ଦୀପାବଳିରେ ଯଦି ଏହି ପୋକ କିମ୍ବା ପଶୁ ଆସିବେ,ତା ହେଲେ ମିଳିବ ଅଦ୍ଭୁତ ସଂକେତ ,ଜାଣନ୍ତୁ କଣ ସେହି ସଂକେତ !

ହିନ୍ଦୁ ଧର୍ମ ପୁରାଣରେ ଅନେକ ପଶୁ ଏବଂ ପକ୍ଷୀକୁ ପୂଜନୀୟ ମାନା ଯାଇଛି । ଏହି ପଶୁ ପକ୍ଷୀ ଦେବଦେବୀଙ୍କ ବାହାନ ରୂପରେ ଶ୍ରେଷ୍ଠ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହି ପଶୁ ପକ୍ଷୀ ଆମ ଘରକୁ ଆସିବା ଏକ ବିଶେଷ ପ୍ରକାରର ସଙ୍କେତ ମାନା ଯାଇଥାଏ । ଏହାର ଉଭୟ ଶାସ୍ତ୍ରୀୟ ଏବଂ ବୈଜ୍ଞାନିକ କାରଣ ରହିଥାଏ । ଶାସ୍ତ୍ର ଅନୁଯାୟୀ କିଛି ପଶୁ ପକ୍ଷୀ ବାତାବରଣରେ ଥିବା ସକାରାତ୍ମକ ଶକ୍ତିକୁ ଅନୁଭବ କରିଥାନ୍ତି । ଯେଉଁ ସକାରାତ୍ମକତା ପ୍ରତି ପଶୁ ପକ୍ଷୀ ଆକର୍ଷିତ ହୋଇ ଯାଇଥାନ୍ତି । ତେଣୁ ପଶୁ ପକ୍ଷୀ ସର୍ବଦା ସେହି ସ୍ଥାନକୁ ଯାଇଥାନ୍ତି ଯେଉଁଠି ସେମାନଙ୍କୁ ସକାରାତ୍ମକ ବାତାବରଣର ଆଭାସ ହୋଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ସର୍ବଦା ସ୍ୱଚ୍ଛ ଏବଂ ପରିଷ୍କାର ରଖିବା ଉଚିତ ।

କେବେ କେବେ ଘରେ ବସୁଥିବା ପଶୁ ପକ୍ଷୀ ଦ୍ୱାରା ଜାଣି ହୋଇଥାଏ ଯେ ସେହି ଘରର ଲୋକଙ୍କ ସ୍ଵଭାବ କିପରି ହୋଇଥାଏ । ଯେଉଁ ଘରେ ଶୁଭ ପକ୍ଷୀ ବସିଥାଏ ସେହି ଘରର ଲୋକଙ୍କ ସ୍ଵଭାବ ଅତ୍ୟନ୍ତ ଭଲ ହୋଇଥାଏ ମାତ୍ର ଯେଉଁ ଘରେ ଅଶୁଭ ପକ୍ଷୀ ବସିଥାଏ ସେହି ଘରର ଲୋକଙ୍କ ସ୍ଵଭାବ ଆଦୋୖ ଭଲ ହୋଇ ନଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ପକ୍ଷୀ ଏବଂ ପୋକ ଯାହା ଘରକୁ ଆସିଲେ ଶୁଭ ଅଶୁଭ ସଙ୍କେତ ମିଳିଥାଏ ସେହି ବିଷୟରେ କହିବୁ ।

୧ . ଚୁଚୁନ୍ଦ୍ରା :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଚୁଚୁନ୍ଦ୍ରା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାବ୍ୟତୀତ ଯଦି କୌଣସି ଚୁଚୁନ୍ଦ୍ରା କୌଣସି ବ୍ୟକ୍ତିର ଚାରି ପାଖରେ ବୁଲିଯାଏ ତେବେ ଏହାର ଅର୍ଥ ବହୁତ ଜଲଦି ସେହି ବ୍ୟକ୍ତିକୁ ଲାଭ ମିଳିବାକୁ ଯାଉଛି । ଯଦି ଦୀପାବଳି ଦିନ ରାତିରେ କାହାକୁ ଚୁଚୁନ୍ଦ୍ରା ଦେଖା ଯାଉଛି ତେବେ ତାହାର ଭାଗ୍ୟ ଖୋଲିବା ନିଶ୍ଚିତ ଅଟେ । ଏହାଦ୍ବାରା ଅସୀମ ଅର୍ଥ ଏବଂ ଖୁବ ଉନ୍ନତି ମିଳିଥାଏ । ଯଦି ଚୁଚୁନ୍ଦ୍ରା କୌଣସି ଘର ଚାରିପଟେ ବୁଲିଯାଏ ତେବେ ସେହି ଘରର ବିପତ୍ତି ଟଳିଯାଏ ଏବଂ ସବୁ ପ୍ରକାରର ସମସ୍ୟା ଶେଷ ହୋଇଯାଏ ।

