ଯେତେବେଳେ ଜୀବନ ରେ ଧନର ସମସ୍ୟା ହୋଇଥାଏ, ସେତେ ବେଳେ ଆମେ ମା ଲକ୍ଷ୍ମୀ ଏବଂ ଦେବ ଙ୍କ ଗୁରୁ ବୃହସ୍ପତି ଙ୍କ ଶରଣକୁ ଆସିଥାଉ | କାରଣ ସେ ସମସ୍ତ ସମସ୍ୟା ର ସମାଧାନ କରିଥାନ୍ତି | ଗୁରୁବାର କୁ ଦେବ ଗୁରୁ ବୃହସ୍ପତି ଙ୍କ ଦିନ କୁହାଯାଏ ମାନ୍ୟତା ଅଛି ଏହି ଦିନ ଭଗବାନ ଶ୍ରୀହରି ଙ୍କୁ ପ୍ରସନ୍ନ କରିବା ଦ୍ୱାରା ଆପଣଙ୍କ ଗୁରୁ ମଜବୁତ ହୋଇଥାଏ | ଏହି ଦିନ କିଛି ବିଶେଷ ଉପାୟ କରି ଭଗବାନ ଶ୍ରୀହରି ଙ୍କୁ ପ୍ରସନ୍ନ କରାଯାଇ ପାରେ | ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପାୟ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ?
ଗୁରୁବାର ଦିନ ପୋଛା ଲଗେଇବା ଉଚିତ ନୁହେଁ, ଯଦି ଅତ୍ୟନ୍ତ ଜରୁରୀ ପୋଛା ଲଗେଇବା ତେବେ ସେହି ପାଣି ରେ ଟିକିଏ ହଳଦୀ ମିଶେଇ ଆପଣ ପୋଛା ଲଗେଇପାରିବେ | ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରା କୁ ଆମ୍ବ ପତ୍ର ରେ ସଜାନ୍ତୁ ଏବଂ ଟିକିଏ ଚାଉଳ ନେଇ ପେଶୀ ଦିଅନ୍ତୁ | ସେଥିରେ ଟିକିଏ ହଳଦୀ ପକେଇ ପେଷ୍ଟ ବନେଇ ଦିଅନ୍ତୁ ସେଥିରେ ଟିକେ ପାଣି ମିଶେଇ ମୁଖ୍ୟ ଦ୍ୱାରା ରେ ସ୍ୱସ୍ତିକ ବନାନ୍ତୁ ଶୁଭ ହୋଇଥାଏ | ଏବଂ ଗୋଟିଏ ପାତ୍ର ରେ ପାଣି ମୁଖ୍ୟ ଦ୍ୱାରା ର ଡାହାଣ ପଟେ ରଖନ୍ତୁ ଏବଂ ପରଦିନ ଏହାକୁ କୌଣସି ଗଛ ମୂଳେ ଅର୍ପଣ କରନ୍ତୁ ଏହା ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ସୁରକ୍ଷା ଦେଇଥାଏ | ମହାଲକ୍ଷ୍ମୀ ଙ୍କୁ ମଧ୍ୟ ଆଗମନ କରିଥାଏ |
ଗୁରୁବାର ଦିନ ଦେବଗୁରୁ ବୃହସ୍ପତି ଙ୍କୁ କଦଳୀ ଅର୍ପଣ କରନ୍ତୁ, ଏବଂ ହଳଦିଆ ଫୁଲ ଅର୍ପଣ କରନ୍ତୁ | ଏହି ଦିନ ମା ଲକ୍ଷ୍ମୀ ଏବଂ ଶ୍ରୀହରି ଙ୍କୁ ବେଲପତ୍ର ମଧ୍ୟ ଅର୍ପଣ କରିପାରିବେ | ପଞ୍ଚାବୃତ ଅର୍ପଣ କରିବା ଦ୍ୱାରା ଜୀବନ ରେ କେବେ ବି ଧନ ରା ଅଭାବ ହୁଏ ନାହିଁ | ଏହି ଦିନ କଦଳୀ ଖାନ୍ତୁ ନାହିଁ ଦୋଷ ଲାଗିଥାଏ | କେଶର, ହଳଦୀ କିମ୍ବା ଚନ୍ଦନ ର ତିଳକ ବନେଇ ଏହିଦିନ ଭଗବାନ ଙ୍କୁ ଅର୍ପଣ କରନ୍ତୁ | ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ଦିନ ତୁଳସୀ କୁ ଜଳ ରେ ହଳଦୀ ମିଶେଇ ଅର୍ପଣ କରିବା ଦ୍ୱାରା ଘର ପରିବାର ରେ ସୁଖ ଶାନ୍ତି ଆସିଥାଏ |
