ପର୍ସ ରେ ରଖିଦିଅ ଏହି ଗୋଟିଏ ଜିନିଷ ମା ଲକ୍ଷ୍ମୀ ଧନର ବର୍ଷା କରିଦେବେ..

ଟଙ୍କାର ଲୋଭ ବା ଆଜି କାଲି କାହାକୁ ନଥାଏ | ଆଜିର ଦୁନିଆରେ ଟଙ୍କା ବିନା ମଣିଷର ବଂଚିବା ବହୁତ କଷ୍ଟକର | କୁହାଯାଏ ଯେ ଲଷ୍ମୀ ବହୁତ ଚଞ୍ଚଳ ହୋଇଥାନ୍ତି କେବେ ବି ଜଣଙ୍କ ପାଖରେ ସ୍ଥାଇ ଭାବରେ ରୁହନ୍ତିନି | କେବେ କେବେ ଆମେ ପରିବାରର ଆବଶ୍ୟକତାକୁ ପୁରା କରିବା ପାଇଁ ବହୁତ କଷ୍ଟ କରି ପଇସା ରୋଜଗାର କରିଥାଉ କିନ୍ତୁ ସେହି ପଇସା ଆମ ପାଖେ ବେଶୀ ସମୟ ଯାଏ ରହେନାହିଁ | ଏହାର କାରଣ କିଛି ଏମିତି ଜିନ୍ସ ମଧ୍ୟ ହୋଇଥାନ୍ତି

ଯାହା ନକାରାତ୍ମକ ଉର୍ଜା ସଂଚାରିତ କରାଇଥାଏ | ଶାସ୍ତ୍ରରେ ଏହା କୁହାଯାଇଛି ଯେ ପଇସା ରଖିବା ଜାଗାକୁ ସବୁବେଳେ ସଫା ରଖିବା ନିହାନ୍ତି ଆବଶ୍ୟକ ହୋଉଥାଏ | ତାହାର ସୁଦ୍ଧାତତାର ଧ୍ୟାନ କରିବା ଆବଶ୍ୟକ ହୋଇଥାଏ ଏବଂ ଧନ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ସହଜ, ସରଳ, କାର୍ଯ୍ୟକାରୀ ଉପାୟ କରିବାକୁ କୁହାଯାଇଛି | ଯାହା କରିବା ଦ୍ୱାରା ଆପଣଙ୍କ ପାଖରେ କେବେ ବି ଧନର ଅଭାବ ରହିବ ନାହିଁ | ଏବଂ ଆପଣଙ୍କ ଉପରେ ସବୁବେଳେ ମା ଲଷ୍ମୀଙ୍କ କୃପା ବନିରହିବ |

ବନ୍ଧୁଗଣ ଆଜି କାଲି ପଇସା ରଖିବା ପାଇଁ ସମସ୍ତଙ୍କ ବ୍ୟକ୍ତିଙ୍କ ପାଖରେ ଛୋଟ-ବଡ଼ ପର୍ସ ନିଶ୍ଚୟ ଥାଏ | ବାସ୍ତୁ ଅନୁଯାୟୀ ଆପଣଙ୍କ ପର୍ସର ସ୍ଥିତି ଏହା ନିର୍ଣ୍ଣୟ କରେ ଯେ ଆପଣଙ୍କ ପାଖରେ ଧନ ରହିବ ନା ରହିବନି | ପର୍ସର ଖରାପ ସ୍ଥିତି ଅନାଆବଶ୍ୟକ ଖର୍ଚ୍ଚ ବଢ଼ାଇଥାଏ | କେବେ କେବେ ଆମେ ଆମ ପର୍ସକୁ ବହୁତ ଆସନ କରିଦିଅଥାଉ | ସେଥିରେ ଆମେ ଏପଟ ସେପଟ ଅନେକ ଜିନିଷ ଅଣି ରଖିଦେଇଥାଉ | ଏଇଥିରୁ ଆମର ଧନତ ହାନି ହୁଏ ଏହା ସହିତ ସବୁ କମ ମଧ୍ୟ ଆପଣଙ୍କର ଖରପ ହୋଇଥାଏ | ସେଇଥିପାଇଁ ଆମେ ଆମ ପର୍ସରେ କଣ ରଖିବା କଣ ନ ରଖିବା ଏହି ସବୁ ଜିନିଷ ଉପରେ ବେଶୀ ଧ୍ୟାନ ଦେବା ଉଚିତ ହୋଇଥାଏ |