୨ . ମୂଷା :-

ହୁଏତ ମୂଷା ଗଣେଶଙ୍କ ବାହାନ ଅଟେ । ମାତ୍ର ମୂଷାକୁ ଅଶୁଭ ପ୍ରତୀକ ମାନା ଯାଇଥାଏ । ଘରେ ଅଧିକ ମାତ୍ରାରେ ମୂଷା ରହିବା ଘର ଲୋକଙ୍କର ସମସ୍ୟା ଏବଂ ବୁଦ୍ଧିର ବିନାଶର କାରଣ ସାଜିଥାଏ । ଘରେ ମୂଷା ରହିବା ଅଶୁଭ ହୋଇଥାଏ ଏବଂ ଏହା ଘରେ ରୋଗ ବ୍ୟାପିବାରେ କାରଣ ସାଜିଥାନ୍ତି । ଏହା ଘରର ବାତାବରଣକୁ ଦୂଷିତ କରିଥାଏ ଏବଂ ଘରେ ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଏହାଦ୍ବାରା ଘରେ ବଡ଼ କ୍ଷତି ମଧ୍ୟ ହୋଇଥାଏ । ମୂଷା ଘରେ ରହିବା ଅଶୁଭ ହୋଇଥାଏ । ହଠାତ ଘରକୁ ମୂଷା ଆସିବା କୌଣସି ଅଶୁଭ ଘଟଣାର ସଙ୍କେତ ଦେଇଥାଏ ।

୩ . ମହୁମାଛି :-

ଏପରି କୁହାଯାଏ ଯେ ଘରକୁ ମହୁମାଛି ଆସିବା ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟତାର କାରଣ ହୋଇଥାଏ । ତେଣୁ ତାହାକୁ ହଟାଇ ଦେବା ଉଚିତ । ଘରେ ମଧ୍ୟ ମହୁ ଫେଣା ରହିବା ଅଶୁଭ ଅଟେ । ମହୁ ଫେଣାରେ ଅଗଣିତ ଛେଦ ରହିଥାଏ ଯାହା ଆପଣଙ୍କ ଜୀବନରେ ମଧ୍ୟ ଛେଦ ସୃଷ୍ଟି କରିପାରେ । ତେଣୁ ଘରେ ମହୁଫେଣା ଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

୪ . ବୁଢିଆଣି ଜାଲ :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ବୁଢିଆଣି ଜାଲ ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ସଙ୍କଟର ସଙ୍କେତ ଦେଇଥାଏ । ତେଣୁ ଘରେ ଏହି ଜାଲ ଦେଖିବାକୁ ପାଇଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ଏହା ଆପଣଙ୍କ ଜୀବନରେ ସଙ୍କଟ ସୃଷ୍ଟି କରିଥାଏ ଏବଂ ଉନ୍ନତିକୁ ରୋକି ଥାଏ ।

୫ . ପ୍ରଜାପତି :-

ଘରକୁ ପ୍ରଜାପତି ଆସିବା ଅତ୍ୟନ୍ତ ସୌଭଗ୍ୟର କଥା ହୋଇଥାଏ । ଏହା ଅତ୍ୟନ୍ତ ଭଲ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି । ବାରମ୍ବାର ଏହା ଘରେ ଦେଖାଯିବା କୌଣସି ଶୁଭ ଘଟଣାର ସଙ୍କେତ ଦେଇଥାଏ । ତେଣୁ ଭୁଲରେ ବି ଘରେ ପ୍ରଜାପତି ଦେଖିଲେ ତାହାର କ୍ଷତି ପହଞ୍ଚାଇବା ଉଚିତ ନୁହେଁ । ପ୍ରଜାପତି ଯେତେ ସୁନ୍ଦର ହୋଇଥାଏ , ଆପଣଙ୍କ ଜୀବନରେ ସେତେ ଖୁସି ମଧ୍ୟ ଆସିଥାଏ ।

୬ . ଭଅଁର :-

ଘରକୁ କଳା ଭଅଁର ଆସିବା ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ବିବାହ ସହିତ ଜଡ଼ିତ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି । ଭଅଁରକୁ ଦେଖିଲେ ତାହାକୁ ମାରନ୍ତୁ ନାହିଁ କାରଣ ତାହା ଆପଣଙ୍କ ଖରାପ ସମୟ ସମାପ୍ତିର ସମ୍ବାଦ ନେଇ ଆସିଥାଏ ।

Leave a Reply

Your email address will not be published. Required fields are marked *