ଦୁନିଆରେ ଜନ୍ମ ଏବଂ ମୃତ୍ୟୁ କେବଳ ଏହି ଦୁଇ ଶବ୍ଦ ହିଁ ସତ୍ୟ ଅଟେ । କାରଣ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ଅଟେ । ଯାହାକୁ କେହିବି ଟାଳି ପାରିବେ ନାହିଁ । ମୃତ୍ୟୁ ଆସିଲେ ମଣିଷକୁ ନିଜ ଶରୀରକୁ ତ୍ୟାଗ କରିବାକୁ ପଡ଼ିଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହନ୍ତି ଯେ ମନୁଷ୍ୟର ନିଜର ଆତ୍ମା ହି ତାର ନିଜର ନଚେତ ଆଉ କିଛି ତାର ନିଜର ନୁହେଁ । ଆତ୍ମା ଅମର ଅଟେ ଏବଂ ତାହାର କେବେ ଅନ୍ତ ହୁଏ ନାହିଁ ।
ସେ ନିଜ କର୍ମ ଅନୁସାରେ ବାରମ୍ବାର ଜନ୍ମ ନେଇଥାଏ । ମନୁଷ୍ୟର ଶରୀର ମଧ୍ୟ ତାର ନିଜର ନୁହେଁ । ତାହାକୁ ସେ କେବଳ କିଛି ସମୟ ପାଇଁ ହିଁ ପ୍ରାପ୍ତ କରିଥାଏ । ଯାହା କେବେ ନା କେବେ ପଞ୍ଚତତ୍ୱରେ ଲୀନ ହୋଇଯିବ । କିନ୍ତୁ ତଥାପି ମନୁଷ୍ୟ ଦୁନିଆର ଭୌତିକ ଜିନିଷର ମୋହରେ ପଡ଼ିଯାଏ ।
ଗରୁଡ଼ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କର କୌଣସି ଜିନିଷ ବ୍ୟବହାର କରିବା ଆଦୋୖ ଉଚିତ ନୁହେଁ । କାରଣ ସେହି ବସ୍ତୁ ପ୍ରତି ମୃତ ବ୍ୟକ୍ତିଙ୍କ ମୋହ ରହିଥାଏ ଏବଂ ତାଙ୍କ ଶକ୍ତି ତାସହିତ ସଂଯୋଗ ହୋଇ ରହିଥାଏ । ଯଦି ଆପଣ ମୃତ ବ୍ୟକ୍ତିଙ୍କ ବସ୍ତୁ ବ୍ୟବହାର କରନ୍ତି ତେବେ ମୃତ ବ୍ୟକ୍ତିଙ୍କ ଆତ୍ମା ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ । ଯଦି ବ୍ୟକ୍ତି ସେହି ଜିନିଷକୁ ବ୍ୟବହାର କରି ତେବେ ତାକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ମୃତ ବ୍ୟକ୍ତିର ଆତ୍ମା ତାକୁ ଅନେକ କଷ୍ଟ ଦେଇଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ଦୁଇଟି ଜିନିଷ ବିଷୟରେ କହିବୁ ଯାହାକୁ ବ୍ୟକ୍ତିର ମୃତ୍ୟୁ ପରେ ବ୍ୟବହାର କରିବା ଉଚିତ ନୁହେଁ ।
୧ . ମୃତ ବ୍ୟକ୍ତିର ପୋଷାକ :-
ମୃତ ବ୍ୟକ୍ତିର ପୋଷାକ ବ୍ୟବହାର କରିବା ଉଚିତ ନୁହେଁ । କାରଣ ମୃତ ବ୍ୟକ୍ତିର ସେହି ଜିନିଷ ପ୍ରତି ମୋହ ରହିଥାଏ । ତେଣୁ ସେହି ଜିନିଷକୁ ବ୍ୟବହାର କରିବା ଦ୍ୱାରା ମୃତ୍ୟୁ ବ୍ୟକ୍ତିର ଆତ୍ମା ସେହି ବ୍ୟକ୍ତି ଉପରେ ଶାରୀରିକ ଏବଂ ମାନସିକ ପ୍ରଭାବ ପକାଇ ପାରେ । ଯାହାଦ୍ୱାରା ବ୍ୟକ୍ତିକୁ ବାରମ୍ବାର ମୃତ ବ୍ୟକ୍ତିର ଶକ୍ତିର ଆଭାସ ହେବାରେ ଲାଗିଥାଏ । ମୃତ ବ୍ୟକ୍ତି ବାରମ୍ବାର ତାର ସ୍ୱପ୍ନରେ ଆସି ତାକୁ ଦୁଃଖ ଯାତନା ଦେଇଥାଏ ।
୨ . ମୃତ ବ୍ୟକ୍ତିଙ୍କ ଗହଣା :-
ଗରୁଡ଼ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଗହଣାକୁ ବ୍ୟବହାର କରିବା ଉଚିତ ନୁହେଁ । ସାଧରଣତଃ ବିବାହିତ ମହିଳା ମାନେ ନିଜର ଗହଣାକୁ ଅଧିକ ପସନ୍ଦ କରିଥାନ୍ତି । ତେଣୁ ତାଙ୍କ ବିନା ଅନୁମତିରେ ଯଦି ଆପଣ ତାହାକୁ ବ୍ୟବହାର କରନ୍ତି ତେବେ ଆପଣଙ୍କ ଉପରେ ସେହି ଆତ୍ମା ପ୍ରଭାବ ପକାଇ ପାରେ । ଯଦି ଆପଣଙ୍କୁ ତାହା କୌଣସି ଉପହାର ସ୍ୱରୂପ ଦେଇଥାନ୍ତି କିମ୍ବା ମୃତ୍ୟୁ ପୂର୍ବରୁ ଗହଣା ବ୍ୟବହାର କରିବାର ଅନୁମତି ମିଳିଥାଏ ତେବେ ଆପଣ ତାହାକୁ ବ୍ୟବହାର କରି ପାରିବେ । ଆପଣ ଚାହିଁଲେ ସେହି ଗହଣାକୁ ବ୍ୟବହାର କରି ନୂତନ ଗହଣା ବନାଇ ମଧ୍ୟ ବ୍ୟବହାର କରି ପାରିବେ ।
୩ . ମୃତ ବ୍ୟକ୍ତିଙ୍କ ଘଣ୍ଟା :-
ମୃତ ବ୍ୟକ୍ତିଙ୍କ ଘଣ୍ଟା ମଧ୍ୟ ଭୁଲରେବି ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ବାରା ମୃତ ବ୍ୟକ୍ତିଙ୍କ ଆତ୍ମା ବାରମ୍ବାର ସ୍ୱପ୍ନରେ ଆସି ଅନେକ କଷ୍ଟ ଯନ୍ତ୍ରଣା ଦେଇଥାଏ । ତାଙ୍କ ଅନୁମତିରେ ଆପଣ ତାହାକୁ ବ୍ୟବହାର କରି ପାରିବେ । ନଚେତ ଆପଣ ତାହାକୁ ସ୍ମୃତି ଆକାରରେ ରଖି ପାରିବେ । ପୁଣି ଗରୁଡ଼ ପୁରାଣ ଅନୁଯାୟୀ ଘଣ୍ଟା ମୃତ ବ୍ୟକ୍ତିର ଶକ୍ତି ସହିତ ସିଧାସଳଖ ଜଡ଼ିତ ଥାଏ । ତେଣୁ ତାହାକୁ ଆଦୋୖ ବ୍ୟବହାର କରିବା ଉଚିତ ନୁହେଁ ।
ମନୁଷ୍ୟ ନିଜର ଜାଣ ଅଜାଣତରେ ଅନେକ କିଛି ଭୁଲ କରିଥାଏ । ଯାହାଦ୍ୱାରା ଘରକୁ ସବୁବେଳେ ସମସ୍ୟା ଆସିଥାଏ । ଯାହାଦ୍ୱାରା ସବୁବେଳେ କଳହ ଲାଗିରହେ ଏବଂ ଘରେ ଅକାଳ ମୃତ୍ୟୁ ମଧ୍ୟ ହୋଇଥାଏ । ଧନ କମେଇବା ପରେ ବି ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ସେହି ପାଞ୍ଚଟି ଭୁଲ କରିବା ଆଦୋୖ ଉଚିତ ନୁହେଁ । ସେହି ପାଞ୍ଚଟି ଭୁଲ ଏହି ପ୍ରକାରେ :-
୧ . ଶୋଇବା କକ୍ଷର କବାଟ ସାମ୍ନାରେ ବିଛଣା :-
ଶୋଇବା କକ୍ଷର ଦ୍ୱାର ସାମ୍ନାରେ ବିଛଣା ରଖିବା ଆଦୋୖ ଉଚିତ ନୁହେଁ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଯଦି ଆପଣ ଏପରି କରନ୍ତି ତେବେ ଘରେ ଆର୍ଥିକ ସମସ୍ୟା , ମାନସିକ ଚିନ୍ତା ଏବଂ ରୋଗ ଆସିବାର ଆଶଙ୍କା ରହିଥାଏ । ମୁଖ୍ୟ ଦ୍ୱାର ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ କାରଣ ମାତା ଲକ୍ଷ୍ମୀ ମୁଖ୍ୟ ଦ୍ୱାରା ଦେଇ ଘରକୁ ପ୍ରବେଶ କରନ୍ତି । ବେଡ଼ ତଳେ ଝାଡୁ ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ ।
୨ . ଶୋଇବା କକ୍ଷରେ ଆଇନା :-
ଶୋଇବା କକ୍ଷରେ ଯେଉଁଠି ବିଛଣା ଅଛି ତାହାର ଠିକ ସାମ୍ନାରେ ଆଇନା ରହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ତଥାପି ଯଦି ଆପଣ ରଖୁଛନ୍ତି ତେବେ ତାହା ଉପରେ ଏକ କପଡ଼ା ଘୋଡ଼ାଇ ଦିଅନ୍ତୁ । ନଚେତ ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥାଏ ଏବଂ ରୋଗ ଆସିବାର ସମ୍ଭାବନା ଥାଏ । ଏହାଦ୍ୱାରା ନକରାତ୍ମକତା ବଢ଼ିଯାଏ । ସକାଳୁ ଉଠିବା ମାତ୍ରେ ଆଇନା ଦେଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।