ଝାଡୁରେ ପାଦ ବାଜିଗଲେ ଫଟାଫଟ କରନ୍ତୁ ଏହି କାମ, ନହେଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ,ଘର ଉପର କୁ ଆସିଯିବ ସଙ୍କଟର ବାଦଲ..

ବର୍ତ୍ତମାନ ନବରାତ୍ରୀର ପର୍ବ ଚାଲିଛି | ଦୀପାବଳି ମଧ୍ୟ ଖୁବ୍ ଶୀଘ୍ର ଆସୁଛନ୍ତି | ଏଭଳି ପରିସ୍ଥିତିରେ ଲୋକମାନେ ବର୍ତ୍ତମାନଠାରୁ ଘରକୁ ସଫା ସୁତୁର କରିବା ଆରମ୍ଭ କରି ଦେଇଛନ୍ତି। ଘର ସଫା କରିବାରେ ଝାଡୁ ସବୁଠାରୁ ଅଧିକ କାମ ରେ ଆସିଥାଏ | ଏହା ଦ୍ୱାରା ହିଁ ଆମେ ଘରର ସମସ୍ତ ଅଳିଆ ବାହାର କରିଥାଉ | ହିନ୍ଦୁ ଧର୍ମରେ ଝାଡୁକୁ ମଧ୍ୟ ପବିତ୍ର ବିବେଚନା କରାଯାଏ । ଏହାକୁ ମା ଲକ୍ଷ୍ମୀ ସହିତ ତୁଳନା କରାଯାଇଛି | ତେଣୁ ସେଥିପାଇଁ ଏହି ଝାଡୁ ସମ୍ବନ୍ଧରେ କିଛି ନିୟମ ଏବଂ କାନୁନ ରହିଛି | ଯଦି ଏଗୁଡିକ ଅନୁସରଣ କରାଯାଏ ନାହିଁ ତେବେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି | ତା’ପରେ ଜୀବନରେ ଦୁଃଖ ଏବଂ ଦାରିଦ୍ରତା ଆସିଥାଏ |

ଝାଡୁ ସହ ଜଡିତ ନିୟମ

1.ଓଲେଇବା ସମୟରେ କିମ୍ବା ଅନ୍ୟ କୌଣସି ସମୟରେ ଅନେକ ଥର ଆମେ ହଠାତ୍ ଭୁଲରେ ଏହା ଉପରେ ପାଦ ରଖିଥାଉ | ଝାଡୁ କୁ ଗୋଇଠା ମାରିବା ପାପ ହୋଇଥାଏ | ଏହାକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ,ତେଣୁ ଏଥିରେ ପାଦ ରଖିବା ଅର୍ଥ ହେଉଛି ମାତା ଲକ୍ଷ୍ମୀଙ୍କୁ ପାଦ ଲଗେଇବା ସହ ସମାନ | ଯଦିଓ ଝାଡୁ ଟି ଭୁଲରେ ଆପଣଙ୍କ ପାଦରେ ବାଜିଯାଏ, ତେବେ ଏହାକୁ ସ୍ପର୍ଶ କରନ୍ତୁ ଏବଂ କପାଳରେ ହାତ ରଖୀ ହୃଦୟରୁ କ୍ଷମା ମାଗନ୍ତୁ | ଏଥି ସହ ସେହି ସମାନ ଭୁଲ ଆଉ କେବେ କରନ୍ତୁ ନାହିଁ |

2.ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଝାଡୁକୁ କେବେବି ଠିଆ ରଖିବା ଉଚିତ୍ ନୁହେଁ । ଏହାକୁ ସର୍ବଦା ଶୋଇଲା ଭଳି ରଖନ୍ତୁ | ଠିଆ କରି ରଖାଯାଇଥିବା ଝାଡୁ କୁ ଅଶୁଭ ବୋଲି ଧରାଯାଏ | ଏହିପରି ଝାଡୁକୁ ରଖିବା ଦ୍ୱାରା ଘରେ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧା ହୋଇଥାଏ | ଏପରିକି କରାଯାଇଥିବା କାର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଏ | ଦୁଃଖ ଏବଂ ଦାରିଦ୍ରତା ଘରକୁ ପ୍ରବେଶ କରିବା ଆରମ୍ଭ କରେ | ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଯାଏ ।

3. ଝାଡୁ ର ମଧ୍ୟ ଏକ ବୟସ ମଧ୍ୟ ରହିଥାଏ | କିଛି ସମୟ ପରେ ସେ ଭାଙ୍ଗି ଯାଇଥାଏ | ଘରେ ଭଙ୍ଗା ଏବଂ ତ୍ରୁଟିପୂର୍ଣ୍ଣ ଝାଡୁ ରଖିବା ଶୁଭ ନୁହେଁ | ଅତଏବ, ଯେତେବେଳେ ଝାଡୁ ଟି ନଷ୍ଟ ହୋଇଯାଏ, ଆପଣ ତୁରନ୍ତ ଏକ ନୂଆ ଝାଡୁ ଆଣିବା ଉଚିତ୍ | ଶୁକ୍ରବାର କିମ୍ବା ଗୁରୁବାର ଦିନ ଏକ ନୂଆ ଝାଡୁ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏଥି ସହିତ ଶୁକ୍ରବାର ଏବଂ ଗୁରୁବାର ଦିନ ପୁରୁଣା ଝାଡୁ କୁ ଘରୁ ବାହାରକୁ ଫିଙ୍ଗିବା ଉଚିତ୍ ନୁହେଁ । ଶୁକ୍ରବାର ହେଉଛି ଦେବୀ ଲକ୍ଷ୍ମୀ ଏବଂ ଗୁରୁବାର ହେଉଛି ଲକ୍ଷ୍ମୀ ନାରାୟଣ ବିଷ୍ଣୁଙ୍କ ଦିନ।

4.ଝାଡୁ କୁ ସବୁବେଳେ ଘରର ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ | ଏହି ଦିଗରେ ଝାଡୁ କରିବା ଦ୍ୱାରା ଜୀବନରେ କୌଣସି ଅର୍ଥର ଅଭାବ ହୁଏ ନାହିଁ | ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ | ଆଉ ଗୋଟିଏ କଥା ମନେ ରଖନ୍ତୁ ଝାଡୁ କୁ ଆଲମାରୀ ପଛରେ କିମ୍ବା ତିଜୋରୀ ପଛରେ ସଟେଇକି ରଖନ୍ତୁ ନାହିଁ | ଏହାଦ୍ୱାରା ଧନ ହାନି ହୋଇଯାଏ |

5.ସୂର୍ଯ୍ୟ ଅସ୍ତ ହେବା ପରେ ଝାଡୁ କେବେ ଲଗାଯାଏ ନାହିଁ | ତେଣୁ ରାତିରେ ସଫା କରିବାର ଭୁଲ କରନ୍ତୁ ନାହିଁ | ଏହା କରିବା ଦ୍ୱାରା ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ | ଆପଣଙ୍କର ଟଙ୍କା କ୍ଷତି ହୋଇଥାଏ | ମାସିକ ଆୟ କମିଯାଏ | ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୁଏ | ଏପରିକି ଚାକିରି ଏବଂ ବ୍ୟବସାୟ ବିପଦରେ ପଡି ଯାଏ |

Leave a Reply

Your email address will not be published. Required fields are marked *