ବନ୍ଧୁଗଣ ଆମେ ଆମ ଠାକୁର ଘରେ ଅନେକ ପ୍ରକାର ଦେବା ଦେବୀଙ୍କୁ ପୂଜା ଲାରିଥାଉ | ଅନେକ ପ୍ରକାରର ମୂର୍ତ୍ତି ମଧ୍ୟ ରଖି ପୂଜା କରିଥାଉ | ବନ୍ଧୁଗଣ ଆମେ ପୂଜା କରୁଥିବା ମୂର୍ତ୍ତି ଗୁଡିକର କଣ ମହତ୍ୱ ଥାଏ ଆମେ ଆଜି ଆପଣଙ୍କୁ କହିବୁ | ଯେଉଁ ଘରେ ଏକା ସାଙ୍ଗରେ ଏହି ଦୁଇ ମୂର୍ତ୍ତି ଥାଏ ସେହି ଘରେ ରାଜ ଯୋଗ ହୋଇଥାଏ | ଏବଂ ଦୁନିଆ ଆପଣଙ୍କ ପାଦ ତଳକୁ ଆସିଯାଏ | କହିବାର ଅର୍ଥ ହେଉଛି ଏହା କି ଆପଣଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହୋଇଯାଏ | ଯେଉଁ ଖୁସି ଆପଣ ଚାହୁଥାନ୍ତି ସେ ସବୁ ମିଳିଯାଏ |
ଆମେ ଠାକୁର ଘରେ ମୂର୍ତ୍ତି ଏଥିପାଇଁ ରଖିଥାଉ କି ଆମ ସାମ୍ନାରେ ଆମ ମନ ପସନ୍ଦ ଠାକୁରଙ୍କର ମୂର୍ତ୍ତି ରହିଲେ ଆମକୁ ସୁଖ ମିଳେ ଏହା ସହ ଆମକୁ ସେହି ଭଗବାନର ଆଶ୍ରିବାଦ ମଧ୍ୟ ମିଳିଥାଏ | ଆମେ ମାନେ ଠାକୁର ଘରେ ଆମ ମନ ପସନ୍ଦର ଠାକୁର ମାନଙ୍କୁ ପୂଜା କରିବା ସହ ଯଦି ଅନ୍ୟ ଦେବା ଦେବୀଙ୍କର ମୂର୍ତ୍ତି ମଧ୍ୟ ପୂଜା କରେ ତେବେ ଆମକୁ ବହୁତ ଭଲ ଫଳ ପ୍ରାପ୍ତ ହୋଇଥାଏ |
ତେବେ ଆସନ୍ତୁ କଥା ହେବା ସେହି 2ମୂର୍ତ୍ତି ବିଷୟରେ ଯେଉଁ ମୂର୍ତ୍ତି ଏକା ସାଥିରେ ରଖିବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ଏବଂ ଆପଣଙ୍କୁ ଆପଣଙ୍କ ମନ ଇଛା ବର ପ୍ରାପ୍ତ ହୋଇଥାନ୍ତି | ପ୍ରଥମେ ଯଦି ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କ ଭକ୍ତ ଅଟନ୍ତି | ଏବଂ ଘରେ ବାଲ ଗୋପାଳଙ୍କ ମୂର୍ତ୍ତି ରଖିଛନ୍ତି ତେବେ ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କ ମୂର୍ତ୍ତି ସହ ମାତା ରାଣୀ ରାଧାଙ୍କର ମୂର୍ତ୍ତି ମଧ୍ୟ ରଖି ଏକା ସାଙ୍ଗରେ ପୂଜା କରିବା ଉଚିତ | ଯଦି ଆପଣଙ୍କ ଘରେ ଭଗବାନ ଶ୍ରୀ କୃଷ୍ଣଙ୍କ କୋୖଣସି ଫୋଟ ଅଛି ତେବେ ଧ୍ୟାନ ଦେବେ ସେହି ଫୋଟରେ ଭଗବାନଙ୍କ ସହ ମାତା ରାଧା ମଧ୍ୟ ରହିବା ଆବଶ୍ୟକ ଅଟେ | ଯଦି ଆପଣ ଏହି ପରି ରାଧା-କୃଷ୍ଣଙ୍କୁ ଏକାଠି କରି ପୂଜା କରନ୍ତି ତେବେ ଆପଣଙ୍କ ଘରେ କୋୖଣସି ପ୍ରକାରର ଅନିଷ୍ଟ କିମ୍ଭା କୋୖଣସି ପ୍ରକାରର କ୍ଳେଶ ଦେଖା ଯାଏ ନାହିଁ | ପତି-ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ପ୍ରେମ ଭାବ ରହିଥାଏ |
ବନ୍ଧୁଗଣ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ଘରେ ମାତା ଲଷ୍ମୀଙ୍କ ପୂଜା କରନ୍ତି ଏବଂ ଏହା ଭାବନ୍ତି ଯେ ଘରେ ଭଗବାନ ବିଷ୍ଣୁ ଦେବଙ୍କ ପୂଜା କରିବେ କି ନାହିଁ କିମ୍ଭା ତାଙ୍କ ମୂର୍ତ୍ତି ସେଠାରେ ରଖିବେ ନା ନାହିଁ? ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛି କି ସବୁବେଳେ ମାନେ ରଖିବେ କି ମାତା ଲଷ୍ମୀ ଏବଂ ଭାଗବନ ବିଷ୍ଣୁଙ୍କୁ ଏକା ସହ ରଖି ଅର୍ଥାତ ଏକାଠି ପୂଜା କରିବା ଉଚିତ | ଦେବଧି ଦେବ ମହାଦେବ, ବିଷ୍ଣୁ ଏବଂ ବ୍ରହ୍ମ୍ଛା ତିନି ଦେବତାଙ୍କୁ ହିଁ ସର୍ବସ୍ୟ ପର ଦେବତା ଭାବେ ବିବେଚନା କରାଯାଏ | ତେବେ ବନ୍ଧୁଗଣ ଯଦି ଆପଣ ନିଜ ଘରେ ଲଷ୍ମୀ-ନାରାୟଣଙ୍କ ମୂର୍ତ୍ତି ରଖି ପୂଜା କରନ୍ତି ତେବେ ଆପଣଙ୍କ ଘରେ ରାତା-ରାତି ଧନର ଆଗମନ ହୋଇଯିବ | ଏଥିପାଇଁ ସବୁବେଳେ ମାତା ଲଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ |
ଯଦି ଆପଣ ନିଜ ଠାକୁର ଘରେ ମାତା ଲଷ୍ମୀଙ୍କ ଫୋଟ ରଖି ପୂଜା କରୁଛନ୍ତି ତେବେ ଆପଣ ମାତା ଲଷ୍ମୀଙ୍କ ବାମ ପାର୍ଶ୍ୱରେ ଭଗବାନ ଗଣେଶ ଏବଂ କୁବେରଙ୍କ ଫୋଟୋ ଲଗାଇ ପୂଜା କରନ୍ତୁ | ମାତା ଲଷ୍ମୀଙ୍କ ପାଖରେ ଗଣେଶ ଭଗବାନ ଙ୍କୁ ରଖି ପୂଜା କରିବା ଦ୍ୱାରା କୁହାଯାଏ ଯେ ମାତା ଲଷ୍ମୀ ଧନ ଦେବା ବେଳେ ଭଗବାନ ଗଣେଶ ରିଧି -ସିଦ୍ଧିର ଭଣ୍ଡାର ଏବଂ ବୁଦ୍ଧି ଦେଇଥାନ୍ତି |
