ନବରାତ୍ରିରେ ନେଇ ଆସନ୍ତୁ ରୋଡ଼ପତି ରୁ କୋଟିପତି ହେବାକୁ ବେଶୀ ସମୟ ଲାଗିବନି | ପରେ ପସ୍ତେଇବେ ନାହିଁ..

ବନ୍ଧୁଗଣ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସର ଶୁକ୍ଲପକ୍ଷ ପ୍ରତିପ୍ରଦା ତିଥିରୁ ଆରମ୍ଭ ହୋଇଥାଏ | ଏହି ବର୍ଷ ଏହା 15 October ରୁ ଆରମ୍ଭ ହୋଇ 23 ଅକ୍ଟୋବରରେ ଦଶହରା ପାଳନ କରାଯିବ | ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରି ଅଖଣ୍ଡ ଦୀପ ଜାଳି ମା ଙ୍କର ପୂଜା ଆରମ୍ଭ କରାଯାଇଥାଏ | ନବରାତ୍ରି ରେ ମା ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଲୋକ ବ୍ରତ ମଧ୍ୟ ରଖିଥାନ୍ତି | ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହ ପୂଜା ବିଧି କରି ମାଙ୍କୁ ପୂଜା ଆରାଧନା କରେ ତାଙ୍କୁ ମା ଆଶୀର୍ବାଦ ପ୍ରଦାନ କରିଥାନ୍ତି | ତେବେ ବନ୍ଧୁଗଣ ପୁରାଣ ରେ କୁହାଯାଇଛି କି ନବରାତ୍ରୀର ଏହି ପବିତ୍ର 9 ଦିନ ରେ ମା ପୃଥିବୀ ଲୋକ କୁ ଆସିଥାନ୍ତି |

ତେବେ ମା ଙ୍କୁ ପ୍ରଶନ୍ନ କରିବା ପାଇଁ ଏହା ହେଉଛି ଉଚିତ ସମୟ | ତେବେ ଆଜି ଆମେ ଆପଣ ସେହିପରି କିଛି ଜିଣିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରକୁ ଆଣିବା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି | ଏହାକୁ ନବରାତ୍ରି ପୂର୍ବରୁ କିମ୍ଵା ନବରାତ୍ରୀ ର କୌଣସି ବି ଦିନରେ ଆଣିବା ଦ୍ୱାରା ଆପଣଙ୍କର ସମସ୍ତ କଷ୍ଟ ମା ଦୂର କରିଥାନ୍ତି | ମାଙ୍କ କୃପାରୁ ଆପଣ ଜୀବନ ଧନ ଦୌଲତ ରେ ଭରିଯିବ ପରିବାର ରେ ସୁଖ ସମୃଦ୍ଧି ଆସିବ | ତେବେ ଆସନ୍ତୁ ଜାଣିବା ସେହି ଜିଣିଷ ବିଷୟରେ..

ଷୋହଳ ଶ୍ରୀଙ୍ଗାର – ନବରାତ୍ରୀ ରେ ମାଙ୍କୁ ଷୋହଳ ଶ୍ରୀଙ୍ଗାର ଅବଶ୍ୟ ଅର୍ପଣ କରିବା ଉଚିତ | ଏଥିରେ ନାଲି ଚୁଡ଼ି,ଓଢଣୀ,ଅତର, ସିନ୍ଦୁର, ମେହେନ୍ଦି, କଜଳ,କେଶ,ମଙ୍ଗଳସୂତ୍ର,ପାଉଁଜି, ନେଲପଲିସ, କାନ ଝୁମୁକା ଏବଂ ମା ଙ୍କୁ ଶାଢ଼ୀ ମଧ୍ୟ ଅର୍ପଣ କରିପାରିବେ | ମାତା ରାଣୀ ଙ୍କୁ ଶ୍ରୀଙ୍ଗାର କରିବା ପାଇଁ ଗୋଟିଏ ଚୌକି ଆଣନ୍ତୁ ସେଥିରେ ନାଲି କପଡା ବିଛେଇ ଦିଅନ୍ତୁ ଏବଂ ଏହା ପରେ ମା ଙ୍କ ମୂର୍ତ୍ତି କିମ୍ଵା ଫୋଟୋ ରଖନ୍ତୁ ଏହା ପରେ ମାଙ୍କୁ ପୂଜା କରି ତାଙ୍କୁ ଏହି ଜିଣିଷ ଅର୍ପଣ କରନ୍ତୁ | ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଏହିପରି ମା ଙ୍କୁ ଷୋହଳ ଶ୍ରୀଙ୍ଗାର ଅର୍ପଣ କରେ ତାଙ୍କ ଜୀବନ ରେ ସବୁକିଛି ଠିକ ହୋଇଥାଏ | ଦରିଦ୍ରତା ଦୁଃଖ ସବୁକିଛି ମାଙ୍କ କୃପାରୁ ହରଣ ହୋଇଥାଏ |

ସୁନା କିମ୍ଵା ଚାନ୍ଦିର ମୁଦ୍ରା – ନବରାତ୍ରି ରେ ସୁନା କିମ୍ଵା ରୁପାର ମୁଦ୍ରା ଆଣିବା ମଧ୍ୟ ଶୁଭ ହୋଇଥାଏ | ତେବେ ବନ୍ଧୁଗଣ ନବରାତ୍ରୀ ସମୟ ରେ ଘରକୁ ସୁନା କିମ୍ଵା ରୁପାର ମୁଦ୍ରା ଆଣନ୍ତୁ ଏହାକୁ ମାଙ୍କ ଚରଣ ରେ ରଖି ପୂଜା କରନ୍ତୁ | ନବରାତ୍ରୀର 9 ଦିନ ପର୍ଯ୍ୟନ୍ତ ପୂଜା କରିବା ପରେ ଏହାକୁ ନିଜ ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି | ଏହା ଦ୍ୱାରା କେବେ ବି ଧନର ଅଭାବ ଆପଣଙ୍କୁ ହେବା ନାହିଁ |

ପଦ୍ମ ଫୁଲ – ପଦ୍ମ ଫୁଲ ବହୁତ ଶୁଭ ହୋଇଥାଏ, ଏଥିରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ | ତେଣୁ ଏହାକୁ ନବରାତ୍ରୀ ରେ ଆଣି ମା ଦୁର୍ଗା ଙ୍କୁ ଅର୍ପଣ କରନ୍ତୁ | ଏହା ଦ୍ୱାରା ମା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି, ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି | ଯଦି ପଦ୍ମ ଫୁଲ ଆପଣଙ୍କୁ ମିଳୁନାହିଁ ତେବେ ଆପଣ ଏହାର ଚିତ୍ର ଆଣି ଘରର ଉତ୍ତର ଦିଗ ରେ ରଖିଦିଅନ୍ତୁ ଏହା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏବଂ ମା ଦୁର୍ଗା ମଧ୍ୟ ପ୍ରସନ୍ନ ହୋଇଥାନ୍ତି |

ଦକ୍ଷିଣାବର୍ତ୍ତୀ ଶଙ୍ଖ – ଶାସ୍ତ୍ରରେ ଶଙ୍ଖ କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ବିଶ୍ୱାସ କରାଯାଏ | ଏହି ଶଙ୍ଖ ଯାହାଙ୍କ ଘରେ ଥାଏ ତାଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ | ଏହାକୁ ସଠିକ ଭାବ ରେ ଘରେ ସ୍ଥାପନ କରାଗଲେ ଘରେ ଭୂତ,ପ୍ରେତ ଆଦି ନକାରାତ୍ମକ ଶକ୍ତି ସହ ଶତ୍ରୁ ବିରୋଧୀ ମଧ୍ୟ କମ ହୋଇଥାନ୍ତି | ତେବେ ଏହି ଶଙ୍ଖ କୁ ନବରାତ୍ରୀ ସମୟ ରେ ମା ଦୁର୍ଗଙ୍କୁ ଅର୍ପଣ କରିବା ଦ୍ୱାରା ସବୁ ସମସ୍ୟା ରୁ ମୁକ୍ତି ମିଳିଥାଏ |

