ଯଦି ଆପଣ କିଛି ବିଶେଷ ପାଞ୍ଚ ପ୍ରକାରର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ ଏହା ଜାଣି ରଖିବା ଉଚିତ ଯେ ଆପଣଙ୍କ ଉପରେ କେହି କଳା ଯାଦୁ କରିଛି । କିମ୍ବା ଏହା ମଧ୍ୟ ହୋଇପାରେ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି । କହିବାକୁ ଗଲେ ସବୁ ମନୁଷ୍ୟ ସ୍ୱପ୍ନ ଦେଖିଥାନ୍ତି । ମାତ୍ର କିଛି ସ୍ୱପ୍ନ ଏପରି ଥାଏ ଯାହା ଶାନ୍ତିରେ ବସିବାକୁ ମଧ୍ୟ ଦେଇ ନଥାଏ । ଯାହାଦ୍ୱାରା ଆଖିରୁ ନିଦ ବି ହଜିଯାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିସବୁ କିଛି ସ୍ୱପ୍ନ ବିଷୟରେ କହିବୁ ଯାହା ଜଣାଇ ଥାଏ ଯେ ବ୍ୟକ୍ତି ଉପରେ କେହି କଳା ଯାଦୁ କରିଛି ବୋଲି ।
୧ . ବନ୍ଦ ରୁମରେ ଅଣନିଶ୍ୱାସୀ ହେବା :-
ଯଦି ଆପଣ ସ୍ୱପ୍ନରେ ଏପରି ଦେଖୁଛନ୍ତି ଯେ ଆପଣଙ୍କୁ କେହି ରୁମରେ ବନ୍ଦ କରି ରଖିଛନ୍ତି ଏବଂ ଆପଣ ଅଣନିଶ୍ୱାସୀ ହୋଇ ଯାଉଛନ୍ତି । ତେବେ ଆପଣ ତୁରନ୍ତ ବୁଝିଯିବା ଉଚିତ ଯେ ଆପଣଙ୍କ ଉପରେ କଳା ଯାଦୁ ହୋଇଛି । କିମ୍ବା ହୁଏତ କୌଣସି ଖରାପ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିଛି ।
୨ . ପାଣିରେ ବୁଡ଼ିବା :-
ଯଦି ଆପଣ ସ୍ୱପ୍ନରେ ନିଜକୁ ପାଣିରେ ବୁଡ଼ି ଯାଉଥିବାର ଦେଖୁଛନ୍ତି , ତେବେ ତାହା ଆଦୋୖ ଭଲ ହୋଇ ନଥାଏ । ଏପରି ସ୍ୱପ୍ନ ଆପଣଙ୍କ ନିଦ ନଷ୍ଟ କରିଦିଏ । ଏପରି ସ୍ୱପ୍ନ ଦ୍ୱାରା ଏହି ସଙ୍କେତ ମିଳିଥାଏ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ।
୩ . ହାତ ଗୋଡ଼ ବନ୍ଧା ଥିବା :-
ଯଦି ଆପଣ ସ୍ୱପ୍ନରେ ନିଜର ହାତ ଗୋଡ଼ ବନ୍ଧା ଥିବା ଦେଖୁଛନ୍ତି ତେବେ ଏହା ସେହିଭଳି ସ୍ୱପ୍ନ ଅଟେ ଯାହା ରାତିର ନିଦ ହଜାଇ ଦେଇଥାଏ । ଏପରି ସ୍ୱପ୍ନ ଦେଖିଲେ ଆପଣ ବୁଝିଯିବା ଉଚିତ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି କିମ୍ବା ଆପଣଙ୍କ ଉପରେ କେହି କଳା ଯାଦୁ କରିଛି ।
୪ . ଖରାପ ଶକ୍ତି ଦେଖାଯିବା :-
ଯଦି ଆପଣଙ୍କ ସ୍ୱପ୍ନରେ ଖରାପ ଶକ୍ତି ଆସେ ତେବେ ଆପଣ ଭୟଭୀତ ହୋଇ ଯାଆନ୍ତି । ଯେଉଁ ସ୍ୱପ୍ନ କାରଣରୁ ଆପଣ ଦିନସାରା ଚିନ୍ତିତ ରହନ୍ତି । ଏପରି ସ୍ୱପ୍ନ ଆସିଲେ ସ୍ପଷ୍ଟ ଯେ ଆପଣଙ୍କ ଉପରେ କେହି କଳା ଯାଦୁ କରିଛି । ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ମଧ୍ୟ ହୋଇପାରେ ।
୫ . ଦୂରକୁ ଯିବା :-
ଯଦି ଆପଣ ସ୍ୱପ୍ନରେ ନିଜକୁ କୌଣସି ଏପରି ସ୍ଥାନରେ ଦେଖିବାକୁ ପାଉଛନ୍ତି ଯେଉଁ ସ୍ଥାନକୁ ଯିବାକୁ ଆପଣ କେବେବି ଇଚ୍ଛା କରନ୍ତି ନାହିଁ ତେବେ ତାହା ମଧ୍ୟ ଭଲ ସଙ୍କେତ ହୋଇ ନଥାଏ । ସେହିଭଳି ସ୍ୱପ୍ନରେ ଯଦି ନାଲି କପଡ଼ାରେ ବନ୍ଧା କଳସି ଦେଖାଯାଏ ତେବେ ଆପଣ ବୁଝିଯିବା ଉଚିତ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି କିମ୍ବା ଆପଣଙ୍କ ଉପରେ କେହି କଳା ଯାଦୁ କରିଛି ।