ଫୁଲ ତୋଳିବାର ବିଶେଷ ନିୟମ, ଅଗାଧୁଆ ଫୁଲ ତୋଳୁଥିଲେ ସାବଧାନ |

ବନ୍ଧୁଗଣ ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ପ୍ରତିଦିନ ଫୁଲ, ତୁଳସୀ, ବେଲ ପତ୍ର ଇତ୍ୟାଦି ଆମେ ତୋଳି ଆଣି ଭଗବାନ ଙ୍କୁ ଅର୍ପଣ କରିଥାଉ | ଯଦି ସେହି ସବୁ ଆମେ ନୀତି ନିୟମ ରେ ନକରିବା ତେବେ ଭଗବାନ ତାକୁ ଗ୍ରହଣ କରିନଥାନ୍ତି | ପ୍ରସନ୍ନ ହେବା ବଦଳରେ କୋପ କରିଥାନ୍ତି, କୃପା ବରଷେଇବା ବଦଳରେ ଅନର୍ଥ କରିଥାନ୍ତି | ଯାହା ଆମେ ଜାଣିପାରିନଥାଉ, ଆମର ସବୁ ପୂଜା ଅର୍ଚନା ବ୍ୟର୍ଥ ଯାଇଥାଏ | ତେଣୁ ଆପଣ ମାନେ ଏହି ପୋଷ୍ଟ ଜାଣନ୍ତୁ ଫୁଲ, ତୁଳସୀ ଏବଂ ବେଲ ପତ୍ର ତୋଳିବାର ନିୟମ ବିଷୟରେ | ଯାହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇ ଆମକୁ ତାଙ୍କର କୃପା ପ୍ରଦାନ କରିବେ | ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ସହସ୍ର ମୁନିଙ୍କ ସହସ୍ର କଥା,ତେବେ ଅନେକ ମୁନି ଗଣ କହିଯାଇଛନ୍ତି କି ଫୁଲ କୁ ଅଗାଧୁଆ ତୋଳିବା ଭଲ ହୋଇଥାଏ | ତେବେ ଅନ୍ୟ କେତେକ କହିଛନ୍ତି କି ଫୁଲ କୁ ଗାଧେଇକି ତୋଳିବା ଭଲ ହୋଇଥାଏ | ତେବେ ଅନେକ ଧର୍ମ ରୁ ଯାହା ଜଣାପଡେ କି ଗାଧେଇକି ହେଉ କି ଅଗାଧୁଆ ଯଦି ଆମେ କିଛି ନିୟମ କୁ ପାଳନ କରି ଫୁଲ ତୋଳିବା ତେବେ ଶୁଭ ହୋଇଥାଏ | ଏବଂ ଭଗବାନ ତାକୁ ଶ୍ରଦ୍ଧାର ସହ ଗ୍ରହଣ କରିଥାନ୍ତି | ସାଧାରଣତଃ ସମସ୍ତ ଙ୍କ ଘରେ ଫୁଲ ଗଛ ନଥାଏ | ତେଣୁ ଲୋକ ମାନେ ଅନ୍ୟଙ୍କ ଗଛରୁ ଫୁଲ ତୋଳିଥାନ୍ତି |

କେତେକ ଲୋକ ଫୁଲ ଅଭାବ କାରଣ ରୁ ରାତିରେ ଅଗାଧୁଆ ଫୁଲ ତୋଳିଥାନ୍ତି | ଏହା ସାଧାରଣତଃ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ଦେଖିବାକୁ ମିଳିଥାଏ | ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ କି ଶାସ୍ତ୍ର ଅନୁସାରେ ଫୁଲ କେବେ ଚୋରି କରି ଭଗବାନ ଙ୍କୁ ଅର୍ପଣ କରିବା ଉଚିତ ନୁହେଁ | ଏହା ଶାସ୍ତ୍ର ବିରୋଧୀ ହୋଇଥାଏ ତେଣୁ ଫୁଲ ତୋଳିଲା ବେଳେ ଫୁଲ ଗଛର ମାଲିକ କିମ୍ବା ଫୁଲ ଗଛ ଠୁ ଅନୁମତି ଆଣନ୍ତୁ | ଏହା ପାରେ ଏହାକୁ ତୋଳି ଭଗବାନ କୁ ଦେବା ଶୁଭ ଅଟେ |ଏହିପରି କରିବା ଶାସ୍ତ୍ରମତ ହୋଇଥାଏ

କୌଣସି ଫୁଲ ତୋଳିବା ସମୟରେ ଚପଲ ପିନ୍ଧି ତୋଳିବା କିମ୍ଵା ଶରୀର ରେ ତେଲ ଲଗେଇ ତୋଳିବା ଅଶୁଭ ହୋଇଥାଏ | ଅଗାଧୁଆ ଫୁଲ ତୋଳିପାରିବେ, କିନ୍ତୁ ଫୁଲ ତୋଳିବା ସମୟ ରେ ମୁହଁ ଗୋଡ ହାତ ଧୋଇ, ମୁଣ୍ଡରେ ଟିକି ପାଣି ଛିଞ୍ଚି ଏବଂ ରାତ୍ରି ରେ ପିନ୍ଧିଥିବା ପୋଷାକ ବଦଳେଇ ଫୁଲ ତୋଳିବା ଶାସ୍ତ୍ର ରେ ବର୍ଣିତ ଅଛି | ଏଥି ସହିତ ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ଶୁଦ୍ଧି କ୍ରିୟା ସମୟ ରେ ଅଗାଧୁଆ ଫୁଲ ତୋଳିବା ଅନୁଚିତ | ଅନେକ ଲୋକ ପୂର୍ବ ଦିନ ରୁ ଫୁଲ କଢ଼ ତୋଳି ରଖିଥାନ୍ତି ଏବଂ ପରଦିନ ଠାକୁରଙ୍କୁ ଅର୍ପଣ କରିଥାନ୍ତି | କିନ୍ତୁ ଏହିପରି କରିବା ଶାସ୍ତ୍ର ବିରୋଧୀ ହୋଇଥାଏ କାରଣ ବାସି ଫୁଲ ଭଗବାନ ଙ୍କୁ ଅର୍ପଣ କରିବା ଉଚିତ ନୁହେଁ |