ପ୍ରଥମେ ଆପଣଙ୍କୁ ପର୍ସକୁ ସଫା ରଖିବା ଆବଶ୍ବକ ହୋଇଥାଏ କାରଣ ଏହା ଆପଣଙ୍କର ପଇସା ରଖିବାର ଜାଗା ଅଟେ | ଯଦି ଆପଣ ନିଜ ପର୍ସର ଧ୍ୟାନ ଭଲରେ ରଖିବେ ତେବେ ଆପଣଙ୍କ ପାଖେ ଧନ କେମିତି ରହିବ ତାହା ଆପଣଙ୍କ ପର୍ସ ଭଲରେ ବୁଝିଦେବ | ସବୁବେଳେ ଧ୍ୟାନ ଦେବ କି ଆପଣଙ୍କ ପର୍ସର ରଙ୍ଗ ନାଲି,ମେରୁନ କିମ୍ଵା ଗୋଲାପୀ ରଙ୍ଗର ହେବା ଆବଶ୍ୟକ ଅଟେ |

ଏମିତି ରଙ୍ଗର ପର୍ସ ନିଜ ପାଖରେ ଧନକୁ ଜାବୁଡି ରଖିଥାଏ | କଳା କିମ୍ଵା ଧୂସର ରଙ୍ଗରେ ପର୍ସରେ ପଇସା ସଵୁଏବେଳ ଯାଏ ଆସେ | ଅନ୍ୟ ଏକ କଥାର ଧ୍ୟାନ ରଖିବେ ଯେତେବେଳେ ବି ଆପଣ ଏକ ନୂଆ ପର୍ସ ଆଣୁଛନ୍ତି ତେବେ ଆପଣ ପ୍ରଥମେ ନିଜ ମାଙ୍କ ଠାରୁ ତାଙ୍କ ଆଶ୍ରିବାଦ ଭରା ଏକ ଟଙ୍କା ଅଣି ନିଜ ପର୍ସରେ ରଖନ୍ତୁ | ଏବଂ ସେହି ପଇସାକୁ ଜମା ବି ଖର୍ଚ୍ଚ କରନ୍ତୁ ନାହିଁ | ବଡ଼ ଲୋକଙ୍କ ଠାରୁ ମିଳିଥିବା ଆଶ୍ରିବାଦର ପଇସାକୁ ମଧ୍ୟ ଆପଣ ନିଜ ପର୍ସରେ ରଖନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ପର୍ସରେ ଧନ ସଦସର୍ବଦା ଭରି ହୋଈ ରହିଥାଏ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପର୍ସ ରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ | ଟଙ୍କା ପଇସା ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖନ୍ତୁ ନାହିଁ | ଅପବିତ୍ର ଜିନିଷ କିଛି ବି ରଖନ୍ତୁ ନାହିଁ, ପାନ ଗୁଟୁଖା ରଖନ୍ତୁ ନାହିଁ | ଏହା ରଖିବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ ଧନ ଉପରେ ପଡିଥାଏ ଏବଂ ଦରିଦ୍ରତା ଆସିଥାଏ ଓ ରୋଗ ହୋଇଥାଏ | ପ୍ରାୟତଃ ଲୋକ ଏଟିଏମ୍ ବିଲ,ବ୍ୟାଙ୍କ ରସିଦ ଏବଂ ସପିଙ୍ଗ ର ବିଲ ମଧ୍ୟ୍ୟ ରଖିଥାନ୍ତି |

