ଆମ ବାସ୍ତୁ ଶାସ୍ତ୍ରରେ ମନୀ ପ୍ଲାଣ୍ଟର ଅନେକ ମହତ୍ତ୍ୱ ରହିଛି । ଏହି ଗଛ ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି କୁହାଯାଏ ଯେ ଯେଉଁ ଘରେ ଏହି ଗଛ ରହିଥାଏ ସେହି ଘରୀ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ସେଠାରେ କେବେବି ଧନର ଅଭାବ ହୁଏନାହିଁ । କେବେବି ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ସେହି ଘରୀ ଯେଉଁ ଘରେ ମନୀ ପ୍ଲାଣ୍ଟର ବିଶେଷ ଯତ୍ନ ନିଆଯାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମନୀ ପ୍ଲାଣ୍ଟ ସହିତ ଜଡ଼ିତ କିଛି ବିଶେଷ ଲାଭ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିନେବା ।
୧ . ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ମନୀ ପ୍ଲାଣ୍ଟ କେବେବି ବଜାରରୁ କିଣି ଆଣନ୍ତୁ ନାହିଁ । ଏହି ଗଛକୁ ସେହି ବ୍ୟକ୍ତିଙ୍କ ଘରୁ ଚୋରି କରନ୍ତୁ ଯାହାର ଆର୍ଥିକ ସ୍ଥିତି ପ୍ରଥମରୁ ହିଁ ମଜବୁତ ଥିବ । ତେବେ ସେହି ଗଛରୁ ଛୋଟ ଶାଖା କାଟି ଆଣି ଏକ ପାଣି ବୋତଲରେ ରଖି ଦିଅନ୍ତୁ । କିଛି ଦିନ ପରେ ସେଥିରେ ଚେର ଦୃଶ୍ୟମାନ ହେଲେ ତାହାକୁ ଅନ୍ୟତ୍ର ଗାଉଁଲା କିମ୍ବା ମାଟିରେ ଲଗାଇ ଦିଅନ୍ତୁ । ମନେ ରଖନ୍ତୁ ଯେପରି ମନୀ ପ୍ଲାଣ୍ଟର ଚେର ଦୃଶ୍ୟମାନ ନହୁଏ । ନଚେତ ତାହା ଫଳପ୍ରଦ ହୋଇ ନଥାଏ । ଏଥିପାଇଁ ଗଛ ଲଗାଇ ଥିବା ସ୍ଥାନରେ ତାହାର ଚେର ଉପରେ ଏକ ନାଲି ଫିତା ମଧ୍ୟ ବାନ୍ଧି ପାରିବେ । ଏହାଦ୍ବାରା ମନୀ ପ୍ଲାଣ୍ଟର ଶକ୍ତି ଆହୁରି ଅଧିକ ବଢ଼ିଯାଏ ଏବଂ ଧନ ଘରକୁ ଆକର୍ଷିତ ହୋଇଥାଏ ।
୨ . ମନୀ ପ୍ଲାଣ୍ଟକୁ ଆପଣ ମାଟିରେ ଲଗାଇ ପାରିବେ , ବୋତଲରେ ଲଗାଇ ପାରିବେ କିମ୍ବା ଗାଉଁଲାରେ ମଧ୍ୟ ଲଗାଇ ପାରିବେ । ଆପଣ ଏହାକୁ ଘର ଭିତରେ , ବାହାରେ କିମ୍ବା ରେଟିସରେ ମଧ୍ୟ ରଖି ପାରିବେ । ଏହାକୁ ଯଦି ଆପଣ ଭଗବାନଙ୍କ ଭଳି ପୂଜା କରନ୍ତି ତେବେ ତାହାର ଆହୁରି ଭଲ ଫଳ ପ୍ରାପ୍ତ ହୋଇଥାଏ । ମନୀ ପ୍ଲାଣ୍ଟକୁ ଘରର ସାଧରଣତଃ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ । କାରଣ ଏହି ଦିଗର ଦେବତା ଭଗବାନ ଗଣେଶ ଏବଂ ପ୍ରତିନିଧି ଶୁକ୍ର ଅଟନ୍ତି । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।