ଏହି ଦୁଇଟି ଫୁଲ କେବେ ବାସି ହୁଏ ନାହିଁ ଗୋଟିଏ ପଦ୍ମ ଫୁଲ ଏବଂ ଅନ୍ୟଟି ସ୍ଵର୍ଣ ଚମ୍ପା ଏହାକୁ ଭଗବାନ ଙ୍କୁ ଅର୍ପଣ କରିପାରିବେ | ତେଣୁ ଏହି ଦୁଇଟି ଫୁଲକୁ ଆଗରୁ ତୋଳିକି ଆପଣ ରଖି ପାରିବେ | ବନ୍ଧୁଗଣ ଆପଣମାନଙ୍କ ମନରେ ଏହା ପ୍ରଶ୍ନ ଥିବ ଯେ ଆମେ ପୁଲରେ ପାଣି ଛିଞ୍ଚି ଠାକୁରଙ୍କୁ ଅର୍ପଣ କରି ପରିବା ନା ନାହିଁ | ତେବେ ବନ୍ଧୁଗଣ ଆପଣ ଫୁଲରେ ପାଣି ଛିଞ୍ଚି ପୂଜା କରିପାରିବେ | କିନ୍ତୁ ଯଦି ଫୁଲରେ ମଇଳା ଲାଗିଥାଏ | ଯଦି ଫୁଲକୁ କେହି ଅପବିତ୍ର ଲୋକ ଛୁଇଁ ଦେଇଥାନ୍ତି ତେବେ ସେହି ଫୁଲକୁ ଆପଣ ପାଣିରେ ଧୋଇ ଭଗବାନଙ୍କୁ ଅର୍ପଣ କରିପାରିବେ |

ବନ୍ଧୁଗଣ ଆମକୁ ଫୁଲ ତୋଳିଲା ବେଳେ 3ଟି ମନ୍ତ୍ର ଉଚ୍ଚାରଣ କରି ତୋଳିବା ଉଚିତ ଅଟେ | ତେବେ ବନ୍ଧୁଗଣ ଏହି ତିନୋଟି ମନ୍ତ୍ର ହେଉଛି | ଓମ ବରୁଣାୟ ନମଃ, ଓମ ବୋମାୟା ନମଃ, ଓମ ପୃଥିବୀୟ ନମଃ | ଏହି ତିନୋଟି ମନ୍ତ୍ର ଉଚ୍ଚାରଣ କରି ଗାଧେଇବା ପରେ ମଧ୍ୟ ଆପଣ ଫୁଲ ତୋଳିପାରିବେ | ଏବଂ ଏହି ମନ୍ତ୍ର ପଢ଼ି ଫୁଲ ତୋଳିଲେ ସେହି ଫୁଲକୁ ପ୍ରଥମେ ଭଗବାନ ଅତି ଶ୍ରଦ୍ଧାରେ ଗ୍ରହଣ କରିଥାନ୍ତି |

ସେହିପରି ବନ୍ଧୁଗଣ ତୁଳସୀ ପତ୍ର ତୋଳିବାର ମଧ୍ୟ କିଛି ନିୟମ ରହିଛି | ତୁଳସୀ ପତ୍ରକୁ କେବେ ବି ସନ୍ଧ୍ୟା ସମୟରେ କିମ୍ବା ଅଗାଧୁଆ ଥିବା ବେଳେ ତୋଳନ୍ତୁ ନାହିଁ | ଏବଂ ଏହା ସହ ରବିବାର କିମ୍ବା ସଂକ୍ରାନ୍ତିରେ ମଧ୍ୟ ତୁଳସୀ ଗଛରୁ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ | ଏବଂ ଏହି ସମୟରେ ଭଗବାନଙ୍କୁ ଦୟାଣ ପତ୍ର ଅର୍ପଣ କରିପାରିବେ | ନଚେତ ଆପଣ ତୁଳସୀ ପତ୍ରକୁ ପୂର୍ବରୁ ହୀ ତୋଳିକି ରଖି ପାରିବେ | ଏହା କେବେ ବି ବାସୀ ହୋଇନଥାଏ | ତୁଳସୀ ପତ୍ର ପରି ବେଲପତ୍ରକୁ ମଧ୍ୟ ଅଗାଧୁଆରେ ତୋଳିବା ବାରଣ କରାଯାଇଛି | ବେଲ ପତ୍ରକୁ ସବୁବେଳେ ଗାଧେଇ ସାରି ସ୍ୱଚ୍ଛ ପୋଷକ ପରିଧାନ କରି ତୋଳିବା ଆବଶ୍ୟକ ଅଟେ |

Leave a Reply

Your email address will not be published. Required fields are marked *