ଏହାକୁ ରଖିବା ଉଚିତ ନୁହେଁ ଏହା ଦ୍ୱାରା କଳହ ବଢିଥାଏ | ଶାସ୍ତ୍ର ଅନୁଯାୟୀ ଏହିପରି ପୁରୁଣା କାଗଜ ପତ୍ର ରେ ରାହୁଙ୍କର ବାସ ହୋଇଥାଏ, ସେଥିପାଇଁ ଏହିସବୁ ପର୍ସ ରେ ରଖନ୍ତୁ ନାହିଁ | ପର୍ସ ରେ ମୃତ ଲୋକର ଫୋଟୋ ରଖିବା ଉଚିତ ନୁହେଁ | ପ୍ରାୟତଃ ଲୋକ ପର୍ସ ରେ ଅଶ୍ଳୀଳ ଜିନିଷ ରଖି ଭୁଲିଯାନ୍ତି, ଏହିପରି କେବେ ବି କରନ୍ତୁ ନାହିଁ |ଶାସ୍ତ୍ର ଅନୁସାରେ ପର୍ସ ରେ ମା ଲକ୍ଷ୍ମୀଙ୍କର ବାସ ହୋଇ ଥାଏ | ଏବଂ ଏହିପରି କରିବା ଦ୍ୱାରା ନିର୍ଦ୍ଧନତା ଆସିଥାଏ | ପର୍ସ ରେ ମୁଦ୍ରା ଏବଂ ନୋଟ କୁ ଏକା ସାଥିରେ ରଖନ୍ତୁ ନାହିଁ ଏହା ଦ୍ୱାରା ମଧ୍ୟ ଧନ ଚାଲିଯାଏ |

ଶାସ୍ତ୍ର ଅନୁସାରେ ପର୍ସରେ କୌଣସି ପ୍ରକାର ଚାବି ରଖନ୍ତୁ ନାହିଁ, ଏହା ଦ୍ୱାରା ଅନେକ ଅଶାନ୍ତି ଦେଖା ଦେଇଥାଏ ଏବଂ ଧନ ହ୍ରାସ ହୋଇଥାଏ | ଏହା ସହିତ ଯଦି ଆପଣ କାହାର ସୁଧ ଟଙ୍କା ଫେରସ୍ତ କରିବାକୁ ଯାଉଛନ୍ତି, ତେବେ ମଧ୍ୟ ତାକୁ ପର୍ସ ରେ ରଖନ୍ତୁ ନାହିଁ | କୁହାଯାଏ କି ଏହି ଟଙ୍କା ପର୍ସ ରେ ରଖିବା ଦ୍ୱାରା ସୁଧ ବଢିଥାଏ | ଏହିପରି ଶାସ୍ତ୍ରରେ ଏହିପରି କିଛି ଜିନିଷ ବିଷୟରେ ମଧ୍ୟ କୁହାଯାଇଛି ଯାହାକୁ ପର୍ସ ରେ ରଖିବା ଦ୍ୱାରା ଧନ ବଢିଥାଏ | ତେବେ ଆସନ୍ତୁ ସେହି ଜିନିଷ ବିଷୟରେ ଜାଣିବା |

