ନବରାତ୍ରୀରେ ପୂଜା ପାଠ ନକଲେବି କରି ନିଅନ୍ତୁ ଏହି ଗୋଟିଏ ଖାସ କାମ । ସମଗ୍ର ନବରାତ୍ରୀର ମିଳିବ ଲାଭ ।

ନବରାତ୍ରୀରେ ମାତା ଦୁର୍ଗାଙ୍କ ଆରାଧନା ଅତ୍ୟନ୍ତ ଜରୁରୀ ଅଟେ । ମାତ୍ର ଯଦି ଆପଣ କୌଣସି କାରଣରୁ ପୂଜା କରି ପାରୁ ନାହାଁନ୍ତି ତେବେ ତଥାପି କିଛି ଜିନିଷ ଅଛି ଯାହାକୁ ଆପଣ ଏହି ନବରାତ୍ରୀ ସମୟରେ ନିଶ୍ଚୟ ଘରକୁ ଆଣିବା ଉଚିତ । ଯାହାଦ୍ୱାରା ଦାରିଦ୍ର୍ୟତା ଦୂର ହେବା ସହିତ ଆର୍ଥିକ ସମୃଦ୍ଧି ମଧ୍ୟ ହେବ ।

୧ . ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ନବରାତ୍ରୀ ସମୟରେ ତୁଳସୀ ଗଛ କିମ୍ବା ଶଙ୍ଖପୁଷ୍ପି ଆଣି ଘରେ ପୂଜା କରିବା ଦ୍ୱାରା ଘରେ ଧନ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୨ . ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ହେଉ ତେବେ ନବରାତ୍ରୀର କୌଣସି ଦିନ ଏକ ଧ୍ୱଜା ଆଣି ନବମୀ ଦିନ ତାହାକୁ ଦେବୀ ମାତାଙ୍କ ମନ୍ଦିରରେ ଅର୍ପିତ କରନ୍ତୁ । ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ ।

୩ . ଆର୍ଥିକ ସମୃଦ୍ଧି ଚାହୁଁଥିଲେ ଏକ ରୁପା ମୁଦ୍ରା ଆଣି ନବରାତ୍ରୀରେ ମାତାଙ୍କୁ ଅର୍ପିତ କରି ଦିଅନ୍ତୁ ଏବଂ ବିଜୟା ଦଶମୀ ଦିନ ତାହାକୁ ଖୀରରେ ବୁଡ଼ାଇ ନାଲି କପଡ଼ାରେ ଚାଉଳ ଏବଂ ଲବଙ୍ଗ ସହିତ ବାନ୍ଧି ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ ।

୪ . ଯଦି ଆପଣ ସବୁଦିନ ପାଇଁ ଆରୋଗ୍ୟ ଚାହୁଁଛନ୍ତି ତେବେ ଘରକୁ ନବରାତ୍ରୀ ସମୟରେ ଶୁଦ୍ଧ ଘିଅ ନେଇ ଆସନ୍ତୁ ଏବଂ ମାତାଙ୍କ ସାମ୍ନାରେ ଦୀପ ଜଳାନ୍ତୁ ଏବଂ ମାତାଙ୍କୁ ଆରୋଗ୍ୟ ନିମିତ୍ତ ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ଆରୋଗ୍ୟ ପ୍ରାପ୍ତ ହୋଇଥାଏ ।

୫ . ସମସ୍ତଙ୍କର ଏକ ସ୍ବପ୍ନର ଘର ନିର୍ମାଣର ଇଚ୍ଛା ଥାଏ । ତେଣୁ ନବରାତ୍ରୀରେ ଏକ ଛୋଟ ଘର ବନାଇ ମାତାଙ୍କୁ ଅର୍ପିତ କରି ଦିଅନ୍ତୁ । ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ଘର ମିଳିବ ।

୬ . ଅନେକ ଦିନ ହେବ କୌଣସି ମନସ୍କାମନା ରହିଥିଲେ ତିନୋଟି ନଡ଼ିଆ ନେଇ ଦେବୀ ମାତାଙ୍କ ମନ୍ଦିରକୁ ଯାଇ ମାତାଙ୍କୁ ଚଢ଼ାଇ ଦିଅନ୍ତୁ । ମାତା ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ କରିବେ ।

୭ . ଆର୍ଥିକ ଲାଭ ପାଇଁ ଆଉ ଏକ ଉପାୟ ଅନୁଯାୟୀ ନବରାତ୍ରୀରେ ଏକ ନାଲି ମୌଲି ସୂତା କିଣି ନିଜର ନଅଟି ମନସ୍କାମନା କହି ନଅଟି ଗଣ୍ଠି ପକାଇ ଦିଅନ୍ତୁ ଏବଂ ମାତାଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ଘରେ ଧନ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୮ . ଯଦି ଆପଣ ନବରାତ୍ରୀରେ ମାତାଙ୍କ ନିମନ୍ତେ ଷୋହଳ ଶୃଙ୍ଗାର ଆଣି ମାତାଙ୍କୁ ଅର୍ପିତ କରନ୍ତି ତେବେ ପରିବାରରେ ଆଉ କେବେ ବାଦ ବିବାଦ ସୃଷ୍ଟି ହୁଏନାହିଁ ଏବଂ ପରିବାରରେ ଶାନ୍ତିର ବାତାବରଣ ରହେ । କୋର୍ଟ କଚେରୀର ମାମଲା ଚାଲିଥିଲେ ତାହା ମଧ୍ୟ ଦୂର ହୋଇଥାଏ ।

୯ . ଆପଣ ଚାହିଁଲେ ଏହିଦିନ ମାତା ଲକ୍ଷ୍ମୀଙ୍କ ଛୋଟ ଫୋଟ ଆଣି ଘରେ ଧନ ରଖାଯାଉଥିବା ସ୍ଥାନରେ କିମ୍ବା ନିଜ ପର୍ସରେ ରଖି ପାରିବେ । ଏହାଦ୍ବାରା ମଧ୍ୟ ଧନରେ ଅବିବୃଦ୍ଧି ହୋଇଥାଏ ।

୧୦ . ନବରାତ୍ରୀରେ ଯଦି ଆପଣ ମୟୁର ପର ଘରକୁ ଆଣି ସ୍ଥାପିତ କରନ୍ତି ତେବେ ଘରେ ଥିବା ସମସ୍ତ ବିଦ୍ୟାର୍ଥୀଙ୍କର ପାଠ ପଢ଼ାରେ ଉନ୍ନତି ଆସିବ ଏବଂ ଘରେ ଶାନ୍ତିର ବାତାବରଣ ବଜାୟ ରହିବ ।

୧୧ . ନବରାତ୍ରୀ ଦିନ ଆପଣ ଖାସ କରି ସପ୍ତମୀରେ ନାଲି ମନ୍ଦାର ଫୁଲ ଆଣି ମାଳା ବନାଇ ମାତାଙ୍କୁ ଅର୍ପିତ କରି ପାରିବେ । ଏହାଦ୍ବାରା ମାତା ଖୁବ ପ୍ରସନ୍ନ ହୁଅନ୍ତି ।

ଏହାବ୍ୟତୀତ ଆହୁରି କିଛି ବସ୍ତୁ ଯେମିତିକି ସୁନାର କଇଁଛ ଆଣି ଏହି ନବରାତ୍ରୀ ସମୟରେ ଘରେ ସ୍ଥାପିତ କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଆପଣ ଚାହିଁଲେ ତ୍ରିଶୂଳ କିମ୍ବା ରୁପାର ପଦ୍ମ ଆଣି ମାତାଙ୍କୁ ଅର୍ପିତ କରି ପାରିବେ । ଏହାଦ୍ବାରା ଶତ୍ରୁ ଶାନ୍ତ ହୋଇଯିବେ । ମାତାଙ୍କୁ ଚରଣ ପାଦୁକା ନିଶ୍ଚିତ ଭେଟ କରନ୍ତୁ । ନବରାତ୍ରୀ ସମୟରେ କିଛି ଖାସ ଗଛର ଚେର ଧାରଣ କଲେ ମାତା ପ୍ରସନ୍ନ ହୁଅନ୍ତି । ତାହା ମଧ୍ୟରୁ ଚମେଲି ଗଛର ମୂଳ ଅନ୍ୟତମ । ଏହାବ୍ୟତୀତ ଏହାକୁ ସେବନ କଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଚମେଲି ତେଲ ଶ୍ରୀ ହନୁମାନଙ୍କୁ ଅର୍ପିତ କରାଯାଏ । ଏହାର ମୂଳକୁ ଘରକୁ ଆଣି ନବରାତ୍ରୀର ନଅ ଦିନ ଏହାକୁ ପୂଜା କରି ଦଶମ ଦିନ ତାବିଜରେ ପୁରାଇ ଧାରଣ କରନ୍ତୁ । ଏହାଦ୍ବାରା ମାତା ଦୁର୍ଗା ଏବଂ ଭଗବାନ ହନୁମାନ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *