ଘରର ମନ୍ଦିରରେ 3 ମୂର୍ତ୍ତିର ପୂଜା କେବେ ବି କରନ୍ତୁ ନାହିଁ ; ଘର ପରିବାର ନଷ୍ଟ ହୋଇଯାଏ, ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି |

ବନ୍ଧୁଗଣ ଆମେ ଆମ ପୂଜା ଘରେ ଭଗବାନ ଙ୍କ ମୂର୍ତ୍ତି ଆଦି ରଖନ୍ତି ଏବଂ ପୂଜା ପାଠ କରନ୍ତି | ତେବେ ମୂର୍ତ୍ତି ର ମହତ୍ୱ କଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ କହିବୁ | ଏହି ଦୁଇଟି ମୂର୍ତ୍ତି ଏକା ସାଥିରେ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସବୁ ଆଶା ପୁରା ହୋଇଥାଏ | ତେବେ ଘରେ ମୂର୍ତ୍ତି ରଖି ପୂଜା କରିବା ଦ୍ୱାରା ଅନେକ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ତେଣୁ ସେଥିପାଇଁ ଆମେ ଘରେ ମୂର୍ତ୍ତି ରଖି ତାଙ୍କର ପୂଜା ପାଠ କରିଥାଉ |

ଭଗବାନ ଙ୍କ ଆଶୀର୍ବାଦ ପାଇବା ବା ପାଇଁ ଘରେ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ | ଏହା ସହିତ ଯଦି ଆମେ ଏହିପରି କିଛି ମୂର୍ତ୍ତି ଘରେ ରଖିବା ତାହେଲେ ଆମର ସମସ୍ତ ଦୁଃଖ ଏବଂ ଦରିଦ୍ରତା ସମାପ୍ତ ହୋଇଯିବ | ତେବେ ଆସନ୍ତୁ ଜାଣିବା ଏହିପରି କେଉଁ କେଉଁ ଦୁଇ ମୂର୍ତ୍ତି କୁ ଏକା ସାଙ୍ଗରେ ରଖିବା ଦ୍ୱାରା ଜୀବନ ରେ ଭାଗ୍ୟ ବଦଳି ଯାଏ | ଦରିଦ୍ରତା ଏବଂ ଦୁଃଖ କଷ୍ଟ ନାଶ ହୋଇଯାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ରାଧାକୃଷ୍ଣ : ବନ୍ଧୁଗଣ ଯଦି ଆପଣ ପୂଜା ଘରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ତାଙ୍କ ସହ ରାଧା ଜୀ ଙ୍କୁ ରଖି ଅବଶ୍ୟ ପୂଜା କରନ୍ତୁ | ଭଗବାନ ଶ୍ରୀକୃଷ୍ଣ ରାଧା ରାଣୀ ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାନ୍ତି | ତେଣୁ ଏହି ଦୁଇ ମୂର୍ତ୍ତି ସାଥିରେ ରଖି ପୂଜା କରିବା ଦ୍ୱାରା ଘରେ କ୍ଳେଶ କଳହ ହୋଇନଥାଏ | ବୈବାହିକ ଜୀବନ ରେ ଝଗଡ଼ା କିମ୍ଵା ମନୋମାଳିନ୍ୟ ହୋଇନଥାଏ ପାରିବାରିକା ଶାନ୍ତି ମଧ୍ୟ ବଜାୟ ରହିଥାଏ |

ଲକ୍ଷ୍ମୀନାରାୟଣ : ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସହ ବିଷ୍ଣୁ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ଧନର ବର୍ଷା ହୋଇଥାଏ | ଆପଣ ରାତା ରାତି ମାଲାମାଲ ହୋଇଯାଇପାରନ୍ତି | ତେବେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ | ଏଥି ସହିତ ଆପଣ ଶ୍ରୀଗଣେଶ, କୁବେର ଏବଂ ମା ଲକ୍ଷ୍ମୀଙ୍କ ଫୋଟୋ କିମ୍ଵା ମୂର୍ତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ଅଭାବ ହୁଏ ନାହିଁ | ମା ଲକ୍ଷ୍ମୀ ପ୍ରସନ୍ନ ହେବା ଦ୍ୱାରା ଘରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ |

