ଆଲମାରୀ ଉପରେ ଏହି ଜିନିଷ ଥିଲେ ଭରିଯିବ ଧନ ସମ୍ପତ୍ତି । ନିଶ୍ଚିତ ରଖନ୍ତୁ ।

ସାଧରଣତଃ ଲୋକେ ବହୁ ମୂଲ୍ୟବାନ ଜିନିଷ ରଖିବା ପାଇଁ ଆଲମାରୀ କିମ୍ବା ସିନ୍ଧୁକର ବ୍ୟବହାର କରନ୍ତି । କିନ୍ତୁ ଅନେକ ସମୟରେ ଆଲମାରୀକୁ ଭୁଲ ସ୍ଥାନରେ ଏବଂ ଭୁଲ ଦିଗରେ ରଖିବା କାରଣରୁ ଧନର କ୍ଷତି ହୋଇଥାଏ । ଏହାଦ୍ବାରା ଘରେ ରୋଜଗାର କ୍ଷମ ବ୍ୟକ୍ତିଙ୍କର ଟଙ୍କା ରୋଜଗାର ହେଲେବି ତାହା ବହୁତ ଜଲଦି ଖର୍ଚ୍ଚ ହୋଇଯାଏ ।

ତେବେ ଆଜିକାର ଏହି ଲେଖାରେ ଆମେ ଘରେ ଆଲମାରୀ ରଖିବାର ଉପଯୁକ୍ତ ସ୍ଥାନ ବିଷୟରେ କହିବୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଉତ୍ତର ଦିଗରେ ଆଲମାରୀ ଏବଂ ମୂଲ୍ୟବାନ ଜିନିଜ ରଖିବା ଉଚିତ । କାରଣ ଏହି ଦିଗର ଦେବତା ହେଉଛି କୁବେର । ତେଣୁ ଏହି ଦିଗରେ ଧନ ସମ୍ପତ୍ତିରେ ସର୍ବଦା ବୃଦ୍ଧି ହୋଇଥାଏ ।

କିନ୍ତୁ ଯଦି ଆପଣ ଦକ୍ଷିଣ ଦିଗରେ ରଖୁଛନ୍ତି ତେବେ ଦକ୍ଷିଣ ଦିଗ କାନ୍ଥକୁ ଲଗାଇ ରଖନ୍ତୁ ଯେମିତି ତାହା ଉତ୍ତର ଦିଗକୁ ଖୋଲିବ । କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ଭୁଲରେବି ରଖନ୍ତୁ ନାହିଁ । ଏହାଦ୍ବାରା ଧନ କେବେ ସଞ୍ଚିତ ହୋଇ ରହେନାହିଁ । କାରଣ ଦକ୍ଷିଣ ଦିଗ ଯମଙ୍କର ଦିଗ ଏବଂ ଦୁର୍ଗୁଣ ଆତ୍ମା ମାନଙ୍କର ଦିଗ ହୋଇଥାଏ ।

ଏହି ଦିଗରେ ଧନ ରଖିଲେ କ୍ଷତି ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଯଦି ଘରେ ଏହାକୁ ଉତ୍ତର ଦିଗକୁ ମୁହଁ କରି ରଖିବା ସମ୍ଭବ ନୁହେଁ ତେବେ ତାହାକୁ ପୂର୍ବ ଦିଗକୁ ମୁଖ କରି ରଖି ପାରିବେ । ଏହି ଦିଗକୁ ରଖିଲେ ମଧ୍ୟ ଧନ ବୃଦ୍ଧି ହୋଇଥାଏ । ଏହି ଦିଗରେ ସୂର୍ଯ୍ୟ ଦେବତା ସ୍ୱାମୀ ଥିବାରୁ ଉନ୍ନତି ସମୃଦ୍ଧି ଆସିଥାଏ ।

ଆପଣ କୌଣସି ଦିଗରେ ବି ଆଲମାରୀ ରଖିଲେ ତାହାର ମୁଖ ଉତ୍ତର ଏବଂ ପୂର୍ବ ଦିଗକୁ ରହିବା ଉଚିତ । ଐଶାନ୍ୟ କୋଣରେ ଧନ ଏବଂ ମୂଲ୍ୟବାନ ଜିନିଷକୁ ରଖାଯାଇ ପାରିବ । ଏହି ଦିଗରେ ଧନ ରଖିଲେ ଧନରେ ସର୍ବଦା ବୃଦ୍ଧି ହୋଇଥାଏ । ମାତ୍ର ଏହି ଦିଗରେ ଭାରି ଆଲମାରୀ କିମ୍ବା ସିନ୍ଧୁକ ରଖିବା ଉଚିତ ନୁହେଁ ।

ଏହାଦ୍ବାରା ଘରର କୌଣସି ସଦସ୍ୟଙ୍କର ମୁଣ୍ଡ ସମ୍ବନ୍ଧୀୟ ରୋଗ ଏବଂ ଉନ୍ନତିରେ ବାଧା ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ସ୍ଥାନକୁ ସର୍ବଦା ଖାଲି ରଖିବା ଉତ୍ତମ ହୋଇଥାଏ । ଆଗ୍ନେୟ ଦିଗରେ ଧନ ରତ୍ନ ରଖିଲେ ତାହା ନଷ୍ଟ ହୋଇଥାଏ ଏବଂ ଅଧିକ ଖର୍ଚ୍ଚ ହୋଇଥାଏ । ଏହାବ୍ୟତୀତ ଉତ୍ତର ପଶ୍ଚିମ କୋଣରେ ମଧ୍ୟ ଧନ ରଖିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *