ନବରାତ୍ରୀର ନଅ ଦିନରେ ମାତା ଦୁର୍ଗାଙ୍କର ନଅ ଭିନ୍ନ ଭିନ୍ନ ରୂପର ଆରାଧନା କରାଯାଏ । କିନ୍ତୁ ମାତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି କି ନାହିଁ ଏବଂ ଆପଣଙ୍କ ଘରକୁ ଆସିଛନ୍ତି କି ନାହିଁ ତାହା ମଧ୍ୟ ଆପଣ ଜାଣି ପାରିବେ । ମାତା ଦୁର୍ଗାଙ୍କ ଦ୍ୱାରା ଦିଆଯାଉଥିବା କିଛି ଖାସ ସଙ୍କେତ ଦ୍ୱାରା ଆପଣ ନିଶ୍ଚିତ ମାତାଙ୍କ ଉପସ୍ଥିତି ଜାଣି ପାରିବେ । କୌଣସି ଦେବଦେବୀଙ୍କ ଆରାଧନା ପାଇଁ ରାତ୍ରି ସମୟ ସବୁଠାରୁ ଉପଯୁକ୍ତ ହୋଇଥାଏ ବୋଲି କୁହାଯାଏ । ତେଣୁ ନବରାତ୍ରୀ ଏବଂ ଦୀପାବଳିରେ ରାତିରେ ହିଁ ପୂଜା ବିଧି କରିବାର ବିଧାନ ରହିଛି ।
୧ . ନବରାତ୍ରୀ ସମୟରେ ମାତା ଦୁର୍ଗାଙ୍କର ଅଖଣ୍ଡ ଜ୍ୟୋତି ପୁରା ନଅ ଦିନ ପର୍ଯ୍ୟନ୍ତ ଜଳାଯାଇଥାଏ । ତେଣୁ ଏହି ସମୟରେ ଜ୍ୟୋତି ଯଦି ପ୍ରଖର ଜଳିବାରେ ଲାଗେ ତେବେ ବୁଝି ଯାଆନ୍ତୁ ଯେ ମାତା ଆପଣଙ୍କ ଉପରେ ମାତାଙ୍କ ଆଶୀର୍ବାଦ ରହିଛି ଏବଂ ମାତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଅଖଣ୍ଡ ଜ୍ୟୋତି ପୂଜା ସମୟରେ ଜାଳିଲେ ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼େନାହିଁ । ଅଖଣ୍ଡ ଜ୍ୟୋତି ଜାଳିବାର ପ୍ରତିଜ୍ଞା ସମୟ ପୂର୍ବରୁ ଏହା ଲିଭି ଗଲେ ପୂଜାର କୌଣସି ଫଳ ପ୍ରାପ୍ତ ହୁଏନାହିଁ । ତେଣୁ ଅଖଣ୍ଡ ଜ୍ୟୋତି ଲିଭିବା ଭଲ ହୋଇ ନାଥଏ ।
୨ . ଅଖଣ୍ଡ ଜ୍ୟୋତି ଅନେକ ସମୟରେ ପୂଜା ସମୟରେ ଫୁଲ ଭଳି ଜଳିବାରେ ଲାଗିଥାଏ ତେବେ ବୁଝି ଯାଆନ୍ତୁ ଯେ ମାତା ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଏହାଦ୍ବାରା ମତାଙ୍କ କୃପା ଦୃଷ୍ଟି ନିଶ୍ଚିତ ଆପଣଙ୍କ ଉପରେ ପଡ଼ିବ ।
୩ . ଘରେ ମାତା ଅବସ୍ଥାନ କଲେ ତାଙ୍କ ସେବା ପାଇଁ କାମଧେଣୁ ନିଶ୍ଚୟ ଆସିଥାନ୍ତି । ତେଣୁ ଯଦି ଆପଣଙ୍କ ଘରକୁ ନବରାତ୍ରୀ ସମୟରେ ଘରକୁ ଗୋମାତା ବାରମ୍ବାର ଆସୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ ମାତା ଆପଣଙ୍କ ଘରେ ଅବସ୍ଥାନ କରୁଛନ୍ତି ଏବଂ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ତେଣୁ ଘରକୁ ଗୋମାତା ଆସିଲେ ନିଶ୍ଚିତ ଖାଇବାକୁ ଦିଅନ୍ତୁ ।
୪ . ଯଦି ନବରାତ୍ରୀ ସମୟରେ ଆପଣ କେହି ଷୋହଳ ଶୃଙ୍ଗାର କରିଥିବା ମହିଳାଙ୍କୁ ଦେଖନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ମାତା ଦୁର୍ଗା ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ଘରେ ଅବସ୍ଥାନ କରିଛନ୍ତି ।ଆଉ ଏମିତିରେ ବି ବିବାହିତା ମହିଳା ନବରାତ୍ରୀରେ ଷୋହଳ ଶୃଙ୍ଗାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।
୫ . ଦେବୀ ଭ୍ରମରି ମାତା ପାର୍ବତୀଙ୍କର ଏକ ଅବତାର ଅଟେ । ତେଣୁ ଯଦି ଏହି ନବରାତ୍ରୀ ସମୟରେ ଘରକୁ ମଧୁ ମକ୍ଷି ଆସୁଛନ୍ତି ତେବେ ବୁଝି ଯାଆନ୍ତୁ ଘରେ ମାତାଙ୍କର ଆଗମନ ହୋଇଛି । କାରଣ ମଧୁ ମକ୍ଷି ଦେବୀ ସ୍ୱରୂପ ଅଟନ୍ତି । କିନ୍ତୁ ଘରେ ମହୁମାଛି ବସା ହେବାକୁ ଦିଅନ୍ତୁ ନାହିଁ । କାରଣ ଏହା ଅଶୁଭ ଅଟେ ।
୬ . ନବରାତ୍ରୀ ସମୟରେ କଳା ପିମ୍ପୁଡ଼ି ବାହାରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଘରକୁ କିଛି ଶୁଭ ସମାଚାର ଆସିବାକୁ ଯାଉଛି । ତେଣୁ ଏଭଳି ଦେଖିଲେ ପିମ୍ପୁଡ଼ିକୁ ଅଟା ନିହାତି ଖାଇବାକୁ ଦିଅନ୍ତୁ ।
୭ . ନବରାତ୍ରୀ ସମୟରେ କୌଣସି ୟାଚକ ରୂପ ବଦଳାଇ ଘରକୁ ଆସିଲେ ବୁଝି ଯାଆନ୍ତୁ ଯେ ମାତା ରାଣୀ ରୂପ ବଦଳାଇ ଆପଣଙ୍କ ଘରକୁ ଆସିଛନ୍ତି । ତେଣୁ ଖାଲି ହାତରେ କେବେ ୟାଚକଙ୍କୁ ଯିବାକୁ ଦିଅନ୍ତୁ ନାହିଁ ।