ଶ୍ରୀରାମ : ଯଦି ଆପଣ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଛନ୍ତି ତେବେ ହନୁମାନ ଜୀ ଙ୍କୁ ତାଙ୍କ ସହ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ହନୁମାନ ଜୀ ବଳ ବୁଦ୍ଧି ବିଦ୍ୟା ଦେଇଥାନ୍ତି | ଭଗବାନ ଙ୍କ ଆଶୀର୍ବାଦ ରୁ ଅନେକ ମଙ୍ଗଳିକ କାର୍ଯ୍ୟ ମଧ୍ୟ ସହଜ ରେ ହୋଇଯାଏ | ଏହା ସହିତ ଆପଣ ପ୍ରଭୁ ଶ୍ରୀ ରାମ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ତାଙ୍କର ପୁରା ପରିବାର ସହ ଠାକୁର ଘରେ ରଖି ପୂଜା କରନ୍ତୁ | ଏହା କରିବା ଦ୍ୱାରା ଘର ଏବଂ ପାରିବାର ବହୁତ ଉନ୍ନତି କରିଥାଏ |

ତ୍ରୀନାଥ : ବନ୍ଧୁଗଣ ନିଶ୍ଚିନ୍ତ ଭାବରେ ଆପଣ ଜାଣିଥିବେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିନାଥ କୁହାଯାଏ | ତେବେ ଏହି ମୃତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ | ଜୀବନ ରେ ଉନ୍ନତି ହୋଇଥାଏ |

ଏହି ମୂର୍ତ୍ତିକୁ ଏକାଠି ରଖିଲେ ଦରିଦ୍ରତା ଆସିଥାଏ :

ଗଣେଶ ଜୀ ଙ୍କର ଦୁଇରୁ ଅଧିକ ମୂର୍ତ୍ତି ଘରେ ରଖନ୍ତୁ ନାହିଁ | ସଦା ସର୍ବଦା ତାଙ୍କୁ ମୁଖ୍ୟ ଦ୍ୱାରା ଭିତରକୁ ମୁହଁ ରଖି ପୂଜା କରନ୍ତୁ | ଭଗବାନ ଶିବଲିଙ୍ଗ ଘରେ ରଖିବା ଉଚିତ ନୁହେଁ ଯଦି ଏହିପରି କରୁଛନ୍ତି ତେବେ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି | ହନୁମାନ ଜିଙ୍କୁ ଦୁଇ ରୁ ଅଧିକ କିମ୍ଵା ଅଯୁଗ୍ମ ସଂଖ୍ୟାରେ ରଖନ୍ତୁ ନାହିଁ | ଶୟନ କକ୍ଷ ରେ ହନୁମାନ ଜିଙ୍କ ଫୋଟୋ ରଖନ୍ତୁ ନାହିଁ | କେବେ ବି ରାଧା କୃଷ୍ଣ ଙ୍କ ଅଲଗା ଅଲଗା ମୂର୍ତ୍ତି କିମ୍ଵା ଫୋଟୋ ରଖନ୍ତୁ ନାହିଁ | ତେବେ ବନ୍ଧୁଗଣ ଯଦି ଏହି ନବରାତ୍ରୀ ରେ ମା ଦୁର୍ଗା ଙ୍କ ଫୋଟୋ ଆପଣ ଘରକୁ ଆଣୁଛନ୍ତି ତେବେ ମା ଙ୍କର ଶାନ୍ତ ସ୍ଵଭାବର ଫୋଟୋ ଆଣନ୍ତୁ କ୍ରୋଧିତ ମୂର୍ତ୍ତି ଏବଂ ଫୋଟୋ ଆଣନ୍ତୁ ନାହିଁ |

ତେବେ ବନ୍ଧୁଗଣ ଘରେ ଶନିଦେବ, ଭୈରବ କିମ୍ଵା ରାହୁ କେତୁ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖିବା ଉଚିତ ନୁହେଁ | ସେମାନଙ୍କୁ ତନ୍ତ୍ର ମନ୍ତ୍ର ଦ୍ୱାରା ପୂଜା କରାଯାଇଥାଏ | ଏହା ପରେ ଆପଣ ପିତୃ ଙ୍କ ଫୋଟୋ କେବେ ବି ଠାକୁର ଘରେ ରଖିବା ଉଚିତ ନୁହେଁ | ଜୀବନ ରେ ଦୁଃଖ ଆସିଥାଏ, ପିତୃ ଦୋଷ ଲାଗିଥାଏ | ତେବେ ବନ୍ଧୁଗଣ ଏହି ମୂର୍ତ୍ତି ଭୁଲ ରେ ବି ଏକା ସାଥିରେ ରଖି ପୂଜା କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *