ନବରାତ୍ରିରେ ମା ଦୁର୍ଗାଙ୍କୁ ଏହି 3 ଜିନିଷକୁ ଭୁଲ କରି ଚଢ଼ାନ୍ତୁ ନାହିଁ ନହେଲେ ଗରିବୀ ଏବଂ ଦରିଦ୍ରତା ପଛରେ ପଡ଼ିଯିବ..

ନବରାତ୍ରିର 9 ଦିନ ଆଦିଶକ୍ତି ମା ଦୁର୍ଗାଙ୍କୁ ସମର୍ପିତ ହୋଇଥାଏ | ନବରାତ୍ରିର ଏହି 9 ଦିନ ରେ ମା ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୂପ ର ପୂଜା କରାଯାଇଥାଏ, ଏବଂ 9 ଦିନ ରେ ଅଲଗା ଅଲଗା ପୁଷ୍ପ ଏବଂ ଭୋଗ ଅର୍ପଣ କରାଯାଇଥାଏ | ମା ଦୁର୍ଗାଙ୍କ କୃପା ପାଇବା ପାଇଁ ଏହି 9ଦିନ ରେ କଳସ ସ୍ଥାପନ କରାଯାଏ,ଚୌକିର ସ୍ଥାପନ କରାଯାଏ, ଅଖଣ୍ଡ ଜ୍ୟୋତି ଜଳାଯାଇ ଥାଏ | ଦୁର୍ଗା ସ୍ତୁତି ର ପାଠ କରାଯାଏ ଏବଂ ପୂଜା କରାଯାଏ | ସବୁ ଭକ୍ତ ମା ଦୁର୍ଗା ଙ୍କୁ ପ୍ରସନ୍ନ କରିବା ପାଇଁ ଅଲଗା ଅଲଗା ଉପାୟ କରିଥାନ୍ତି, ଅଲଗା ଅଲଗା ବସ୍ତୁ ଅର୍ପଣ କରନ୍ତି | କିନ୍ତୁ କଣ ଆପଣ ଜାଣିଚନ୍ତି କି ନବରାତ୍ରୀ କିଛି ଏମିତି ଜିନିଷ ଅଛି ଯାହାକୁ ମା ଦୁର୍ଗା ଙ୍କୁ ଭୁଲ କରି ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ | ତେବେ ଆସନ୍ତୁ ଜାଣିବା ଏମିତି କିଛି ବସ୍ତୁ ବିଷୟରେ ଯାହାକୁ ଭୁଲ କରି ମଧ୍ୟ ମା ଦୁର୍ଗା ଙ୍କୁ ଅର୍ପଣ କରିବା ଉଚିତ ନୁହେଁ…

1. ନଡ଼ିଆ – ହିନ୍ଦୁଧର୍ମ ରେ ନଡ଼ିଆକୁ ସମୃଦ୍ଧି, ଧନ ଏବଂ ଶୁଭ ର ସୂଚକ ମାନାଯାଇଥାଏ | ନଡ଼ିଆ କୁ ଶ୍ରୀଫଳ ମଧ୍ୟ କୁହାଯାଏ, ନଡ଼ିଆ କୁ ସୁଖ ସମୃଦ୍ଧିର ସୂଚକ ବୋଲି କୁହାଯାଏ | ନଡ଼ିଆକୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ରେ ବ୍ୟବହାର କରାଯାଏ | ତେବେ ଆପଣ ତ ନିଶ୍ଚିନ୍ତ ଜାଣିଥିବେ ମା ଦୁର୍ଗାଙ୍କ ପୂଜାରେ ନଡ଼ିଆ ବ୍ୟବହୃତ ହୋଇଥାଏ, ଏହାକୁ କଲସ ରେ ମଧ୍ୟ ରଖାଯାଇଥାଏ | କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ ଆମେ ଅନେକ ଭୁଲ କରିଥାଉ | ବନ୍ଧୁଗଣ ନଡ଼ିଆ ଅନେକ ପ୍ରକାରର ହୋଇଥାଏ | ସେଥିପାଇଁ ଏହା ଜାଣିବା ଉଚିତ କି କେଉଁ ପ୍ରକାରର ନଡ଼ିଆ ବ୍ୟବହୃତ କରାଯିବ ଉଚିତ |

ବନ୍ଧୁଗଣ ଚୁଳ ଥିବା ନଡ଼ିଆ ଏବଂ ସେଥିରେ ପାଣି ମଧ୍ୟ ଥିବା ଆବଶ୍ୟକ | ନଡ଼ିଆ ସମ୍ପୂର୍ଣ ଥିବା ଦରକାର ଭଙ୍ଗା ନଡ଼ିଆ କିମ୍ଵା ଖରାପ ନଡ଼ିଆ ବ୍ୟବହାର କରିବା ଉଚିତ ନୁହେଁ | ନଡ଼ିଆ କୁ ସର୍ବଦା କଳସ ଉପରେ ହିଁ ରଖାଯିବା ଉଚିତ | ଘଟ ପାଖରେ ନଡ଼ିଆ କୁ ଛିଡା କରି ରଖନ୍ତୁ ନାହିଁ ଏବଂ ମନେ ରଖନ୍ତୁ ନଡ଼ିଆ ରେ ନାଲି କପଡା ନୁଶ୍ଚିନ୍ତ ବାନ୍ଧନ୍ତୁ | ତେବେ ବନ୍ଧୁଗଣ ଦେବୀ ମାଙ୍କ ସାମ୍ନାରେ ମହିଳା ମାନେ କେବେ ବି ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ କାରଣ ଏହା ଅଶୁଭ ହୋଇଥାଏ |