କଉଡ଼ି – ଶାସ୍ତ୍ର ଅନୁସାରେ କଉଡ଼ି ସମୁଦ୍ର ମନ୍ଥନ ରୁ ହିଁ ବାହାରିଥିଲା ଏବଂ ମା ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନ ରୁ ଉତ୍ପନ ହୋଇଥିଲେ | କଉଡ଼ି ମା ଲକ୍ଷ୍ମୀଙ୍କ ଭଉଣୀ ବୋଲି ମାନ୍ୟତା ରହିଛି, ତେବେ କଉଡ଼ି ଅତ୍ୟନ୍ତ ଶୁଭ ହୋଇଥାଏ | ସେଥିରେ ଧନକୁ ଆକର୍ଷତ କରିବାର ଶକ୍ତି ଅଛି ତେବେ ନବରାତ୍ରିରେ 7ଟି କଉଡ଼ି ଆଣନ୍ତୁ ସେଥିରେ ହଳଦୀ ଲଗେଇ ନାଲି କପଡା ରେ ବାନ୍ଧି ମାଙ୍କ ଚରଣ ରେ ରଖନ୍ତୁ ଏବଂ 9 ଦିନ ମା ଙ୍କ ସହ ତାଙ୍କୁ ମଧ୍ୟ ପୂଜା କରନ୍ତୁ | ଏହା ପରେ ଏହାକୁ ଘରେ ରଖିଦିଅନ୍ତୁ ଏହା ଦ୍ୱାରା ସମସ୍ତ ଖରାପ ନଜର ଶତ୍ରୁ ଦୋଷ ଆଦି ସମାପ୍ତ ହୋଇଯାଏ |

ମନ୍ଦାର ଫୁଲ – ମାନ୍ୟତା ଅନୁସାରେ ମା ଦୁର୍ଗା ଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପସନ୍ଦ ହୋଇଥାଏ | ଏହି ନବରାତ୍ରୀ ରେ ମା ଙ୍କୁ ଏହି ପୁଷ୍ପ ଅର୍ପଣ କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ଏବଂ ଜୀବନ ରେ ସମସ୍ତ ନକାରାତ୍ମକ ଉର୍ଜା କୁ ସମାପ୍ତ କରିଦେଇଥାନ୍ତି | ଶାସ୍ତ୍ର ରେ କୁହାଯାଏ ମନ୍ଦାର ଫୁଲ ରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ବାସ ହୋଇଥାଏ | ତେବେ ଏହାକୁ ଅର୍ପଣ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ |

ଛତ୍ର – ନବରାତ୍ରୀ ରେ ମା ଙ୍କୁ ଛତ୍ର ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏହା ସୁନା କିମ୍ଵା ରୁପା ର ମଧ୍ୟ ହୋଇପାରେ, ତେଣୁ ଏହାକୁ ଅର୍ପଣ କରିବା ଦ୍ୱାରା ମାତା ରାଣୀ ବହୁତ ପ୍ରସନ୍ନ ହୋଇଥାନ୍ତି | ତେବେ ବନ୍ଧୁଗଣ ନବରାତ୍ରୀ ରେ ଏହି ଜିନିଷ ଘରକୁ ଆଣିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଇଥାଏ | ମା ଙ୍କର ଅଶେଷ କୃପା ଆପଣଙ୍କ ଉପରେ ବର୍ଷା ହୋଇଥାଏ |

Leave a Reply

Your email address will not be published. Required fields are marked *