ବ୍ୟକ୍ତିର ଶରୀରରେ ଏହି ଚିହ୍ନ ଥିଲେ ଭୋଗିଥାଏ ନର୍କ ଯନ୍ତ୍ରଣା , ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ :-

ଗରୁଡ଼ ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ପ୍ରାଣୀଙ୍କ ଏପରି ଲକ୍ଷଣ ବିଷୟରେ କହିଛନ୍ତି ଯାହା ଯଦି ଜଣେ ବ୍ୟକ୍ତି ଠାରେ ଦେଖା ଯାଏ ତେବେ ସେ ନର୍କ ଯନ୍ତ୍ରଣା ଭୋଗି ଆସିଛି ବୋଲି ଜଣା ପଡ଼ିଥାଏ । ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ଏକ ପ୍ରାଚୀନ ଗ୍ରନ୍ଥ ଅଟେ । ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଜୀବନ ମୃତ୍ୟୁ ସମ୍ବନ୍ଧୀୟ ଅନେକ ରହସ୍ୟ ବିଷୟରେ କହିଥିଲେ । ତାହା ଏଥିରେ ବର୍ଣ୍ଣିତ ଅଛି । ତେବେ ସେଥିରେ ନର୍କ ଯନ୍ତ୍ରଣା ଭୋଗିବା ଏବଂ ମନୁଷ୍ୟର ପୁନଃଜନ୍ମ ବିଷୟରେ ବର୍ଣ୍ଣିତ ହୋଇଛି । ବାସ୍ତବରେ ଯେଉଁ ପାପ କର୍ମ କରିଥାଏ ତାକୁ ନର୍କରେ ଯନ୍ତ୍ରଣା ନିଶ୍ଚୟ ଭୋଗ କରିବାକୁ ପଡ଼ିଥାଏ । ତେବେ ନର୍କ ଯନ୍ତ୍ରଣା ଭୋଗିବା ପରେ ବ୍ୟକ୍ତିକୁ ନିଜ ପାପର ପ୍ରାୟଶ୍ଚିତ ପାଇଁ ଆଗାମୀ ଜନ୍ମ ନେବାକୁ ପଡ଼ିଥାଏ ।

ଯେଉଁ ଜନ୍ମରେ ସେ କିଛି ଭଲ କାମ କରି ଭଗବାନଙ୍କୁ ପ୍ରସନ୍ନ କଲେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହୋଇଥାଏ ଏବଂ ଆଉ ନର୍କକୁ ଯିବାକୁ ପଡ଼ି ନଥାଏ । ତେବେ ଜନ୍ମ ପରେ ମନୁଷ୍ୟ ଶରୀରରେ କିଛି ଏପରି ଚିହ୍ନ ଥାଏ ଯାହାକୁ ଦେଖି ମନୁଷ୍ୟ ନିଜର ନର୍କ ଯନ୍ତ୍ରଣା ଦଣ୍ଡ ବିଷୟରେ ଜାଣି ପାରିବ । ଯାହା ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ । ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ଜନ୍ମ ପରେ ଅନେକ ପାପ କର୍ମ କରିଥାଏ ଏବଂ ତାହାର ପ୍ରାୟଶ୍ଚିତ ମଧ୍ୟ କରି ନଥାଏ ତେବେ ତାକୁ ନର୍କ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ନର୍କରେ ତାର ପାପ କର୍ମ ଆଧାରରେ ହିଁ ଦଣ୍ଡ ମିଳିଥାଏ । ସେହି ଦଣ୍ଡର ଏକ ଅବଧି ରହିଥାଏ । ଅବଧି ସରିବା ପରେ ତାକୁ ପୁଣିଥରେ ପ୍ରାୟଶ୍ଚିତ ପାଇଁ ମନୁଷ୍ୟ ଜନ୍ମ ମିଳିଥାଏ ।

