ବନ୍ଧୁଗଣ ପଇସା ରୋଜଗାର କରିବା ପାଇଁ ଲୋକ ଭିନ୍ନ ଭିନ୍ନ ପ୍ରୟାସ କରିଥାନ୍ତି ଲୋକ ଦିନ ସାରା ପରିଶ୍ରମ କରିଥାନ୍ତି କିନ୍ତୁ ବହୁତ କମ ଲୋକ ଏହିପରି ହୋଇଥାନ୍ତି ଯିଏ କି ପଇସା ରୋଜଗାର କରିବାରେ ସଫଳ ହୋଇଥାନ୍ତି | ଅଧିକାଂଶ ଲୋକ ଙ୍କୁ ନିରାଶା ର ସାମ୍ନା କରିବାକୁ ପଡିଥାଏ ଏହା ବ୍ୟତୀତ ବର୍ତମାନ ସମୟ ରେ ସମସ୍ତ ଙ୍କ ର ପଇସା ପ୍ରଥମ ଜରୁରତ ଅଟେ |
ପଇସା ବିନା କିଛି ବି ସମ୍ଭବ ନୁହେଁ ପ୍ରତ୍ୟେକ ଜାଗା ରେ ପଇସାର ଆବଶ୍ୟକତା ରହିଛି | ଏହା ଦ୍ୱାରା ଆପଣ ବୁଝିପାରୁଥିବେ କି ପଇସା ବିନା ରହିବା ବହୁତ କଷ୍ଟ କର ଅଟେ | ଶାସ୍ତ୍ର ଏହିପରି କିଛି ଉପାୟ ଅଛି ଯାହାକୁ କରିବା ଦ୍ୱାରା ବ୍ୟକ୍ତି ଧନୀ ହୋଇଯାଏ ଅନ୍ୟପଟେ ଏମିତି କିଛି କର୍ମ ମଧ୍ୟ ଅଛି ଯାହାକୁ କରିବା ଦ୍ୱାରା ଭଗବାନ କ୍ରୋଧିତ ହୋଇଯାନ୍ତି | ଏମିତି ଲୋକଙ୍କ ପ୍ରାଥନା କେବେ ବି ଭଗବାନ ଶୁଣନ୍ତି ନାହିଁ ତେବେ ଆସନ୍ତୁ ଜାଣିବା ସେଇ କାର୍ଯ୍ୟ ଗୁଡିକ କଣ କଣ?
1. ଯେଉଁ ଲୋକଙ୍କ ଘରେ ଶୌଚାଳୟ ସର୍ବଦା ଖୋଲା ରହିଥାଏ ସେହି ଘରେ ସର୍ବଦା ଗରିବୀ ରହିଥାଏ | ଶୌଚାଳୟ ରେ ନକାରାତ୍ମକ ଉର୍ଜା ଅଧିକ ହୋଇଥାଏ ସେଥିପାଇଁ ଶୌଚାଳୟ ଖୋଲା ରହିବା ଦ୍ୱାରା ନକାରାତ୍ମକ ଶକ୍ତି ଆମ ଘରକୁ ପ୍ରବେଶ କରିଥାନ୍ତି ଏବଂ ଆମ ଘରକୁ ପ୍ରଭାବିତ କରିଥାନ୍ତି ସେଥିପାଇଁ ଯେତେବେଳେ ଶୌଚାଳୟ ବ୍ୟବହାର କରୁନାହାନ୍ତି ଏହାକୁ ସର୍ବଦା ବନ୍ଦ କରି ରଖିବା ଉଚିତ |
2.ଅଧିକାଂଶ ଲୋକ ନିଜ ଘର ଆଖ ପାଖ ରେ ଛେପ ପକାଇଥାନ୍ତି ଏହିପରି କରିବା ଆପଣଙ୍କୁ ବ୍ୟବସାୟ କୁ ପ୍ରଭାବିତ କରିପାରେ | ଏବଂ ଆପଣଙ୍କୁ ସ୍ୱାସ୍ଥ୍ୟ କୁ ଖରାପ କରିଥାଏ ଏବଂ ଏହିପରି ଲୋକ ସର୍ବଦା ଆର୍ଥିକ ସମସ୍ୟା ର ସାମ୍ନା କରିଥାନ୍ତି |
