ନବରାତ୍ରୀରେ 2 ବ୍ୟଞ୍ଜନ ଭୁଲକରି ମଧ୍ୟ ବନାନ୍ତୁ ନାହିଁ,ମା ଦୁର୍ଗା କ୍ରୋଧିତ ହେବେ |

ଧାର୍ମିକ ମାନ୍ୟତା ଅନୁସାରେ ନବରାତ୍ରୀ ର ଏହି 9 ଦିନ ପାଇଁ ମା ପୃଥିବୀକୁ ଆସିଥାନ୍ତି | ଏହି ଦିନ କଳସ ସ୍ଥାପନ କରି 9 ଦିନ ପର୍ଯ୍ୟନ୍ତ ବ୍ରତ ଉପବାସ କରାଯାଏ | ଭକ୍ତ ମାଙ୍କର ଅଲଗା ଅଲଗା ସ୍ୱରୂପର ପୂଜା ଅର୍ଚନା କରିଥାନ୍ତି | ମାନ୍ୟତା ଅଛି ଏହି ଦିନରେ ଭକ୍ତି ଭାବରେ ପୂଜା କଲେ ମା ପ୍ରସନ୍ନ ହୋଇ ସମସ୍ତଙ୍କ ଜୀବନରୁ ଦୁଃଖ କଷ୍ଟ ହରି ଦିଅନ୍ତି | ଘରେ ଶାନ୍ତି ସମୃଦ୍ଧି ବନି ରହିଥାଏ, ମା ସମସ୍ତ ଭକ୍ତ ଙ୍କର ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି |

ବୈଦିକ କାଳରୁ ଭୋଗର ପରମ୍ପରା ରହି ଆସିଛି, ବିଶ୍ୱାସ କରାଯାଏ ଯେଉଁ ପୂଜା ରେ ଭୋଗ କରାଯାଏ ନାହିଁ ସେହି ପୂର୍ଣ୍ଣ ସମ୍ପୂର୍ଣ ହୋଇନଥାଏ |ତେବେ ଯେପରି ନବରାତ୍ରିର 9 ଦିନ ମାଙ୍କର ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ ଠିକ ସେମିତି 9 ଦିନ ଅଲଗା ଅଲଗା ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ | ଆପଣ ସମସ୍ତେ ଏହା ତ ନିଶ୍ଚିନ୍ତ ଜାଣିଥିବେ ପ୍ରତ୍ୟେକ ଦେବୀ ଦେବତାଙ୍କର ନୈବଦ୍ୟ ଅଲଗା ଅଲଗା ହୋଇଥାଏ |

ତେବେ ଭଗବାନ ଙ୍କୁ ଭକ୍ତି ଭାବରେ ପୂଜା କରି ତାଙ୍କୁ ତାଙ୍କ ମନ ପସନ୍ଦର ଭୋଗ ଲଗେଇ, ସେହି ଭୋଗ କୁ ଶ୍ରଦ୍ଧା ଭାବରେ ପାଇବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ | ଭୋଗ କୁ ଅପମାନ କରିବା ଦ୍ୱାରା ଘୋର ପାପ ଲାଗିଥାଏ | କେବେ ବି ଭୋଗ ପାଇବାକୁ ମନା କରନ୍ତୁ ନାହିଁ, ଭୋଗ କୁ ଏଣେ ତେଣେ ଫୋପାଡ଼ନ୍ତୁ ନାହିଁ | ଏହି ପରି କରିବା ଦ୍ୱାରା ମା କ୍ରୋଧିତ ହୋଇଯାନ୍ତି ଏବଂ ଏହାର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ | ତେବେ ବନ୍ଧୁଗଣ ପ୍ରସାଦ ସଠିକ ଭାବରେ ବାଣ୍ଟିକି ପାଇବା ଉଚିତ | ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନବରାତ୍ରୀ ରେ 9 ଦିନ 9 ପ୍ରକାରର ଭୋଗ ବିଷୟରେ କହିବାକୁ ଯାଉଚୁ | ଯାହାକୁ ମା ଙ୍କୁ ଅର୍ପଣ କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

1. ନବରାତ୍ରିର ପ୍ରଥମ ଦିନ ମାନଙ୍କର ଶୈଳପୁତ୍ରୀ ଅବତାର କୁ ସମର୍ପିତ ହୋଇଥାଏ | ମା ଶୈଳପୁତ୍ରୀଙ୍କୁ ସୁଦ୍ଧ ଗାଈର ଘିଅ ଅତ୍ୟନ୍ତ ପସନ୍ଦ ତେଣୁ ଏହି ଦିନ ମାଙ୍କୁ ଗାଈ ଘିଅର ଭୋଗ ଲଗାନ୍ତୁ | ପୂଜା ସରିବା ପରେ ଏହାକୁ ପ୍ରସାଦ ରୂପରେ ଗ୍ରହଣ କରନ୍ତୁ |

2. ନବରାତ୍ରିର ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀଙ୍କ ପୂଜା କରାଯାଇ ଥାଏ | ମା ବ୍ରହ୍ମଚାରିଣୀ ଙ୍କୁ ଚିନି ବହୁତ ପସନ୍ଦ ତେଣୁ ଏହି ଦିନ ମାଙ୍କୁ ଚିନି ର ଭୋଗ ଲଗାନ୍ତୁ | ପୂଜା ପରେ ଏହାକୁ ପ୍ରସାଦ ରୂପରେ ଗ୍ରହଣ କରନ୍ତୁ |

3. ନବରାତ୍ରିର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ, ଏହି ଦିନ ମାଙ୍କୁ କ୍ଷୀର, କ୍ଷୀରରେ ତିଆରି ମିଠା ଏବଂ କ୍ଷୀରି ଭୋଗ ଲଗାଯାଇ ଥାଏ |

4.ନବରାତ୍ରୀର ଚତୁର୍ଥ ଦିନ ମା କୁସ୍ମାଣ୍ଡା ଙ୍କ ପୂଜା କରାଯାଇଥାଏ | ଏହି ଦିନ ମା କୁସ୍ମାଣ୍ଡା ଙ୍କ ପ୍ରିୟା ମାଲପୁଆ ଭୋଗ ଲଗା ଯାଇଥାଏ | ଯଦି ଆପଣ ଉପବାସ ବ୍ରତ କରିଛନ୍ତି ତେବେ ଆପଣ ମାଲପୁଆ କୁ ପ୍ରସାଦ ଆକାରରେ ପାଆନ୍ତୁ ନାହିଁ |

5.ନବରାତ୍ରୀର ପଞ୍ଚମ ଦିନ ମା ସ୍କନ୍ଦମାତା ଙ୍କ ପୂଜା କରାଯାଇଥାଏ | ଏହି ଦିନ ମାଙ୍କୁ କଦଳୀ ର ଭୋଗ ଲଗାଯାଇଥାଏ | ମାତା ଙ୍କୁ କଦଳୀ ଅତ୍ୟନ୍ତ ପସନ୍ଦ ହୋଇଥାଏ |

6.ନବରାତ୍ରିର ଷଷ୍ଠ ଦିନ ମା କାତ୍ୟାୟଣୀ ଙ୍କୁ ପୂଜା କରାଯାଇଥାଏ | ଏହି ଦିନ ମାଙ୍କର ପସନ୍ଦ ମହୁ ଭୋଗ କରାଯାଇଥାଏ | ଏବଂ ପୂଜା ସାରିବା ପରେ ଏହାକୁ ଭୋଗ ଆକାରରେ ଗ୍ରହଣ କରାଯାଇଥାଏ |

7.ନବରାତ୍ରିର ସପ୍ତମ ଦିନ ମା କାଳରାତ୍ରିଙ୍କ ପୂଜା ଅର୍ଚନା କରାଯାଇ ଥାଏ | ମା କାଳରାତ୍ରି ଙ୍କୁ ଗୁଡ଼ ବହୁତ ପସନ୍ଦ ତେଣୁ ଏହି ମାଙ୍କୁ ଗୁଡ଼ ଭୋଗ ଲଗାଯାଇଥାଏ |

8.ନବରାତ୍ରିର ଅଷ୍ଟମ ଦିନ ମା ମହାଗୌରୀ ଙ୍କୁ ପୂଜା କରାଯାଇଥାଏ | ଏହି ଦିନ ମାଙ୍କୁ ପଇଡ଼ ଭୋଗ ଲଗେଇବା ଦ୍ୱାରା ସମସ୍ତ ଦୁଃଖର ନାଶ ହୋଇଥାଏ |

9.ନବରାତ୍ରିର ଶେଷ ଦିନ ଅର୍ଥାତ ମହାନବମୀ ଦିନ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା କରାଯାଇଥାଏ | ଏହି ଦିନ ମାଙ୍କୁ ରାଶି ଲଡୁ ଭୋଗ ଲଗା ଯାଇଥାଏ | ମା ସିଦ୍ଧିଦାତ୍ରୀ ଙ୍କୁ ଧଳା ରାଶି ଅତ୍ୟନ୍ତ ପସନ୍ଦ ତେଣୁ ଏହା ଦ୍ୱାରା ତିଆରି ସମସ୍ତ ଜିନିଷ ଆପଣ ଭୋଗ ଲଗେଇ ପାରିବେ

Leave a Reply

Your email address will not be published. Required fields are marked *