମୁଠା ଧଣିଆ କାର୍ତ୍ତିକ ପୂର୍ଣ୍ଣିମା ଦିନ ନେଇ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅ ଦୀପ ଜାଳି ଦିଅନ୍ତୁ ଏବଂ ଏକ ନାଲି କପଡ଼ା ନେଇ ତାହାକୁ ବିଛାଇ ଧଣିଆ ରଖି ଏକ ପୁଟୁଳି ବନାଇ ଦିଅନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ” ଓଁ ମହାଲକ୍ଷ୍ମୈ ନମଃ ” ୧୦୮ ଥର ଜପ କରି ସେହି ଧଣିଆ ପୁଟୁଳିକି ନେଇ ଘରର ସିନ୍ଧୁକର ଦକ୍ଷିଣ ଭାଗରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଧନ ଜନିତ ସମସ୍ୟା ରହିବ ନାହିଁ ଏବଂ କରଜ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୨ . ଜାତକରେ ଶୁକ୍ର ମଜବୁତ ଥିଲେ କେବେ କିଛି ଅଭାବ ରହେ ନାହିଁ ଏବଂ କେବେବି ଧନ ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ । କିନ୍ତୁ ଏହି ଶୁକ୍ର ଗ୍ରହର ନିୟନ୍ତ୍ରଣ ମାତା ଲକ୍ଷ୍ମୀଙ୍କ ହାତରେ ଥାଏ । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦିନ ଏକ ଉପାୟ ଅନୁଯାୟୀ ସକାଳୁ ସ୍ନାନ ପରେ ଏକ ନାଲି କପଡ଼ାରେ ଏକ ମୁଠା ଧଣିଆ ରଖି ଘର ପାଖ ଲକ୍ଷ୍ମୀ ମନ୍ଦିର ଯାଇ ସେଠାରେ ଘିଅ ଦୀପ ଜାଳି ଧଣିଆ ପୁଟୁଳିକୁ ମାତାଙ୍କ ଡାହାଣ ପାଦରେ ସ୍ପର୍ଶ କରାଇ ଘରକୁ ନେଇ ଆସନ୍ତୁ ଏବଂ ଘରେ ଧନ ରଖା ଯାଉଥିବା ସ୍ଥାନରେ କିମ୍ବା ଠାକୁର ଘରେ ରଖି ଦିଅନ୍ତୁ । ଏହିଦିନ ଏହି ଉପାୟ କଲେ ଧଣିଆ ସିଦ୍ଧ ହୋଇଯାଏ । ଏହାଦ୍ବାରା ପ୍ରତ୍ୟେକ ଧଣିଆରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଉପାୟ ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି । ଏହାଦ୍ବାରା ଧନ ଲାଭ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

୩ . ଯଦି ଆପଣ ଜୀବନରେ ଅମାପ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ରାତିରେ ସ୍ନାନ କରି ଠାକୁର ଘରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଆସନ ବିଛାଇ ବସି ଯାଆନ୍ତୁ ଏବଂ ସାମ୍ନାରେ ଏକ ନାଲି କପଡ଼ା ବିଛାଇ ଏକ ମୁଠା ଧଣିଆ , ତିନୋଟି ଲବଙ୍ଗ ଏବଂ ଗୋଟିଏ କୋଏନ ରଖି ପୁଟୁଳି ବନାଇ ଦିଅନ୍ତୁ । ଏହାକୁ ଧରି ୧୧ ଥର ମାତା ଲକ୍ଷ୍ମୀଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଏହାକୁ ନେଇ ଆଲମାରୀ କିମ୍ବା ଧନ ରଖାଯାଉଥିବା ସ୍ଥାନରେ କିମ୍ବା ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ କରିବା ପରେ ଆପଣଙ୍କ ଜୀବନରେ ଡାହାଣ ବଢ଼ିବା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *