ଅକ୍ଟୋବର ୨୮ ଚନ୍ଦ୍ରଗ୍ରହଣ ଏବଂ କୁମାର ପୂର୍ଣ୍ଣିମାରେ ବନ୍ଦ ହେବକି ଗଜଲକ୍ଷ୍ମୀ ପୂଜା । ନିଶ୍ଚିତ ଜାଣି ରଖନ୍ତୁ କିଛି ଖାସ କଥା ।

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ କୁମାରପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି । ଯାହାକୁ ନେଇ ଶାସ୍ତ୍ରରେ କୁହାଯାଇଥିବା ସମୟ ଏବଂ ନିୟମ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ସାଧରଣତଃ ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ହୋଇଥାଏ ମାତ୍ର ମାତ୍ର ସବୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହୁଏନାହିଁ । ଚଳିତ ବର୍ଷ ଅକ୍ଟୋବର ୨୮ ଶନିବାର ଦିନ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ତେଣୁ ଏହିଦିନ ରାତି ୧.୪୫ ରେ ଗ୍ରହଣର ସ୍ପର୍ଶ ସମୟ ୧.୦୫ ଏବଂ ମଧ୍ୟ ସମୟ ୧.୪୪ ରହିଛି । ଏହାବ୍ୟତୀତ ସର୍ବମୋକ୍ଷ ୧.୨୨ ରହିଛି । ନିୟମ ଅନୁଯାୟୀ ଗ୍ରହଣର ତିନି ପ୍ରହର ପୂର୍ବରୁ ହିଁ ପାକ ନିଷେଧ କରାଯିବା ଉଚିତ ।

ଏହି ସମୟରେ ପୂଜା ପଦ୍ଧତି , ଶୁଭ କାର୍ଯ୍ୟ ମଧ୍ୟ ବର୍ଜିତ ଅଟେ ଯାହାକି ୨୭ ତାରିଖ ୪.୫୭ ପାଖରୁ ବନ୍ଦ ରହିବ । କୁମାର ପୂର୍ଣ୍ଣିମା ପୂଜା ସନ୍ଧ୍ୟା ସମୟରେ ବୃନ୍ଦାବତୀଙ୍କ ପାଖରେ କରାଯାଏ ।ତେଣୁ ଏହା ପୂର୍ବରୁ ହିଁ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ ଶେଷ କରିବା ଜରୁରୀ ଅଟେ । ପୂଜା ସମୟରେ ଚନ୍ଦ୍ର ଦୃଶ୍ୟମାନ ହେବା ବାଧ୍ୟତାମୂଳକ ନୁହେଁ ।

ଗ୍ରହଣ ସମୟରେ କୌଣସିବି ମନ୍ତ୍ର ଜପ କଲେ ତାହା ସିଦ୍ଧ ହୋଇଥାଏ । ତେଣୁ ଆପଣ ମଧ୍ୟ ଗ୍ରହଣ ସମୟରେ ସ୍ନାନ କରି ଶୁଦ୍ଧ ବସ୍ତ୍ର ଧାରଣ କରି ଆସନ ପକାଇ ବସନ୍ତୁ ଏବଂ ରୁଦ୍ରାକ୍ଷ ମାଳା ସାହାଯ୍ୟରେ ମୋକ୍ଷ ହେବା ପର୍ଯ୍ୟନ୍ତ ମନ୍ତ୍ର ଜପ କରନ୍ତୁ । ଏହାପରେ ସ୍ନାନ କରିବା ସମୟରେ ଏକ ମନ୍ତ୍ର ” ଯଥା ପଦ ବିମୁକ୍ତସି , ରାହର୍ବଦନ ସଂକଟା , ତଥା ତ୍ଵଂ ରୋହିଣୀ କାନ୍ତ , ଆପଦବାମୁଚୟତ ।। ଜପ କରନ୍ତୁ । ସ୍ନାନ ପରେ ଅର୍ଘ୍ୟ ଦାନ ନିଶ୍ଚୟ କରନ୍ତୁ ।

ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ଘରୁ ବାହାରକୁ ଯିବା ଉଚିତ ନୁହେଁ ଏବଂ ଏହି ସମୟରେ କୌଣସି ଧାରୁଆ ଜିନିଷର ପ୍ରୟୋଗ କରିବା ଉଚିତ ନୁହେଁ । ଗର୍ଭବତୀ ମହିଳା ନିଜ କୋଳରେ ଗୋଟିଏ ନଡ଼ିଆ ଏବଂ ତୁଳସୀ ପତ୍ର ଧରି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ନାମ ଜପ କରିବା ଉଚିତ । ଏହାଦ୍ବାରା ଗ୍ରହଣର କୁପ୍ରଭାବ ପେଟରେ ଥିବା ସନ୍ତାନ ଉପରେ ପଡ଼ିବ ନାହିଁ । ଗର୍ଭବତୀ ମହିଳାଙ୍କର ବାହାରକୁ ଯିବା ଅଧିକ ଜରୁରୀ ଥିଲେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଯାଇ ପାରିବେ । ତୃତୀୟ ଷଷ୍ଠ ଦଶମ ଏବଂ ଏକାଦଶ ରାଶି ପାଇଁ ଗ୍ରହଣ ଶୁଭ ରହିବ ଅର୍ଥାତ ମିଥୁନ , କର୍କଟ , ବିଛା ଏବଂ କୁମ୍ଭ ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ । ଏମାନେ ଗ୍ରହଣ ଦର୍ଶନ କରି ପାରିବେ ।

Leave a Reply

Your email address will not be published. Required fields are marked *