ଏବେ ଆସନ୍ତୁ କଥା ହେବା କି କିଛି ଏମିତି ମୂର୍ତ୍ତି ଥାନ୍ତି ଯାହାକୁ କେବେ ବି ଭୁଲ ରେ ନିଜ ଠାକୁର ଘରେ ରଖି ପୂଜା କରିବେ ନାହିଁ | ଯଦି ଆପଣ ଭୁଲରେ ବି ଏହି ମୂର୍ତ୍ତିକୁ ନିଜ ଘରେ ସ୍ଥାପନ କରନ୍ତି ତେବେ ଆପଣ ବୁଝିଯିବା ଦରକାର କି ଆପଣ ଖୁବ ଶୀଘ୍ର ଦରିଦ୍ରତାର ଆଭାସ ପାଇବେ | କିମ୍ଭା ଆପଣଙ୍କୁ ଦେବା ଦେବୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିବ |
ସବୁବେଳେ ଧ୍ୟାନ ରଖିବେ କି ଆପଣ ନିଜ ଘରେ ଆଙ୍ଗୁଠି ଠାରୁ ବଡ଼ ଶିବ ଲିଙ୍ଗର ମୂର୍ତ୍ତି କେବେ ବି ଯେମିତି ନ ରଖନ୍ତି | ଯଦି ଆପଣ ଶିବଲିଙ୍ଗ ରଖିବାକୁ ଚାହୁଁଛନ୍ତି ତେବେ ସବୁବେଳେ ମନେ ରଖିବେ କି ଆପଣ ମହାଦେବଙ୍କର ଛୋଟ ଶିବଲିଙ୍ଗ ଅଣି ଘରେ ପୂଜା କରିପାରିବେ କେବେ ବି ଏହାଠୁ ବଡ଼ ମୂର୍ତ୍ତି ଆଣିବାକୁ ଚେଷ୍ଟା ବି କରିବେ ନାହିଁ | ଏମିତିରେ ତା ଜମା ବି ଆପଣଙ୍କୁ ନିଜ ଘରେ ଶିବଲଙ୍ଗ ରଖିବା ଉଚିତ ନୁହେଁ କିନ୍ତୁ ଯଦି ଆପଣ ଚାହୁଁଛନ୍ତି ତେବେ ନିଜ ଆଙ୍ଗୁଠି ଆକାରର ଶିବଲିଙ୍ଗ ରଖି ପୂଜା କରିପାରିବେ | ଏବଂ ଧ୍ୟାନ ଦେବେ କି ଯେପରି ଆପଣଙ୍କ ଘରେ ଗୋଟେ ରୁ ଅଧିକ ଶିବଲିଙ୍ଗ ରହିନଥିବ | ଏବଂ କେବେ ବି ଶିବଲିଙ୍ଗ ଉପରେ ତୁଳସୀ ଅର୍ପଣ କରନ୍ତୁ ନାହିଁ |
ଯଦି ଆପଣ ନିଜ ଘରେ ବଜରଙ୍ଗବାଲିଙ୍କ ମୂର୍ତ୍ତି ରଖିବାକୁ ଚାହୁଁଛନ୍ତି ତେବେ ଆପଣ କେବଳ ମହାବୀରଙ୍କର ବସିଥିବା ଅବସ୍ଥାରେ ଫୋଟୋ କିମ୍ଭା ମୂର୍ତ୍ତିକୁ ହିଁ ନିଜ ଠାକୁର ଘରେ ସ୍ଥାପିତ କରିପାରିବେ | ଯଦି ଆପଣ ନୂଆ ବାହା ହୋଇଛନ୍ତି ତବେ ଆପଣ ଭୁଲ ରେ ବି ନିଜ ଶୋଇବା ଘରେ ହନୁମାନଙ୍କ ଫୋଟ କିମ୍ଭା ମୂର୍ତ୍ତି ରଖନ୍ତୁ ନାହିଁ |
ଏହା ସହ ଆପଣଙ୍କୁ କେବେବି ନିଜ ଠାକୁର ଘରେ ଶନି ଦେବ କିମ୍ଭା ଭୈରବ ଦେବଙ୍କର ମୂର୍ତ୍ତି ରଖି ପୂଜା କରିବା ଉଚିତ ନୁହେଁ | ଏମିତି କରିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପୁରା ପରିବାର ଉପରେ ଘୋର ସଙ୍କଟ ମାଡିଆସି ଥାଏ |