ଅକ୍ଟୋବର ୧୪ ସୂର୍ଯ୍ୟ ପରାଗରେ ଏହି ୫ ଟି ରାଶି ହେବେ ଭାଗ୍ୟବାନ । ପରାଗ ସମୟରେ କରନ୍ତୁ ନାହିଁ ଏହି କେତୋଟି କାମ ।

ବର୍ଷର ଶେଷ ସୂର୍ଯ୍ୟ ପରାଗ କେତୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହା ବ୍ୟତୀତ କିଛି ରାଶି ପାଇଁ ଏହା ଅଶୁଭ ମଧ୍ୟ ହୋଇପାରେ । ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ ରେ ଲାଗିବାକୁ ଯାଉଛି । ଏହି ଦିନ ସର୍ବପିତୃ ଅମାବାସ୍ୟା ହେବା କାରଣରୁ ଏହାର ମହତ୍ତ୍ୱ ଖୁବ ଅଧିକ ଅଟେ । ଏହିଦିନ ପିତୃଙ୍କ ନିମନ୍ତେ ଦାନ , ଧର୍ମ , ଶ୍ରାଦ୍ଧ , ତର୍ପଣ କରିବା ଉଚିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗର ଅନେକ ମହତ୍ତ୍ୱ ରହିଥାଏ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପରାଗ ସମୟରେ ପୃଥିବୀର ସବୁ ଜୀବଜନ୍ତୁଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ବର୍ଜିତ ଅଟେ ।

କାରଣ ଏଥିରେ ବିଘ୍ନ ନିର୍ମାଣ ହୋଇଥାଏ । ଏହି ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ ରାତି ୮.୩୪ ରେ ଆରମ୍ଭ ହୋଇ ୨.୨୫ରେ ଶେଷ ହେବ । ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗିଯାଏ । କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାର ସୂତକ କାଳ ମାନ୍ୟ ହେବନାହିଁ । ଏହା କନ୍ୟା ରାଶିର ଲାଗୁଛି । ପରାଗ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭୋଜନରେ ତୁଳସୀ ପତ୍ର ପକାଇ ରଖନ୍ତୁ ଏବଂ ପରାଗ ସମୟରେ ତୁଳସୀ ପତ୍ରକୁ ସ୍ପର୍ଶ ସୁଦ୍ଧା କରନ୍ତୁ ନାହିଁ । ସୂର୍ଯ୍ୟ ପରାଗ ପରେ ଘରକୁ ପରିଷ୍କାର କରିବା ସହିତ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରିବା ଉଚିତ ।

୧ . ମିଥୁନ ରାଶି:-

ଏହି ସମୟରେ ଏହି ଜାତକର ଲୋକଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ହେବ । ଏମାନଙ୍କର ପାର ଧନ ପ୍ରାପ୍ତିର ଯୋଗ ବନୁଛି । ଆକସ୍ମିକ ଧନ ଏବଂ ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ପରିବାରର କୌଣସି ସଦସ୍ୟଙ୍କର ବିବାହ ହୋଇପାରେ । ଘରେ ଧାର୍ମିକ ଅନୁଷ୍ଠାନ ହେବ ଏବଂ ଘରେ ସୁଖ ସମୃଦ୍ଧି ବଜାୟ ରହିବ । ଏହି ରାଶିର ବ୍ୟକ୍ତି ମାନେ ସୂର୍ଯ୍ୟ ଦେବଙ୍କୁ ଉପାସନା କଲେ ସମୃଦ୍ଧି ବଜାୟ ରହିବ ।

୨ . ତୁଳା ରାଶି:-

ଏହି ରାଶି ମାନଙ୍କ ପାଇଁ ମଧ୍ୟ ସମୟ ଉତ୍ତମ ରହିବ ଏବଂ ପରିବାରକୁ ଖୁସି ଫେରି ଆସିବ । ପରିବାର ସଦସ୍ୟଙ୍କ ସାହାଯ୍ୟ ପ୍ରାପ୍ତ ହେବ । ଏହି ସମୟରେ ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବା ବିଷୟରେ ଭାବି ପାରନ୍ତି । ପିତୃଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଏହି ସମୟରେ ବ୍ୟବସାୟରେ ହଠାତ ଲାଭ ଦେଖାଦେବ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

୩ . ମକର ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଅପାର ଧନ ଲାଭ ହେବ ଏବଂ ବ୍ୟବସାୟ କ୍ଷେତ୍ରରେ ଅପାର ଲାଭ ହେବାକୁ ଯାଉଛି । ସବୁକିଛି କାମ ଚାମତ୍କାରି ରୂପରେ ହୋଇଯିବ । କିନ୍ତୁ ଆପଣଙ୍କୁ ସାବଧାନ ରହିବାର ମଧ୍ୟ ଆବଶ୍ୟକତା ରହିଛି । ବଜାରରେ ଆପଣଙ୍କୁ ନେଇ ନକରାତ୍ମକ ଇମେଜ ସୃଷ୍ଟି ହୋଇପାରେ । ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରି ପାରନ୍ତି । କିନ୍ତୁ ଆପଣଙ୍କ ସ୍ୱଭାବକୁ ମିତ୍ରତା ପୂର୍ଣ୍ଣ ରଖନ୍ତୁ । କଳା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଉଚିତ ମାର୍ଗଦର୍ଶନ ମିଳିପାରେ ।

୪ . ସିଂହ ରାଶି:-

ଆର୍ଥିକ ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତି ସୁଦୃଢ଼ ରହିବେ । ଆମଦାନୀ ବଢ଼ିବା ସହିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ତେଣୁ ଖର୍ଚ୍ଚରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିବାକୁ ଯାଉଛି । କାର୍ଯ୍ୟସ୍ଥଳର ବାତାବରଣ ଆପଣଙ୍କ ପାଇଁ ଶୁଦ୍ଧ ରହିବ ।

୫ . ବିଛା ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତ ହେବ । ଆପଣଙ୍କ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ ଏବଂ ପୁରୁଣା ନିବେଶରୁ ମଧ୍ୟ ଲାଭ ପ୍ରାପ୍ତ ହେବ । ରାଜନୀତି ସହିତ ଜଡ଼ିତ ଲୋକଙ୍କୁ ନୂଆ ଅବସର ମିଳିପାରେ ।

Leave a Reply

Your email address will not be published. Required fields are marked *