ନବରାତ୍ରୀରେ ଏହି ଗଛ ମିଳିଲେ ଭୁଲରେ ବି ଛାଡ଼ନ୍ତୁ ନାହିଁ ଏବଂ ମୂଳକୁ ଆଣି କରି ଦିଅନ୍ତୁ ଏହି ଉପାୟ ।

ବନସ୍ପତି ଶାସ୍ତ୍ର ଅନୁଯାୟୀ ଅନେକ ଗଛ ରହିଛି ଯାହାକି ଧାର୍ମିକ , ଜ୍ୟୋତିଷ ଏବଂ ଆୟୁର୍ବେଦ ଦୃଷ୍ଟିରୁ ଅନେକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ସେହିଭଳି ଏକ ଗଛ ବିଷୟରେ କହିବୁ । ଶାସ୍ତ୍ର ଅନୁଯାୟୀ କିଛି ବୃକ୍ଷରେ ଦେବଦେବୀଙ୍କ ବାସ ହୋଇଥାଏ ତେଣୁ ତାହାକୁ ପୂଜା ମଧ୍ୟ କରାଯାଏ ।

ଭଗବାନ ବିଷ୍ଣୁଙ୍କ କାରଣରୁ ଏହିସବୁ ଗଛରେ ଅନେକ ଦୈବୀକ ଶକ୍ତି ମଧ୍ୟ ମିଳିଥାଏ । ଏହି ଗଛରେ ଅନେକ କଣ୍ଟା ମିଳିଥାଏ । ଏହି ଗଛର ମୂଳରୁ ଅନେକ ଲାଭ ମିଳିଥାଏ । ତେବେ ଆମେ ଯେଉଁ ଗଛ ବିଷୟରେ କହୁଛୁ ତାହା ହେଉଛି ଶ୍ୱେତ କଣ୍ଟେରି ଗଛ ଯାହାର ଅନେକ ଦୈବିକ ଏବଂ ବୈଦିକ ଗୁଣ ରହିଛି ।

ଏହି ଗଛ ଦ୍ୱାରା ଆପଣ ଧନ ଅର୍ଜନ ମଧ୍ୟ କରି ପାରିବେ । ଏଭଳି ମାନ୍ୟତା ରହିଛି ଯେ ଶ୍ୱେତ କଣ୍ଟେରି ଗଛର ମୂଳରେ ସୁନା କଳସ ଓ ରୁପା ରହିଥାଏ । ମାତ୍ର ଏହା କେବଳ ତିନୋଟି ସ୍ଥାନରେ ମିଳିଥାଏ । ଯଥା ସ୍ମଶାନରେ , ଜଙ୍ଗଲରେ ଏବଂ ମନ୍ଦିର ପାଖରେ ଏହି ଶ୍ୱେତ କଣ୍ଟେରି ଗଛ ଥିଲେ ସେଠାରେ ମାଟି ଖୋଲିଲେ ଧନ ରତ୍ନ ମିଳି ପାରିବ । ଯଦି ଆପଣ ଏହି ଗଛର ଗୋଟିଏ ଧଳା ଫୁଲ ଆଣି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବିଜ ମନ୍ତ୍ର ଜପ କରି ଅର୍ପିତ କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ଯେଉଁ କାରଣରୁ ଆପଣଙ୍କ ଜୀବନରୁ ଦୁଃଖ ଦାରିଦ୍ର୍ୟତା ସମସ୍ୟା ସବୁ ଦୂରେଇ ଯିବ ।

ଏହାବ୍ୟତୀତ ଏହି ଗଛର ମୂଳରେ ଏକ ବୁନ୍ଦା ଅମୃତ ରହିଥାଏ ବୋଲି ମଧ୍ୟ ମାନ୍ୟତା ରହିଛି । ତେଣୁ ଏହାର ମୂଳକୁ ଆଣି ଶୋଇବା ସମୟରେ ମୁଣ୍ଡ ପାଖରେ ରଖିଲେ ରୋଗାକ୍ରାନ୍ତ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଯାଏ ଏବଂ ବଡ଼ ବଡ଼ ବ୍ୟାଧି ମଧ୍ୟ ଦୂର ହୋଇଯାଏ । ଏହାର ମୂଳକୁ ନାଲି କପଡ଼ାରେ ଗୁଡ଼ାଇ ତକିଆ ତଳେ ରଖି ଶୋଇଲେ ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ ନଜର ଆସିଥାଏ । ଏହାଦ୍ବାରା ଆପଣ ଅନ୍ୟ ବ୍ୟକ୍ତିର ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ ଦେଖି ପାରିବେ ମାତ୍ର ଏଥିପାଇଁ କୌଣସି ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ମନ୍ତ୍ର ସିଦ୍ଧ କରନ୍ତୁ । ଶ୍ୱେତ କଣ୍ଟେରି ଗଛର ମୂଳକୁ ଘୋରି ପ୍ରତ୍ୟେକ ଦିନ ତିଳକ କଲେ ମନ ଶାନ୍ତ ରହିଥାଏ ଏବଂ ବ୍ୟବସାୟରେ ଉନ୍ନତି ମିଳିଥାଏ । ଏହି ଗଛର ମୂଳକୁ ପେଶୀ ଦାନ୍ତ ସମସ୍ୟା ଥିବା ସ୍ଥାନରେ ଲଗାଇଲେ ଦାନ୍ତ ସମସ୍ୟା ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *