ମହିଳାଙ୍କର ଏହି ଅଙ୍ଗରେ କେଶ ରହିବା ହୋଇଥାଏ ଅତ୍ୟନ୍ତ ଶୁଭ :-

ସମୁଦ୍ର ଶାସ୍ତ୍ରରେ ମହିଳାଙ୍କ ଶରୀରର ଗଠନ ଏବଂ ଚିହ୍ନକୁ ନେଇ ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମହିଳାଙ୍କ ଓଠର ଉପରି ଭାଗରେ ଚୁଟି ଥିଲେ ତାହା କଣ ସଙ୍କେତ ଦେଇଥାଏ । ହିନ୍ଦୁ ଧର୍ମରେ ଘରେ ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଛି ବୋଲି କୁହାଯାଏ । ପୁଣି ସେହି ଝିଅ ଶାଶୁ ଘରକୁ ଗଲେ ମଧ୍ୟ ତାକୁ ଲକ୍ଷ୍ମୀ କୁହାଯାଏ । ତେବେ ଝିଅକୁ ଲକ୍ଷ୍ମୀ ମାନା ଯାଉଥିବା ବେଳେ ସମୁଦ୍ର ଶାସ୍ତ୍ରରେ ଭାଗ୍ୟବାନ ମହିଳାଙ୍କ ବିଷୟରେ ଅନେକ କିଛି ସ୍ୱତନ୍ତ୍ର ଗୁଣ ବିଷୟରେ କୁହାଯାଇଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମହିଳାଙ୍କର କେଉଁ ଜିନିଷ ବଡ଼ ଥିଲେ ତାହା ସୌଭଗ୍ୟବତୀ ମହିଳାର ପ୍ରତୀକ ହୋଇଥାଏ ଏବଂ ସେମାନେ ନିଜ ପରିବାର ପାଇଁ କିପରି ସୌଭଗ୍ୟବତୀ ହୋଇଥାନ୍ତି ସେହି ବିଷୟରେ ମଧ୍ୟ କହିବୁ ।

୧ . ଉଜ୍ଜ୍ୱଳ ନଖ :-

ଅନେକ ମହିଳାଙ୍କ ନଖ ଗୋଲାପୀ ଏବଂ ଉଜ୍ଜ୍ୱଳ ହୋଇଥାଏ । ଯାହା ମହିଳାଙ୍କ ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ବିଷୟରେ ଜଣାଇଥାଏ । ଏପରି ମହିଳା ନିଜ ପରିବାର ପାଇଁ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହାବ୍ୟତୀତ ଯେଉଁ ମହିଳାଙ୍କ ପାଦର ମଧ୍ୟମା ଆଙ୍ଗୁଠି ବହୁତ ବଡ଼ ହୋଇଥାଏ ସେହି ମହିଳାଙ୍କ ଚରିତ୍ର ଭଲ ହୋଇ ନଥାଏ ।

୨ . ବାମ ଗାଲରେ କଳାଜାଇ :-

ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ଥାଏ ସେମାନେ ଖୁବ ଭଲ ସ୍ୱଭାବର ହୋଇଥାନ୍ତି । ନିଜ ପରିବାରର ବେଶ ଭଲଭାବରେ ଧ୍ୟାନ ରଖନ୍ତି । ସେମାନେ ଖୁବ ଖାଦ୍ୟ ପ୍ରିୟ ହୋଇଥାନ୍ତି ଏବଂ ବେଶ ଭଲ ରୋଷେଇ ମଧ୍ୟ କରନ୍ତି ।

୩ . ଲମ୍ବା ନାକ :-

ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ ସେହି ମହିଳା ମାନେ ସବୁ ସମସ୍ୟାର ସମାଧାନ କରି ପାରନ୍ତି । ସେମାନେ ଅଧିକ ଖର୍ଚ୍ଚ କରିଥାନ୍ତି । ମାତ୍ର ତାଙ୍କ ଖର୍ଚ୍ଚ କେବେ ବ୍ୟର୍ଥ ଯାଏନାହିଁ ।

୪ . ଲମ୍ବା ଆଙ୍ଗୁଠି :-

ଯେଉଁ ମହିଳାଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ଖୁବ ବୁଦ୍ଧିମତୀ ହୋଇଥାନ୍ତି । ସେମାନେ କେବେ ଅଯଥା ଖର୍ଚ୍ଚ କରନ୍ତି ନାହିଁ । ଯଦି ତାଙ୍କୁ କୌଣସି ସ୍ରୋତରୁ ଟଙ୍କା ମିଳେ ତେବେ ତାହାକୁ ସେମାନେ ଦୁଇଗୁଣା କରିବାକୁ ସାମ୍ୟର୍ଥ ରଖନ୍ତି । ତାଙ୍କ ଦ୍ୱାରା ତାଙ୍କ ପରିବାର ଏବଂ ସ୍ୱାମୀ ତାଙ୍କ ଉପରେ ସର୍ବଦା ଖୁସି ରହନ୍ତି ।

