ଚାଣକ୍ୟ ନୀତିରେ ଏହା ବର୍ଣ୍ଣିତ ହୋଇଛି ଯେ ପ୍ରକୃତ ବନ୍ଧୁର ପରିଚୟ ବିପଦ ସମୟରେ ମିଳିଥାଏ ଏବଂ ପ୍ରକୃତ ସ୍ତ୍ରୀ ର ପରିଚୟ ଧନ ନଷ୍ଟ ସମୟରେ ମିଳିଥାଏ । ଏହାର ଅର୍ଥ ଏହା ଯେ ଦୁଃଖ ସମୟରେ ଯେଉଁ ବନ୍ଧୁ ସମସ୍ୟାକୁ ବୁଝି ଆଶ୍ରା ଦେଇଥାଏ ସେ ହିଁ ପ୍ରକୃତ ବନ୍ଧୁ ହୋଇଥାଏ । ନଚେତ ସୁଖ ସମୟରେ ତ ସମସ୍ତେ ହିଁ ସାଥିରେ ରହନ୍ତି । ଏମିତିରେ ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦ ସମୟରେ ଆପଣଙ୍କ ପରିସ୍ଥିତିକୁ ବୁଝି ନପାରନ୍ତି ତେବେ ସେ ଉଚିତ ଜୀବନସାଥୀ ହେବାକୁ ଯୋଗ୍ୟ ନୁହଁନ୍ତି । ଏପରି ଜୀବନସାଥୀ ଆଗାମୀ ସମୟରେ ଆପଣଙ୍କର କ୍ଷତି ହିଁ କରିଥାନ୍ତି ।
ନିଜର କୌଣସିବି ରହସ୍ୟ କାହାକୁ ବି କହିବା ଉଚିତ ନୁହେଁ । ନଚେତ ଏହା ଆଗାମୀ ସମୟରେ ସମସ୍ୟା ସୃଷ୍ଟି କରିପାରେ । ଚାଣକ୍ୟ କହିଛନ୍ତି ଯେ ଯଦି ଆମେ ନିଜ ମନର କଥା କୌଣସି ଜଣକ ସହିତ ସେୟାର କରୁ ତେବେ ତାହା ଆଉ ରହସ୍ୟ ହୋଇ ରହେ ନାହିଁ । ଯାହାକି ଆଗାମୀ ସମୟରେ ନିଆଁ ଭଳି ସବୁଠି ବ୍ୟାପିଯାଏ । ସେହିଠାରୁ ହିଁ ମନୁଷ୍ୟର ଅଧପତନ ଆରମ୍ଭ ହୋଇଯାଏ ।
ସବୁ କଷ୍ଟ ଠାରୁ ବଡ଼ କଷ୍ଟ ହେଉଛି ପର ଘରେ ରହିବା । ଇତିହାସ ସାକ୍ଷୀ ଅଛି ଯେ ମନୁଷ୍ୟ କେବଳ ନିଜର ବସ୍ତୁ ଉପରେ ହିଁ ନିଜର ହକ ଜମେଇ ପାରିବ । କୌଣସି ବି ବ୍ୟକ୍ତିକୁ ଅଧିକ ସଚୋଟ ହେବା ଉଚିତ ନୁହେଁ । କାରଣ ଏପରି ବ୍ୟକ୍ତିକୁ ସର୍ବଦା ଅଧିକ କଷ୍ଟ ମିଳିଥାଏ । କାରଣ ଜଙ୍ଗଲରେ ସିଧା ଏବଂ ମଜବୁତ ଥିବା ଗଛକୁ ପ୍ରଥମେ କଟା ଯାଏ । କାରଣ ସେହି ଗଛକୁ କାଟିବାକୁ କୌଣସି ସମସ୍ୟା ହୋଇ ନଥାଏ । ଦୁନିଆରେ ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟ ପଛରେ ସ୍ୱାର୍ଥ ରହିଥାଏ । ଏହା ନିରାଟ ସତ୍ୟ ଅଟେ । ମାତ୍ର କିଛି ମିତ୍ର ଏହାକୁ ମାନନ୍ତି ନାହିଁ । କହିବାକୁ ଗଲେ ଏହି କଥାରେ ସକାରାତ୍ମକତା ମଧ୍ୟ ଦେଖାଯାଇ ପାରେ । ତାହା ହେଉଛି ଉଚିତ ମିତ୍ର ହେବାର ସ୍ୱାର୍ଥ ।
ଯଦି କୌଣସି ସାପ ଛୋଟ କିମ୍ବା ଦୁର୍ବଳ ଅଛି ତଥାପି ତାକୁ ଚୋଟ ମାରିବା ଉଚିତ । ସେହିପରି ମନୁଷ୍ୟ ଦୁର୍ବଳ ଥିଲେ ମଧ୍ୟ ନିଜକୁ ଦୃଢ଼ ଦେଖାଇବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଦୁର୍ବଳ ବ୍ୟକ୍ତିର ସର୍ବଦା ପରାଜୟ ହୋଇଥାଏ । ଏପରି ଧନ ଯାହାକୁ ପରିବାର ଧନ ମାନ ଛାଡ଼ିବା ପରେ ଅର୍ଜିତ ହୋଇଛି ତାହାକୁ ସ୍ୱୀକାର କରିବା ଉଚିତ ନୁହେଁ । ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ହୋଇଛି ଯେ ଭୁଲ ଉପାୟରେ ଅର୍ଜିତ ଧନ କେବେବି ଭଲ କାମରେ ଲାଗିପାରେ ନାହିଁ । ତାହା ସର୍ବଦା ବର୍ବାଦିର କାରଣ ହୋଇଥାଏ । ଯାହା ଥରେ ବିତି ଯାଇଛି ତାହାକୁ ମନେ ନପକାଇ ବର୍ତ୍ତମାନରେ ସେହି ଭୁଲକୁ ସୁଧାରୀ ଆଗକୁ ବଢ଼ିବା ଉଚିତ । କାରଣ ଅତୀତକୁ ଜାବୁଡ଼ି ଧରିଲେ ଆମେ କେବେବି ଜୀବନରେ ସଫଳ ହୋଇ ପାରିବା ନାହିଁ ।