3.ଅନେକ ଲୋକ ଘରକୁ ଆସିବା ମାତ୍ରେ ନିଜ ଜୋତା ଚପଲ ବାହାରେ ଏଣେ ତେଣେ ଫୋପାଡ଼ି ଦିଅନ୍ତି ଏହିପରି କରିବା ଅଶୁଭ ହୋଇଥାଏ | ଘରର ମୁଖ୍ୟ ଦ୍ୱାରା ସାମ୍ନା ରେ ଜୋତା ଚପଲ ପକେଇବା ଦ୍ୱାରା ମା ଲକ୍ଷ୍ମୀ ଙ୍କ ପ୍ରବେଶ ପଥରେ ବାଧା ଦେଇଥାଏ ଏବଂ ଏହିପରି ଘରକୁ ମା ଲକ୍ଷ୍ମୀ କେବେ ବି ଆସିନଥାନ୍ତି ତେଣୁ ନିଜ ଜୋତା ଚପଲ ଏଣେ ତେଣେ ପକେଇବା ଉଚିତ ନୁହେଁ |
4.ଅନେକ ଲୋକ ଘର ବାହାରେ ପାଣି ରେ ଭରା ମାଠିଆ କିମ୍ବା ଘର ର ମୁଖ୍ୟ ଦ୍ୱାରା ରେ ଖାଲି ମାଠିଆ ରଖିଥାନ୍ତି ଏହିପରି କରୁଥିବା ଲୋକ ସତର୍କ ହୋଇଯାନ୍ତୁ କାରଣ ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅଧିକସମୟ ଆପଣଙ୍କ ଘରେ ରହିନଥାନ୍ତି |
5.ଘରର ପୂଜା ଘର ସବୁଠାରୁ ପବିତ୍ର ସ୍ଥାନ ହୋଇଥାଏ ଏଣୁ ଶାସ୍ତ୍ର ଅନୁସାରେ ପୂଜା ଘରେ କୌଣସି ମୃତ ବ୍ୟକ୍ତିର ଫୋଟୋ ରଖିବା ଉଚିତ ନୁହେଁ ଏବଂ ସୂର୍ଯ୍ୟସ୍ତ ପରେ ଫୋଟୋ ତଳେ ଦୀପ ଜଳିବା ଶୁଭ ହୋଇଥାଏ | ଏହା କରିବା ଦ୍ୱାରା ପିତୃ ଙ୍କ ଆଶୀର୍ବାଦ ମିଳିଥାଏ |
6.ଅଧିକାଂଶ ଦେଖାଯାଏ ଲୋକ କାମ ରୁ ଫେରିବା ସମୟ ରେ ଘରକୁ ଖାଲି ହାତରେ ଆସିଥାନ୍ତି କିନ୍ତୁ ଏହିପରି କରିବା ଶୁଭ ହୋଇନଥଏ | ସର୍ବଦା ଘରକୁ ଆସିବା ସମୟ ରେ କିଛି ନା କିଛି ନେଇକି ଆସିବା ଦରକାର କାରଣ ଏହା ଦ୍ୱାରା ମା ଲକ୍ଷ୍ମୀ ଘରକୁ ଆସିଥାନ୍ତି | ତେବେ ଘରକୁ କେବେ ଖାଲି ହାତରେ ଆସନ୍ତୁ ନାହିଁ |
7.ଯେଉ ଘରେ ଶଙ୍ଖ ରହିଥାଏ ସେହି ଘରେ ଲକ୍ଷ୍ମୀ ରହିଥାନ୍ତି | ଶାସ୍ତ୍ର ଅନୁସାରେ ସମସ୍ତେ ନିଜ ନିଜ ଘରେ ଶଙ୍ଖ ରଖିବା ଉଚିତ ହୋଇଥାଏ | ତେବେ କେବେ ବି ସନ୍ଧ୍ୟା ସମୟ ରେ ଶଙ୍ଖ ବଜେଇବା ଉଚିତ ନୁହେଁ ଶଙ୍ଖ କୁ ସର୍ବଦା ସକାଳେ ବଜାଇବା ଶୁଭ ହୋଇଥାଏ|
8.ଘରେ ସନ୍ଧ୍ୟା ସକାଳେ ସର୍ବଦା ପୂଜା କରିବା ଉଚିତ ହୋଇଥାଏ ଏହା ଦ୍ୱାରା ଘରକୁ ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ |
9.ସନ୍ଧ୍ୟା ସମୟ ରେ କେବେ ବି ଝଗଡା କରନ୍ତୁ ନାହିଁ, ଯେଉ ଘରେ ଅଶାନ୍ତି ରହିଥାଏ ସେଇ ଘରକୁ ମା ଲକ୍ଷ୍ମୀ କେବେ ବି ଆସିନଥାନ୍ତି |
10.ସନ୍ଧ୍ୟା ସମୟ ରେ କେବେ ବି ପଇସା ର ଆଦାନ ପ୍ରଦାନ କରିବା ଉଚିତ ନୁହେଁ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରୁ ଅନ୍ୟ ଙ୍କ ଘରକୁ ଚାଲିଯାଇଥାନ୍ତି |
ଏହି କାର୍ଯ୍ୟ କରିବା ଘର ପାଇଁ ଶୁଭ ହୋଇଥାଏ :
1.ଘରେ ସର୍ବଦା ମୁଖ୍ୟ ଦ୍ୱାରା କୁ ସଫା ସୁତର ରଖିବା ଉଚିତ | ଘର ର ମହିଳା ଙ୍କୁ ସକାଳେ ଶୀଘ୍ର ଉଠି ମୁଖ୍ୟ ଦ୍ୱାରା କୁ ସଫା କରିବା ଉଚିତ | ଏହା ପରେ ସ୍ନାନ କରି ଘରେ ପୂଜା ପାଠ କରନ୍ତୁ ଏଥି ସହିତ ହଳଦୀ ଜଳ ମୁଖ୍ୟ ଦ୍ଵାରା ରେ ଛିଞ୍ଚନ କରନ୍ତୁ ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଘରକୁ ଆସିଥାନ୍ତି | ଘରର ମୁଖ୍ୟ ଦ୍ୱାରା ରେ ସ୍ୱସ୍ତିକ ଚିହ୍ନ ନିଶ୍ଚିନ୍ତ ବନାନ୍ତୁ ଏବଂ ସନ୍ଧ୍ୟା ସମୟ ରେ ମନ୍ଦିରରେ ଦୀପ ଜଳିବା ପରେ ମୁଖ୍ୟ ଦ୍ୱାରା ରେ ଦୀପଟିଏ ନିଶ୍ଚିନ୍ତ ଜଳାନ୍ତୁ ଶୁଭ ହୋଇଥାଏ |
2.ଘରର ମହିଳା ଙ୍କୁ ସକାଳୁ ତୁଳସୀ ରେ ଜଳ ଅର୍ପଣ କରିବା ଉଚିତ ହୋଇଥାଏ | କୁହାଯାଏ ଯେଉଁ ଘରେ ତୁଳସୀ ଥାଏ ସେହି ଘରେ ସର୍ବଦା ଧନ ଭରି ହୋଇ ରହିଥାଏ | ଏବଂ ଯେଉଁ ଲୋକ ତୁଳସୀ ର ଦେଖା ସୁଣା କରନ୍ତି ତାଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ |
3.ସକାଳେ ଖାଦ୍ୟ ବନେଇବା ସମୟ ରେ ଗୋଟିଏ ରୁଟି ଗାଈ ପାଇଁ ବନେଇ ରଖନ୍ତୁ ଏବଂ କାର୍ଯ୍ୟ କୁ ଯିବା ସମୟ ରେ ଗାଈ କୁ ନିଶ୍ଚିନ୍ତ ଖାଇବାକୁ ଦିଅନ୍ତୁ ଏହା କରିବା ଦ୍ଵାରା ଘରେ ଉନ୍ନତି ହେବା ସହ ଧନର ଅଭାବ ହୋଇନଥାଏ |
4.ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆପଣଙ୍କୁ ସକାରାତ୍ମକ ଉର୍ଜାର ଅନୁଭବ ହୋଇଥାଏ ଏବଂ କାର୍ଯ୍ୟ କରିବା ପାଇଁ ଅଧିକ ଶକ୍ତି ମିଳିଥାଏ | ତେଣୁ ସକାଳୁ ସୂର୍ଯ୍ୟଦୟ ହେବା ପୂର୍ବରୁ ନିଶ୍ଚିନ୍ତା ଉଠି ଯାନ୍ତୁ ଯେଉ ଘରେ ଡେରି ଯାଏଁ ଲୋକ ଶୁଅନ୍ତି ସେଇ ଘରେ କେବେ ବି ଉନ୍ନତି ହୋଇନଥାଏ |