ପର୍ସ ରେ କାଚ ଏବଂ ରୁପା ଜିନିଷ ରଖିବା ଶୁଭ ହୋଇଥାଏ, ପର୍ସ ରେ ଧାର୍ମିକ ଜିନିଷ ନିଶ୍ଚିନ୍ତ ରଖନ୍ତୁ |ପର୍ସ ରେ ରୁପାର ମୁଦ୍ରା, ହଳଦୀ ଗଣ୍ଠି,ପିରାମିଡ଼, ନାଲି ସୁତା,ଦେବି ଦେବତାଙ୍କ ଜିନିଷ ରଖିବା ଦ୍ୱାରା ସକାରାତ୍ମକ ଉର୍ଜା ବଢିଥାଏ | ଶୁଭ ହୋଇଥାଏ, ଦୈବୀୟ ଶକ୍ତି ଆପଣଙ୍କ ସହ ରହିଥାଏ | କାର୍ଯ୍ୟ ରେ ବାଧା ବିଘ୍ନ ଆସେ ନାହିଁ | କିନ୍ତୁ ଦେବି ଦେବତାଙ୍କ ଫୋଟୋ ରଖିବା ଦ୍ୱାରା ଆମିଷ ଖାନ୍ତୁ ନାହିଁ, ଏବଂ ଅପବିତ୍ର ସ୍ଥାନକୁ ଯାନ୍ତୁ ନାହିଁ | ମା ଲକ୍ଷ୍ମୀ ଙ୍କ ପୂଜାରେ ରଖିଥିବା ଗୋମତୀ ଚକ୍ର ପୂଜା ପରେ ପର୍ସ ରେ ରଖିବା ବହୁତ ଶୁଭ ହୋଇଥାଏ | ଲକ୍ଷ୍ମୀ ପୂଜା ରେ ରଖିଥିବା ହଳଦିଆ କଉଡ଼ି ମଧ୍ୟ ଅପାର ଧନ ଦେଇଥାଏ |

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ମହାପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯାହା କୁ କରିବା ଦ୍ୱାରା କେବେ ବିଶ୍ୱାସ ଧନର ଅଭାବ ହେବ ନାହିଁ, ପର୍ସରେ ଧନ ଭରି ହୋଇ ରହିବ | ଗୁରୁବାର ଦିନ ଗୋଟିଏ ହଳଦୀ ଗଣ୍ଠି ନିଅନ୍ତୁ, ଏଥି ସହିତ ନାଲି ସୁତା,21ଟି ଚାଉଳ ହଳଦୀ ରେ ଗୋଳେଇ, ଧୂପ ଦୀପ ନୈବଦ୍ୟ ରେ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରନ୍ତୁ | ପୂଜା ସରିବା ପରେ ଏଥି ରେ ମଧ୍ୟରୁ ଗୋଟିଏ ନିଜ ପର୍ସ ରେ ରଖନ୍ତୁ ଆଉ ବାକି ସବୁ ଜିନିଷ କୁ ନାଲି କପଡା ରେ ବାନ୍ଧି ଧନ ରଖୁଥିବା ସ୍ଥାନ ରେ ରଖନ୍ତୁ |

ଆପଣଙ୍କର କେବେ ବି ଧନର ଅଭାବ ହେବ ନାହିଁ | ତେବେ ଆଉ ଏକ ଉପାୟ ମଧ୍ୟ କରି ପାରିବେ ନାଲି କାଗଜ ରେ ମନସ୍କାମନା ଲେଖି ମା ଲକ୍ଷ୍ମୀ ଙ୍କୁ ପ୍ରାଥନା କରନ୍ତୁ ଏଥିରୁ ଛୋଟ ଟୁକୁଡା ଟିଏ ପର୍ସ ରେ ରଖନ୍ତୁ ବହୁତ ଲାଭଦାୟକ ହେବ | ତେବେ ବନ୍ଧୁଗଣ ଓସ୍ତ ପତ୍ର ମଧ୍ୟ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ ତେବେ ଏହାକୁ ମଧ୍ୟ ଗଙ୍ଗାଜଳ ରେ ଧୋଇ ହଳଦୀ ରେ ଶ୍ରୀମ୍ ମା ଲେଖନ୍ତୁ ଏହାକୁ ପର୍ସ ରେ ରଖନ୍ତୁ କେବେ ବି ପର୍ସ ରୁ ପଇସା ଶେଷ ହେବ ନାହିଁ | ସର୍ବଦା ଧନ ଭରି ହୋଇ ରହିବ |

Leave a Reply

Your email address will not be published. Required fields are marked *