ତେବେ ଏହି ଅବଧି ପାପର ପରିଣାମ ଉପରେ ନିର୍ଭର କରିଥାଏ । ତେବେ ମନୁଷ୍ୟ ଆଗାମୀ ଜନ୍ମ ପାଇଲେ ତାର ଶରୀରରେ କିଛି ଏପରି ଚିହ୍ନ ରହିଥାଏ ଯେଉଁଥିରୁ ଜଣା ପଡ଼ିଥାଏ ଯେ ସେ ନର୍କ ଦଣ୍ଡ ଭୋଗି ଆସିଛି । ସେହି ଚିହ୍ନକୁ ଦେଖି ମନୁଷ୍ୟ ନିଜର ପୂର୍ବ ଜନ୍ମର ପାପ ବିଷୟରେ ଜାଣି ପାରିବ ।

୧ . ପ୍ରଥମ ଲକ୍ଷଣ :-

ଯଦି କୌଣସି ମନୁଷ୍ୟ ପୂର୍ବ ଜନ୍ମରେ ଅସତ୍ୟବାଦୀ ହୋଇଥାଏ ଅର୍ଥାତ ଅଧିକ ମିଛ କହି ଧନ କମାଇ ଥାଏ ତେବେ ତାକୁ ନର୍କରେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଆଉ ଯେତେବେଳେ ସେହି ବ୍ୟକ୍ତି ପୁଣିଥରେ ଜନ୍ମ ନେଇଥାଏ ତେବେ ତାର ବାଣୀରେ ଦୋଷ ରହିଥାଏ । ଅର୍ଥାତ ସେ ଖନା ହୋଇ ଜନ୍ମ ହୋଇଥାଏ ।

୨ . ଦ୍ୱିତୀୟ ଲକ୍ଷଣ :-

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ନିଷ୍ପାପ ପଶୁଙ୍କ ଉପରେ ଅତ୍ୟାଚାର କରିଥାଏ , ସେ ମଧ୍ୟ ନର୍କକୁ ଯାଇଥାଏ । ଏହି ଜନ୍ମରେ ସେ ମୂକ ହୋଇ ଜନ୍ମ ନେଇଥାଏ ।

୩ . ତୃତୀୟ ଲକ୍ଷଣ :-

ପୂର୍ବ ଜନ୍ମରେ ଯଦି କୌଣସି ମଣିଷ ଅକାରଣରେ କାହାରି ହତ୍ୟା କରିଥାଏ ତେବେ ସେ ନର୍କକୁ ଯାଇଥାଏ । ସେ ଆଗାମୀ ଜନ୍ମରେ ଛଉ ରୋଗରେ ଗ୍ରାସିତ ହୋଇଥାଏ ।

୪ . ଚତୁର୍ଥ ଲକ୍ଷଣ :-

ମଦ୍ୟପାନ କରୁଥିବା ବ୍ୟକ୍ତି ନର୍କକୁ ଯାଇଥାଏ । ନର୍କ ଦଣ୍ଡ ପରେ ଆଗାମୀ ଜନ୍ମରେ ତାର ଦାନ୍ତ ଅସୁନ୍ଦର ହୋଇଥାଏ । କାହାକୁ ଦାନ୍ତ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇଥାଏ ।

୫ . ପଞ୍ଚମ ଲକ୍ଷଣ :-

ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଧନ କିମ୍ବା ଟଙ୍କା ଚୋରି କରିଥାଏ ତାକୁ ଆଗାମୀ ଜନ୍ମରେ ବିକୃତ ଶରୀର ମିଳିଥାଏ । ଏହା ବ୍ୟତୀତ ନଖ ତେଢ଼ା ମଧ୍ୟ ହୋଇଥାଏ ।

୬ . ଷଷ୍ଠ ଲକ୍ଷଣ :-

ଯେଉଁ ମନୁଷ୍ୟ ପୂର୍ବ ଜନ୍ମରେ ଗୁରୁଙ୍କ ଅପମାନ କରିଥାଏ ଏବଂ ଗୁରୁଙ୍କ ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ବନ୍ଧ ବନାଇ ଥାଏ ସେ ଆଗାମୀ ଜନ୍ମରେ ଚର୍ମ ରୋଗରେ ପୀଡ଼ିତ ହୋଇଥାଏ ।

୭ . ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଦାନ ଧର୍ମ କରି ନଥାଏ ସେ ଆଗାମୀ ଜନ୍ମରେ ଅତ୍ୟନ୍ତ ଦରିଦ୍ର ହୋଇ ଜନ୍ମ ହୋଇଥାଏ ।

Leave a Reply

Your email address will not be published. Required fields are marked *