ପୂଜା ସମୟରେ ହଳଦି ଟୀକା ଲଗାଇବା ଦ୍ଵାରା ଦେବଗୁରୁ ବୃହସ୍ପତି ମଜବୁତ ହୋଇଥାନ୍ତି ଏବଂ ବାଣୀରେ ମଧୁରତା ଆସିଥାଏ। ହଳଦୀର ଦାନ କରିଲେ ବି ଶୁଭ ମାନାଯାଏ। ଏହା ଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ଅନ୍ତ ହୋଇଥାଏ। ଗୁରୁ ଗ୍ରହରେ ଅନୁକୂଳତା ଆସିଥାଏ। ଘରର ବାହାର କାନ୍ଥରେ ଯଦି ହଳଦୀ ରେଖା ଟାଣି ଦେବେ ତ ଘର ଭିତରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ। ସ୍ନାନ ସମୟରେ ପାଣିରେ ଏକ ଚୁଟକି ହଳଦୀ ପକେଇ ସ୍ନାନ କରିଲେ ଶାରିରୀକ ଏବଂ ମାନସିକ ଶାନ୍ତି ଦେଇଥାଏ। ଚାକିରୀରେ କ୍ଷେତ୍ର ସଫଳତା ପ୍ରାପ୍ତ ପାଇଁ ହଳଦିର ଏହି ପ୍ରୟୋଗ କରାଯାଏ।
ସୂର୍ଯ୍ୟ ଭଗବାନଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିଲେ ମନ ପସନ୍ଦର ବର ପ୍ରାପ୍ତି ହୋଇଥାଏ।ବୈବାହିକ ଜୀବନରେ ସୁଖ ସନ୍ତାନର ସୁଖ ଅପାର ଧନ ଲାଭ ମଧ୍ୟ ବୃହସ୍ପତି ଦେବ ଦେଇଥାନ୍ତି। ବୃହସ୍ପତି ଦେବ ସୁଖର କାରକ ଅଟନ୍ତି।ଯଦି ଆପଣଙ୍କ ବିଦ୍ୟାରେ ବାଧା ଆସୁଥାଏ ଜ୍ଞାନ ପ୍ରାପ୍ତିରେ ବାଧା ଆସୁଥାଏ ତ ବୃହସ୍ପତି ଗ୍ରହଙ୍କୁ ମଜବୁତ କରିବା ଦରକାର। ଏଥିପାଇଁ ହଳଦୀର ଛୋଟ ଛୋଟ ଉପାୟରେ କରିବାକୁ ହେବ। ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଏହି ହଳଦୀର ଉପାୟରେ। ତେବେ ଆସନ୍ତୁ ଜାଣିବା ଏକ ଚୁଟକି ହଳଦୀରେ କେମିତି ଆପଣ ନିଜ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିପାରିବେ।
ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ ପେସା ହୋଇଥିବା ହଳଦୀର ଦାନ କରନ୍ତୁ। ଏହାକୁ ଦାନ କରିଲେ ଆପଣଙ୍କର ଯେଉଁ ରୋଗ ଥାଏ ତାହା ଧୀରେ ଧୀରେ ସମାପ୍ତ ହୋଇଯିବ। ନିଜର ମଥାରେ ବି ପ୍ରତିଦିନ ହଳଦୀ ଟୀକା ଲଗାନ୍ତୁ। ସକାରାତ୍ମକ ଉର୍ଜାର ସଂଚାର ହେବ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ କମଜୋର ଅଟନ୍ତି ତେବେ ହଳଦୀ ଗଣ୍ଠି ନିଅନ୍ତୁ ହଳଦିଆ କପଡା ନେଇ ହଳଦିଆ ସୂତାରେ ବାନ୍ଧି ନିଜ ବାହୁରେ କିମ୍ବା ନିଜର ଗଳାରେ ଧାରଣ କରନ୍ତୁ। ଏମିତି କରିଲେ ବୃହସ୍ପତି ଗ୍ରହ ସମ୍ବଦ୍ଧିୟ ସମସ୍ୟା ଦୂର ହେବ।
ଚାକିରୀ ବ୍ୟବସାୟରେ ଉନ୍ନତି ହେବ। ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଆଖପାଖରେ ନେଗେଟିଭ ଏନର୍ଜୀର ବାସ ଅଛି ତେବେ ସ୍ନାନ ପାଣିରେ ଏକ ଚୁଟକି ହଳଦୀ ମିଶାଇ ସ୍ନାନ କରନ୍ତୁ ଯେତେବି ନକରାତ୍ମକ ଉର୍ଜା ଥିବ ତାହା ଦୂର ହୋଇଯିବ। କ୍ୟାରିୟର ସମ୍ବଦ୍ଧିତ ସମସ୍ୟା ଥିଲେ ପ୍ରତିଦିନ ହଳଦୀ ଟୀକା ନିଜ ମଥାରେ ଲଗାନ୍ତୁ। ଏହା ଦ୍ବାରା ସମସ୍ତ କାମରେ ସଫଳତା ମିଳିଥାଏ। ଗୁରୁବାର ଦିନ ଏହି ଉପାୟ କରିବା ଦ୍ୱାରା ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ ଏବଂ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ | ଏହା ସହ ଗୁରୁ ଗ୍ରହ ବୃହସ୍ପତି ମଧ୍ୟ ମଜବୁତ ହୋଇଥାଏ |