୫ . ଗୋଲାପୀ ସୁନ୍ଦର ପାଦ :-

ଯେଉଁ ମହିଳାଙ୍କ ପାଦ ଗୋଲାପୀ , ନରମ ଏବଂ ସୁନ୍ଦର ହୋଇଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ସର୍ବଦା ନିଜ ପାର୍ଟନରକୁ ଖୁସିରେ ରଖନ୍ତି । କାରଣ ତାଙ୍କ ପାର୍ଟନର ମଧ୍ୟ ତାଙ୍କୁ ଅଧିକ ପ୍ରେମ ଦିଅନ୍ତୁ । ସେମାନଙ୍କ ସମ୍ପର୍କରେ କେବେବି କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହୁଏନାହିଁ ।

୬ . ପାଦ ତଳେ ତ୍ରିକୋଣ ଚିହ୍ନ :-

ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ମହିଳାଙ୍କୁ ବିବାହ କରୁଥିବା ବ୍ୟକ୍ତି ଖୁବ ଭାଗ୍ୟବାନ ହୋଇଥାନ୍ତି । ସେମାନେ ନିଜ ପରିବାରକୁ ଠିକ ଭାବରେ ପରିଚାଳନା କରିବାରେ ସକ୍ଷମ ହୁଅନ୍ତି । ଏପରି ସ୍ତ୍ରୀକୁ ବିବାହ କରୁଥିବା ପୁରୁଷ ମଧ୍ୟ ଖୁବ ଭାଗ୍ୟବାନ ହୋଇଥାଏ ।

୭ . ବଡ଼ ଆଖି :-

ଯେଉଁ ମହିଳାଙ୍କ ଆଖି ବଡ଼ ହୋଇଥାଏ ସେହି ମହିଳା ମାନେ ଖୁବ ଆକର୍ଷଣୀୟ ହୋଇଥାନ୍ତି । ସବୁ ଲୋକ ବଡ଼ ଆଖି ଥିବା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି । ଏପରି ମହିଳାଙ୍କୁ ଜୀବନରେ କେବେବି ପ୍ରେମର ଅଭାବ ହୁଏନାହିଁ । ଏମାନଙ୍କୁ ତାଙ୍କ ପାର୍ଟନର ବେଶ ଭଲ ମଧ୍ୟ ପାଆନ୍ତି ।

୮ . ଚେହେରାରେ କଳାଜାଇ :-

ମହିଳାଙ୍କ ଚେହେରାରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ମହିଳାଙ୍କ ମୁହଁରେ କଳାଜାଇ ଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ନାକ ପାଖରେ ତିଳ ଥାଏ ସେମାନେ ଖୁବ ଚତୁର ହୋଇଥାନ୍ତି ।

୯ . ଲମ୍ବା କେଶ :-

ଲମ୍ବା କେଶ ଥିବା ମହିଳା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାନ୍ତି । ଏପରି ମହିଳା ଯେଉଁ ଘରକୁ ବିବାହ କରି ଯାଆନ୍ତି ସେହି ଘରେ ସୌଭଗ୍ୟ ଆସିଥାଏ । ନିଜ ପରିବାରର ଧ୍ୟାନ ରଖିଥାନ୍ତି ଏହି ମହିଳା ମାନେ ।

୧୦ . ଯେଉଁ ମହିଳାଙ୍କ ମୁହଁର ଉପର ଭାଗରେ ଚୁଟି ଥାଏ ସେହି ମହିଳା ମାନେ ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି । ସେମାନେ ସର୍ବଦା ନିଜ ସ୍ୱାମୀ ଉପରେ ହୁକୁମ ଚଳାଇଥାନ୍ତି । କେବେକେବେ ସେମାନଙ୍କ ସ୍ଵଭାବ ଖୁବ କ୍ରୁର ହୋଇଯାଏ । ଏପରି ସ୍ତ୍ରୀଙ୍କ କଥା କେହି ନମାନିଲେ ଏମାନେ ଖୁବ କ୍ରୋଧିତ ହୋଇଯାନ୍ତି । ଏମାନଙ୍କ କାରଣରୁ ଘର ପରିବାର ବର୍ବାଦ ହୋଇଯାଏ । ଯାହାଦ୍ୱାରା ଧନ ସମ୍ପତ୍ତି ମଧ୍ୟ ସବୁ ଶେଷ ହୋଇଯାଏ ।

Leave a Reply

Your email address will not be published. Required fields are marked *