5.ସକାଳୁ ଉଠି ତମ୍ଭା ପତ୍ର ରଖିଥିବା ପାଣି ପିଇବା ଉଚିତ ଆପଣ ରାତିରେ ତମ୍ଭା ପାତ୍ର ରେ ପାଣି ଭରି ରଖିଦିଅନ୍ତୁ ଏହାକୁ ସକାଳୁ ଉଠି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ | ଏବଂ ସୂର୍ଯ୍ୟ ଦେବ ଙ୍କ କୃପା ମିଳିଥାଏ ଯାହା ଫଳ ରେ ଘରେ ସୁଖ ସମୃଦ୍ଧି ଏବଂ ଧନ ଭରି ହୋଇ ରହିଥାଏ |
6.ନିତ୍ୟ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଘରେ ଧନ, ସୁଖ ସମୃଦ୍ଧି ରେ କୌଣସି ଅଭାବ ହୋଇନଥାଏ | ଶାସ୍ତ୍ର ରେ କୁହାଯାଇଛି ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବ ଙ୍କୁ ପୂଜା କରେ ତାଙ୍କ ଜୀବନ ରେ କେବେ କୌଣସି ଅଭାବ ଅସୁବିଧା ଆସେ ନାହିଁ |
7.କୌଣସି ସ୍ଥାନ କୁ ଯିବା ସମୟ ରେ ଦହି ନିଶ୍ଚିନ୍ତ ଖାଇକି ବାହାରନ୍ତୁ ଏହା ଦ୍ୱାରା ଯେଉଁ କାର୍ଯ୍ୟ ରେ ଆପଣ ବାହାରିଥାନ୍ତି ତାହା ପୂର୍ଣ୍ଣ ହୋଇଥାଏ |
8. ସକାଳୁ ଘଣ୍ଟ, ଶଙ୍ଖ, କିମ୍ବା ଘଣ୍ଟି ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ | ତେଣୁ ଘରେ ସକାଳୁ ଉଠି ପୂଜା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହା ଦ୍ୱାରା ସକାରାତ୍ମକ ଉର୍ଜା ପ୍ରଭାବିତ ହୋଇଥାଏ |
9. ସକାଳୁ କୌଣସି ସ୍ଥାନ କୁ ଯାଉଥିବା ସମୟ ରେ ଯଦି କୌଣସି ସଫାଈ କର୍ମୀ ଦେଖା ହୋଇଯାନ୍ତି ତେବେ ଏହା ମଧ୍ୟ ଶୁଭ ହୋଇଥାଏ | ଏହିପରି ସମୟ ରେ ତାଙ୍କୁ କିଛି ଦାନ ଦେବାଉଚିତ ହୋଇଥାଏ କାରଣ ବାସ୍ତୁ ଅନୁସାରେ ସଫେଇ. କର୍ମୀ ଙ୍କୁ ଶନି ଦେବ ଙ୍କ ସହ ଯୋଡ଼ା ଯାଇଥାଏ | ଏହିପରି କରିବା ଦ୍ୱାରା ଶନି ଦୋଷ କାଟିଥାଏ |
10.ସକାଳୁ ଉଠି ଆଇନା ଦେଖନ୍ତୁ ନାହିଁ ପ୍ରଥମେ ମୁହଁ ଧୁଅନ୍ତୁ ଏହା ପରେ ଆଇନା ଦେଖନ୍ତୁ | କାରଣ ରାତିରେ ଅଧିକ ନକାରାତ୍ମକ ଉର୍ଜା ରହିଥାଏ ଏହା ଫଳ ରେ ଆମେ ମୁହଁ ନଧୋଇ ଯଦି ମୁହଁ ଦେଖିବା ସେହି ନକାରାତ୍ମକ ଉର୍ଜା ଆପଣଙ୍କ ଆଖି ଦେଇ ପୁଣି ନିଜ ଭିତର କୁ ପ୍ରବେଶ କରିଯାଏ | ତେଣୁ ଏହି ପରି କରିବା ଉଚିତ ନୁହେଁ |