2. ଲବଙ୍ଗ – ଲବଙ୍ଗକୁ ମଧ୍ୟ ଆମେ ମା ଦୁର୍ଗା ଙ୍କ ପୂଜାରେ ବ୍ୟବହାର କରିଥାଉ | କିନ୍ତୁ ଲବଙ୍ଗ ଅର୍ପଣ କରିବା ସମୟରେ ଆମେ ଅଜାଣତ ରେ ଅନେକ ଭୁଲ କରିଥାଉ | ତେବେ ସର୍ବଦା ଧ୍ୟାନ ରଖିବେ କି ମା ଦୁର୍ଗା ଙ୍କୁ ଫୁଲ ଥିବା ଲବଙ୍ଗ ହିଁ ଅର୍ପଣ କରିବେ | ଯେଉଁ ଲବଙ୍ଗ ରେ ଫୁଲ ନଥିବେ ତାହାକୁ ଆପଣ ଭୁଲ ରେ ମଧ୍ୟ ମା ଦୁର୍ଗା ଙ୍କୁ ଅର୍ପଣ କରିବେ ନାହିଁ | ଫୁଲ ଥିବା ଲବଙ୍ଗକୁ ହିଁ ପୂର୍ଣ୍ଣ ମାନା ଯାଇଥାଏ ଏବଂ ମାତା ରାଣୀ ଙ୍କ ପୂଜା ରେ କେବେ ବି କୋୖଣସି ଅପୂର୍ଣ୍ଣ ବସ୍ତୁ ବ୍ୟବହାର କରାଯାଏ ନାହିଁ |

ତେଣୁ ଯଦି ନବରାତ୍ରୀ ରେ ଆପଣ 9 ଦିନରେ 9 ପ୍ରକାରର ଭୋଗ ଲଗେଇ ପାରୁନାହାନ୍ତି ତେବେ ମାତା ରାଣୀ ଙ୍କୁ ସବୁଦିନ ଗୋଟିଏ ପାନ ପତ୍ର ଆଉ ଦୁଇଟି ଫୁଲ ଥିବା ଲବଙ୍ଗ ଅର୍ପଣ କରନ୍ତୁ | ଏହା ଦ୍ୱାରା ମାତା ରାଣୀ ପ୍ରସନ୍ନ ହୋଇଥାଏ | ଏହା ବ୍ୟତୀତ ତୁଳସୀ ପତ୍ର କେବେ ବି ମା ଦୁର୍ଗା ଙ୍କୁ ଅର୍ପଣ କରିବା ଉଚିତ ନୁହେଁ | ଅମ୍ଲା ଏବଂ ଦୁବ ମଧ୍ୟ ମାତା ରାଣୀ ଙ୍କୁ ଅର୍ପଣ କରାଯାଏ ନାହିଁ..

3. ମନ୍ଦାର ଏବଂ ଅରଖ ଫୁଲ ମା ଙ୍କୁ ଅର୍ପଣ କରନ୍ତୁ ନାହିଁ |ଶାସ୍ତ୍ର ରେ କୁହାଯାଇଛି କି ମା ଙ୍କର ଦୁଇଟି କିମ୍ଵା ତାଠାରୁ ଅଧିକ ଫୋଟୋ ଏକା ସାଙ୍ଗରେ ରହିବା ଉଚିତ ନୁହେଁ | ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ମାତା ରାଣୀ ଙ୍କ ପୂଜା ରେ ଭୁଲ ରେ ମଧ୍ୟ କୌଣସି ଭଙ୍ଗା ଜିଣିଷ ବ୍ୟବହାର କରନ୍ତୁ ନାହିଁ | ଯେମିତି କି ଚଟକା ଅବା ଭାଙ୍ଗିଯାଇଥିବା ଦୀପ ଅବା ଭାଙ୍ଗିଯାଇଥିବା କୌଣସି ଜିଣିଷ ଅର୍ପଣ କରିବା ଉଚିତ ନୁହେଁ | ଲୁହ ଏବଂ ପ୍ଲାଷ୍ଟିକ ଜିଣିଷ ମାତା ରାଣୀଙ୍କର ପୂଜା ରେ ଆପଣ ବ୍ୟବହାର କରନ୍ତୁ ନାହିଁ |

ଅନେକ ଲୋକ ଚାଇନା ତିଆରି ବାସନ ବ୍ୟବହାର କରିଥାନ୍ତି, କିନ୍ତୁ ଏହିପରି ଭୁଲ ରେ କରନ୍ତୁ କାରଣ ସେହି ବାସନ ରେ ହାଡ଼ ର ପାଉଡର ମିସିଥାଏ | ଏହିପରି ବାସନ ମା ଙ୍କ ପୂଜା ରେ ବ୍ୟବହାର କରନ୍ତୁ ନାହିଁ | ତେବେ ବନ୍ଧୁଗଣ ମାଙ୍କୁ ଅପବିତ୍ର ସ୍ଥାନ ରେ ହୋଇଥିବା ଫୁଲ କିମ୍ଵା କଢ଼ ଅର୍ପଣ କରିବା ଉଚିତ ନୁହେଁ | ଧ୍ୟାନ ରଖନ୍ତୁ ଫୁଲ ପାଖୁଡା ବାହାର କରି ମଧ୍ୟ ମାଙ୍କୁ ଅର୍ପଣ କରନ୍ତୁ ନାହିଁ | ମାତା ରାଣୀ ଙ୍କୁ ସୁଘିକି ଫୁଲ ଅର୍ପଣ କରନ୍ତୁ ନାହିଁ ଅର୍ଥାତ ମାତା ରାଣୀ ଙ୍କୁ ପଡ଼ିଥିବା ଫୁଲ ଆଉ ବାସି ଫୁଲ ଅର୍ପଣ କରିବା ଉଚିତ ନୁହେଁ |

Leave a Reply

Your email address will not be published. Required fields are marked *