ଘରେ ଏହି ସମସ୍ୟା ଥିଲେ ଦୀପ ତଳେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ:-

ହିନ୍ଦୁ ଧର୍ମରେ କୌଣସିବି ଶୁଭ କାର୍ଯ୍ୟ କିମ୍ବା ଭଗବାନଙ୍କୁ ପୂଜା କରିବା ସମୟରେ ଦୀପ ଜାଳିବା ଅନିର୍ବାର୍ଯ୍ୟ ହୋଇଥାଏ । ଯଦି ଆପଣ ନିଜ ଇଷ୍ଟ ଦେବତାଙ୍କ ସାମ୍ନାରେ ଦୀପ ଜାଳୁଛନ୍ତି ତେବେ ସେଥିରେ ଅନେକ ନିୟମ ରହିଛି । ଇଷ୍ଟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଗାଈ ଘିଅରେ ଦୀପ ଜାଳିବା ଉଚିତ । ଯଦି ଆପଣ ନିଜ ଶତ୍ରୁକୁ ଶାନ୍ତ କରିବାକୁ ଚାହୁଁଛନ୍ତି ତେବେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏହାଦ୍ବାରା ଆପଣଙ୍କ ଶତ୍ରୁ ଶାନ୍ତ ରହିବେ । ସେହି ଦୀପକୁ ଆପଣ ହନୁମାନଙ୍କ ସାମ୍ନାରେ ମଧ୍ୟ ଜଳାଇ ପାରିବେ । କିନ୍ତୁ ଯଦି ଆପଣ ସୂର୍ଯ୍ୟଙ୍କ ପୂଜା କରୁଛନ୍ତି ତେବେ ସାତ ବତୀ ଯୁକ୍ତ ଦୀପ ଜଳାନ୍ତୁ ।

ଯଦି ଆପଣ ମାତା ଦୁର୍ଗାଙ୍କ ପୂଜା କରୁଛନ୍ତି ତେବେ ନଅ ବତୀ ଯୁକ୍ତ ଦୀପ ଜାଳନ୍ତୁ । କାରଣ ମାତାଙ୍କର ନଅଟି ରୂପ ରହିଛି । ଏହାବ୍ୟତୀତ ଭଗବାନ ଶିବ ଏବଂ ହନୁମାନଙ୍କ ସାମ୍ନାରେ ପାଞ୍ଚ ବତୀ ଯୁକ୍ତ ଦୀପ ଜଳାନ୍ତୁ । ଏହାଦ୍ବାରା ହନୁମାନ ଏବଂ ଶିବ ଜଲଦି ପ୍ରସନ୍ନ ହୁଅନ୍ତି । ଯଦି ଆପଣଙ୍କ ଜୀବନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିମ୍ବା ଅର୍ଥ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ସାତ ପ୍ରକାରର ଶସ୍ୟ ମିଶ୍ରଣରୁ ଅଳ୍ପ ନେଇ ଦୀପ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ଦୀପ ତଳେ ଗହମ ରଖନ୍ତି ନିରନ୍ତର ଧନ ଧାନ୍ୟର ବୃଦ୍ଧି ହୋଇଥାଏ । ଦୀପ ଜାଳିବାର ଆଗାମୀ ଦିନ ସେହି ପାଞ୍ଚଟି ଦାନା ଗହମକୁ ଖାଇ ଦିଅନ୍ତୁ କିମ୍ବା ଫିଙ୍ଗି ଦିଅନ୍ତୁ ।

ଦୀପ ଜାଳିବା ସମୟରେ ଯଦି ଆପଣ ଦୀପ ତଳେ ଚାଉଳ ରଖନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ବଢ଼ିଥାଏ । ଯଦି ଆପଣ ମାତା କାଳୀ , ଶନିଦେବ କିମ୍ବା ଦଶ ଦିଗପାଳଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଦୀପ ତଳେ କଳା ତିଳ କିମ୍ବା ମୁଗ ଡାଲି ରଖି ଦିଅନ୍ତୁ । ଯଦି ଆପଣ ଜଳନ୍ତା ଦୀପ ଭିତରେ ଗୋଲାପ ପାଖୁଡ଼ା କିମ୍ବା ଲବଙ୍ଗ ଦିଅନ୍ତି ତେବେ ଆପଣଙ୍କ ଜୀବନରେ ସୁଗନ୍ଧ ଭରିଯିବ । ଏମିତିରେ ତ କୌଣସି ପୂଜା ପଦ୍ଧତିରେ ମାଟି ଦୀପ ଜାଳିବା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ମାତ୍ର ନବରାତ୍ରୀ କିମ୍ବା କୌଣସି ମନସ୍କାମନା ପୂରଣ ପାଇଁ ଦୀପ ଜାଳୁଥିଲେ ପାଞ୍ଚ ପ୍ରକାରର ଦୀପ ଜାଳିବାର ବିଧାନ ରହିଛି ।

ତାହା ମଧ୍ୟରୁ ହେଉଛି ସୁନା , ଚାନ୍ଦି , ତମ୍ବା , କଂସା ଏବଂ ଲୁହା ଦୀପ । ଧନର ଅଭାବ ଥିଲେ ଏହି ସବୁ ଦୀପ ଜାଳି ପାରିବେ । ଯଦି ଆପଣ ସୁନାର ଦୀପ ଜାଳୁଛନ୍ତି ତେବେ ତାହା ତଳେ ଗହମ ରଖି ଦିଅନ୍ତୁ । ଦୀପ ଘିଅରେ ପ୍ରଜ୍ଜ୍ଵଳିତ କରନ୍ତୁ ଏବଂ ସେଥିରେ ଗୋଲାପ ପାଖୁଡ଼ା ପକାଇ ଦିଅନ୍ତୁ । ସୁନା ଦୀପରେ ସୂର୍ଯ୍ୟ ଏବଂ ଗୁରୁଙ୍କ ବାସ ହୋଇଥାଏ । ଏହାକୁ ପୂର୍ବ ଦିଗକୁ ମୁହଁ କରନ୍ତୁ । ଏହି ଦୀପ ଜାଳିବା ଦ୍ୱାରା ଆପଣଙ୍କର ଉନ୍ନତି ହେବ ।

Leave a Reply

Your email address will not be published. Required fields are marked *