୩ . ଯଦି ମନୀ ପ୍ଲାଣ୍ଟର ପତ୍ର ହଳଦିଆ ପଡ଼ି ଯାଉଛି ତେବେ ତାହାର ଅର୍ଥ କୌଣସି ବିପଦ ଆସିବାକୁ ଯାଉଛି । ତେଣୁ ଏପରି ସେହି ଘରେ ହୋଇଥାଏ ଯେଉଁ ଘରେ ମନୀ ପ୍ଲାଣ୍ଟର ଯତ୍ନ ନିଆଯାଏ ନାହିଁ । ତେଣୁ ମନୀ ପ୍ଲାଣ୍ଟର ବିଶେଷ ଧ୍ୟାନ ନେବା ଉଚିତ । ମନୀ ପ୍ଲାଣ୍ଟରେ ସର୍ବଦା ପରିଷ୍କାର ଏବଂ ପିଇବା ଉପଯୋଗୀ ପାଣି ଦେବା ଉଚିତ । ପାଣିରେ ଆଳୁ ରସ ମିଶାଇ ମନୀ ପ୍ଲାଣ୍ଟରେ ଦେଲେ ଗଛ ଆହୁରି ସବୁଜ ଏବଂ ଭରପୁର ହୋଇଥାଏ । ମନୀ ପ୍ଲାଣ୍ଟ ଯେତେ ସବୁଜ ଏବଂ ଭରପୁର ହେବ ସେହି ଘରକୁ ଧନ ସେତେ ଆକର୍ଷିତ ହେବ ।
୪ . ମହିଳା ମାନଙ୍କର ମାସିକ ଧର୍ମ ସମୟରେ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ । ଏହାବ୍ୟତୀତ ତୁଳସୀ ଗଛରେ ମଧ୍ୟ ପାଣି ଦେବା ଉଚିତ ନୁହେଁ । ନଚେତ ଏହା ଅଶୁଭ ହୋଇଥାଏ । ମନୀ ପ୍ଲାଣ୍ଟ ସର୍ବଦା ଉର୍ଦ୍ଧକୁ ଯିବା ଆବଶ୍ୟକ । ଏହାଦ୍ବାରା ଘରର ଉନ୍ନତି ମଧ୍ୟ ଉପରକୁ ଉଠିଥାଏ । କୁହାଯାଏ ଯେ ଟଙ୍କାକୁ ଟଙ୍କାହିଁ ଆକର୍ଷିତ କରିଥାଏ । ତେଣୁ ମନୀ ପ୍ଲାଣ୍ଟ ଲଗାଇଥିବା ମୂଳ ପାଖରେ ମାଟିରେ ଏକ ମୁଦ୍ରା ପୋତି ଦିଅନ୍ତୁ । ଏହାଦ୍ବାରା ଧନ ଆକର୍ଷିତ ହେବ ।
୫ . ମନୀ ପ୍ଲାଣ୍ଟକୁ କାହାକୁ ବି ଭୁଲରେ ଉପହାର ସଦୃଶ୍ୟ ଦେବା ଉଚିତ ନୁହେଁ । ନଚେତ ସେହି ମନୀ ପ୍ଲାଣ୍ଟ ସହିତ ନିଜ ଘରର ସମୃଦ୍ଧି ଅନ୍ୟ ଘରକୁ ମଧ୍ୟ ଚାଲିଯାଏ । ଆପଣ ଚାହିଁଲେ ବାହାରୁ କିଣି ଉପହାର ସ୍ୱରୂପ ଦେଇ ପାରିବେ ମାତ୍ର ଘରେ ଥିବା ମନୀ ପ୍ଲାଣ୍ଟ କାହାକୁ ଦିଅନ୍ତୁ ନାହିଁ । ସାଧରଣତଃ ମନୀ ପ୍ଲାଣ୍ଟ ଘରେ , ଅଫିସରେ ଏବଂ ବ୍ୟବସାୟ ସ୍ଥାନରେ ରଖିଲେ ତାହା ଆଖିକୁ ଆରାମ ଦେଉଥିବା ସହିତ ଆର୍ଥିକ ଦୃଢ଼ତା ମଧ୍ୟ ଆଣିଥାଏ । ମନୀ ପ୍ଲାଣ୍ଟ ଶୁକ୍ରର ପ୍ରତୀକ ହୋଇଥିବାରୁ ଏହାକୁ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ।
୬ . ଯଦି ମନୀ ପ୍ଲାଣ୍ଟରେ କିଛି ପତ୍ର ହଳଦିଆ ପଡ଼ିଛି ତେବେ ସେହି ପତ୍ର ଗୁଡିକୁ ହଟାଇ ଦିଅନ୍ତୁ , ମାତ୍ର ଯଦି ସବୁ ପତ୍ର ହଳଦିଆ ପଡ଼ିଛି ତେବେ ସେହି ପୁରା ଗଛକୁ ହିଁ ହଟାଇ ଦିଅନ୍ତୁ । ନଚେତ ଏହାଦ୍ବାରା ଘର ଉପରକୁ ବିପଦ ଆସିଥାଏ । ସକାଳୁ ଉଠି ମନୀ ପ୍ଲାଣ୍ଟକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ୱାରା ଶରୀରରେ ସକାରାତ୍ମକତା ବଜାୟ ରହେ । ଶୁକ୍ରବାର ଦିନ ମନୀ ପ୍ଲାଣ୍ଟ ଲଗାଇବା ଉଚିତ । ଏହିଦିନ ମନୀ ପ୍ଲାଣ୍ଟ ଲଗାଇବା ଦ୍ୱାରା କେବେବି ଧନର ଅଭାବ ହୁଏନାହିଁ । ମନୀ ପ୍ଲାଣ୍ଟରୀ ପାଣି ଦେବା ସମୟରେ ସେଥିରେ କିଛି ବୁନ୍ଦା କ୍ଷୀର ମଧ୍ୟ ମିଶାଇ ପାରିବେ । ଏହାଦ୍ବାରା ଧନରେ ବୃଦ୍ଧି ହୋଇଥାଏ ।