ଚଳିତ ବର୍ଷ ୨୦୨୩ , ଅକ୍ଟୋବର ୨୮ ରେ ହେବାକୁ ଯାଉଛି ଏକ ବିରଳ ଚନ୍ଦ୍ର ଗ୍ରହଣ । ଯେଉଁ ଗ୍ରହଣକି ମହାନ ବ୍ୟକ୍ତି ଏବଂ ଶାସ୍ତ୍ର ଅନୁଯାୟୀ ୧୫୦ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି । ତେଣୁ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ପୃଥିବୀର ସବୁ ସଜୀବ ଏବଂ ନିର୍ଜୀବ ବସ୍ତୁ ଉପରେ ପଡ଼ିବ । ଏହି କାରଣରୁ ସମଗ୍ର ୧୨ ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିବ । ଏହାବ୍ୟତୀତ ଛଅଟି ରାଶିର ଜୀବନ ବଦଳିବାକୁ ଯାଉଛି । ଏଭଳି ମାନ୍ୟତା ରହିଛି ଯେ ଏହିଦିନ ମାତା ଲକ୍ଷ୍ମୀ ପୃଥିବୀକୁ ଆସନ୍ତି ଏବଂ ପ୍ରସନ୍ନ ମୁଦ୍ରାରେ ରହନ୍ତି । ଅକ୍ଟୋବର ୨୮ ରେ କୁମାର ପୂର୍ଣ୍ଣିମା ମଧ୍ୟ ରହିଛି ।
ଚନ୍ଦ୍ର ଗ୍ରହଣ ସମୟରେ କିଛି ଖାସ ସହଜ ଉପାୟ କଲେ ତାହାର ନିଶ୍ଚିତ ସିଦ୍ଧ ହୋଇଥାଏ । ଚନ୍ଦ୍ର ଗ୍ରହଣ ରାତିରେ କୌଣସି ବ୍ୟକ୍ତି ଯଦି କିଛିବି ଉପାୟ କରି ନିଅନ୍ତି ତେବେ ତାହା ନିଶ୍ଚୟ ଭଲ ଫଳ ଦେଇଥାଏ । ତେଣୁ ଏହି ରାତିକୁ ସବୁଠାରୁ ଶକ୍ତିଶାଳୀ ରାତି ମାନା ଯାଏ । ଅକ୍ଟୋବର ୨୮ ରାତିରେ ଚନ୍ଦ୍ରଗ୍ରହଣ ରାତି ୧୧.୨୩ ରେ ଉପଛାୟାରେ ପ୍ରବେଶ କରିବ । ଏହାର ଆରମ୍ଭ ୧.୦୫ , ମଧ୍ୟ ଭାଗ ୧.୪୪ ଏବଂ ସମାପ୍ତି ୨.୨୪ ରେ ହେବ । କିନ୍ତୁ ସୂତକ କାଳ ଶୁକ୍ରବାର ସନ୍ଧ୍ୟା ୪.୩୨ ରେ ହେବ । ଏହି ସମୟରେ କିଛି ଏପରି ଭୁଲ ରହିଛି ଯାହା ଆଦୋୖ କରିବା ଉଚିତ ନୁହେଁ ।
ଏହି ସମୟରେ ଲୁହା ନିର୍ମିତ କୌଣସି ବସ୍ତୁ କିଣିବା ବର୍ଜିତ ଅଟେ । ଏହି ସମୟରେ ତାମସିକ ଭୋଜନର ସେବନ ଅନୁଚିତ ଅଟେ । ନଚେତ ଏହାଦ୍ବାରା ଆପଣଙ୍କୁ ଏକାଧିକ ରୋଗ ଗ୍ରାସ କରିପାରେ । ଘରର ମହିଳା ଏହି ସମୟରେ ପାନିଆର ବ୍ୟବହାର କରିବା ଉଚିତ ନୁହେଁ । ଏହି ସମୟରେ ପୂଜା ପାଠ , ଶୁଭ କାର୍ଯ୍ୟ ଆଦି ବର୍ଜିତ ହେବା ସହିତ ଶାରୀରିକ ସମ୍ବନ୍ଧ ମଧ୍ୟ ବର୍ଜିତ ଅଟେ । ନଚେତ ବୌବହିକ ଜୀବନରେ ଏବଂ ପରିବାରରେ ଅନେକ ସମସ୍ୟା ଆସିପାରେ । ଏହି ସମୟରେ ଧାରୁଆ ଜିନିଷର ବ୍ୟବହାର ଅନୁଚିତ ଅଟେ । ବିଶେଷ କରି ଗର୍ଭବତୀ ମହିଳା ଏହିସବୁ ଜିନିଷ ଠାରୁ ଦୂରେଇ ରହିବା ଉଚିତ ।
ସୂତକ କାଳ ଆରମ୍ଭ ହେବା ପରେ ଏକ ସହଜ ଉପାୟ ଅନୁଯାୟୀ ଏକ ପିତ୍ତଳ ପାତ୍ର ନେଇ ଆସନ୍ତୁ । ସେଥିରେ ଗଙ୍ଗା ଜଳ ଢ଼ାଳି ଗୋଟିଏ ଏକ ଟଙ୍କିଆ କୋଏନ ଧୋଇ ତାହାକୁ ରାତିରେ ବାହାରେ ଚନ୍ଦ୍ର ଆଲୋକ ପଡୁଥିବା ଭଳି ସ୍ଥାନରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଅର୍ଥାତ ଅକ୍ଟୋବର ୨୯ ସକାଳେ ସ୍ନାନ ସାରି ସେହି ଏକ ଟଙ୍କିଆ କୋଏନକୁ ଏକ ନାଲି କପଡ଼ାରେ ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହି ଗୋଟିଏ ଉପାୟ ଆପଣଙ୍କ ଜୀବନରେ ଧନ ଆକର୍ଷିତ କରିବା କାମ କରିବ । ଏହାଦ୍ବାରା ସୁଖ ସମୃଦ୍ଧି ଏବଂ ବୈଭବ ମଧ୍ୟ ଆସିବ । ଏହି ଚନ୍ଦ୍ର ଗ୍ରହଣ କାରଣରୁ ଯେଉଁ ରାଶିର ଜୀବନ ବଦଳିବାକୁ ଯାଉଛି , ସେହି ରାଶି ମାନ ହେଉଛନ୍ତି ମକର ରାଶି , ତୁଳା ରାଶି , କନ୍ୟା ରାଶି , ମେଷ ରାଶି , ସିଂହ ରାଶି ଏବଂ କୁମ୍ଭ ରାଶି ।