ପ୍ରାୟତଃ ସମସ୍ତେ ଏହା କହନ୍ତି ଯେ ଅନ୍ୟକୁ ସାହାଯ୍ୟ କରିବା ଉଚିତ ଏବଂ ଅନ୍ୟର ମଙ୍ଗଳ ପାଇଁ କାର୍ଯ୍ୟ କରିବା ଉଚିତ । ଯାହାଦ୍ୱାରା ଭଗବାନ ଆପଣଙ୍କର ମଙ୍ଗଳ କରିବେ । ମାତ୍ର ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଆଚାର୍ଯ୍ୟ ଚାଣକ୍ୟ ଏପରି ତିନି ଜଣ ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଯେଉଁ ମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କର ଅନିଷ୍ଠ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ବ୍ୟକ୍ତିଙ୍କୁ ଏହି ତିନି ଜଣ ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ । ତେବେ ଚାଲନ୍ତୁ ସେହି ତିନି ପ୍ରକାରର ବ୍ୟକ୍ତିଙ୍କ ବିଷୟରେ ଜାଣିନେବା ।
୧ . ଦୁଷ୍ଟ ସ୍ୱଭାବର ବ୍ୟକ୍ତିଙ୍କର ଭରଣ ପୋଷଣ :-
ଯଦି କୌଣସି ସ୍ତ୍ରୀ ଚରିତ୍ର ହୀନ ଅଟେ , ଦୁଷ୍ଟ ସ୍ୱଭାବର ଅଟେ ତେବେ ତାହାର ଭରଣ ପୋଷଣ କରିଥିବା ପୁରୁଷକୁ ମଧ୍ୟ କେବେବି ସୁଖ ପ୍ରାପ୍ତ ହୋଇ ନଥାଏ । ଏପରି ସ୍ତ୍ରୀକୁ ସର୍ବଦା ଧନ ଉପରେ ମୋହ ରହିଥାଏ । ଯଦି କେହି ପୁରୁଷ ଏପରି ସ୍ତ୍ରୀଙ୍କ ସଂସ୍ପର୍ଶରେ ରହନ୍ତି ତେବେ ସମାଜରେ ସେମାନଙ୍କୁ ମାନ ହାନୀ ଏବଂ କ୍ଷତି ସହିବାକୁ ପଡ଼ିଥାଏ । ଯେଉଁ ସ୍ତ୍ରୀ ନିଜେ ଧର୍ମ ପଥରୁ ବିଚ୍ୟୁତ ହୋଇଯାଏ ସେ ନିଜେ ତ ଅଧର୍ମ କରିଥାଏ ସାଥିରେ ଅନ୍ୟ ମାନଙ୍କୁ ମଧ୍ୟ ପାପର ଭାଗିଦାର କରାଇ ଥାଏ । ତେଣୁ ଭଲ ଲୋକଙ୍କୁ କେବେବି ଏପରି ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖିବା ଉଚିତ ନୁହେଁ ।
୨ . ମୂର୍ଖ ଶିଷ୍ୟକୁ ଉପଦେଶ ଦେବା :-
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯଦି କୌଣସି ପୁରୁଷ କିମ୍ବା ମହିଳା ମୂର୍ଖ ଅଟନ୍ତି ତେବେ ତାଙ୍କୁ ଉପଦେଶ ଦେବା ଉଚିତ ନୁହେଁ । ମୁର୍ଖକୁ ଜ୍ଞାନ ଦେଇ ଲୋକେ ତାହାର ଭଲ କରିବାକୁ ଚାହାଁନ୍ତି । କିନ୍ତୁ ମୂର୍ଖ ବ୍ୟକ୍ତି ଏହି କଥାକୁ ବୁଝି ପାରି ନଥାଏ । ବୁଦ୍ଧିହୀନ ବ୍ୟକ୍ତି ନିରର୍ଥକ କଥାରେ ଯୁକ୍ତିତର୍କ କରିଥାନ୍ତି । ଯାହାଦ୍ୱାରା ତାକୁ ବୁଝାଉଥିବା ବ୍ୟକ୍ତିର ହିଁ ସମୟ ନଷ୍ଟ ହୋଇଥାଏ । ମୂର୍ଖ ବ୍ୟକ୍ତିକୁ ବୁଝାଇବା ଦ୍ୱାରା ହିଁ ନିଜକୁ ମାନସିକ ଅସୁସ୍ଥତାର ଶିକାର ହେବାକୁ ପଡ଼ିଥାଏ । ତେଣୁ ମୂର୍ଖ ଲୋକଙ୍କୁ ବୁଝାଇବାରେ ନିଜର ସମୟ ଏବଂ ଜ୍ଞାନ ଅପଚୟ କରିବା ଉଚିତ ନୁହେଁ ।
୩ . ଯେଉଁ ବ୍ୟକ୍ତି ସବୁ ସମୟରେ ବିନା କାରଣରେ ଦୁଃଖୀ ରହିଥାଏ ଏବଂ ଯେଉଁ ବ୍ୟକ୍ତି ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଜିନିଷରେ ସନ୍ତୁଷ୍ଟ ହୋଇ ନଥାଏ ଏବଂ ଦୁଃଖୀ ରହିଥାଏ ସେମାନଙ୍କ ସହିତ ରହିଲେ ଆମକୁ ମଧ୍ୟ ଦୁଃଖ ପ୍ରାପ୍ତ ହୋଇଥାଏ । ବୁଦ୍ଧିମାନ ଲୋକକୁ ଯାହା ମିଳିଯାଏ ସେ ସେଥିରେ ହିଁ ସନ୍ତୁଷ୍ଟି ପ୍ରାପ୍ତ କରିନିଏ ଏବଂ ପ୍ରସନ୍ନ ରହିଥାଏ । ଅକାରଣରେ ଦୁଃଖରେ ରହୁଥିବା ଲୋକ ଅନ୍ୟର ସୁଖରେ ମଧ୍ୟ ଇର୍ଷା କରିଥାନ୍ତି । ତେଣୁ ଏପରି ଲୋକ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।