ଏହି ୧୦ ଟି କାମ କଲେ ଘରକୁ ଆସିଥାଏ ଦାରିଦ୍ର୍ୟତା ଏବଂ ଆସିପାରେ ମୃତ୍ୟୁ । ନିଶ୍ଚିତ ଜାଣି ରଖନ୍ତୁ ।

କିଛି କାମ ଏଭଳି ରହିଛି ଯାହାକୁ ଯଦି ମନୁଷ୍ୟ ସନ୍ଧ୍ୟା ସମୟରେ କରେ ତେବେ ଘରକୁ ବଡ଼ ବିପଦ ଆସିଥାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ମାନିବା ଉଚିତ ।

୧ . ସୂର୍ଯ୍ୟାସ୍ତ ସମୟରେ ବିଛଣା କିମ୍ବା ପଲଙ୍କରେ ଆଦୌ ବସିବା ଉଚିତ ନୁହେଁ । ଏଥିରେ ଘରେ ମୃତ୍ୟୁର ଶୋକ ମାନା ଯାଏ । କାରଣ ମୃତ୍ୟୁ ପରେ ଲୋକେ ପଲଙ୍କ ଧରି କାନ୍ଦି ଥାଆନ୍ତି ।

୨ . ସୂର୍ଯ୍ୟାସ୍ତ ସମୟରେ ଘରେ କାନ୍ଦିବା ଉଚିତ ନୁହେଁ । ଏହା ମଧ୍ୟ ମୃତ୍ୟୁର କାରଣ ହୋଇଥାଏ ।

୩ . ସୂର୍ଯ୍ୟାସ୍ତ ସମୟରେ ଘରେ ରଖିଥିବା ଦହିକୁ କାହାକୁ ଦେବା ଉଚିତ ନୁହେଁ । କାରଣ ଦହିକୁ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ ଖାଦ୍ୟ ପଦାର୍ଥ ବୋଲି କୁହାଯାଏ । ତାସହିତ ଶୁକ୍ର ଗ୍ରହକୁ ଧନ ବୈଭବର ପ୍ରଦାତା ମାନା ଯାଇଥାଏ । ସୂର୍ଯ୍ୟାସ୍ତ ସମୟରେ କୌଣସି ବି ଜିନିଷ ପଡ଼ୋଶୀଙ୍କୁ ଦେବା ଉଚିତ ନୁହେଁ ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ।

୪ . ସୂର୍ଯ୍ୟାସ୍ତ ସମୟରେ ଭୁଲରେବି ଶୋଇବା ଉଚିତ ନୁହେଁ । ଏବଂ ଭଜନ କରିବା ମଧ୍ୟ ଉଚିତ ନୁହେଁ । କାରଣ ସ୍ୱାସ୍ଥ୍ୟ ହାନୀ ହୋଇଥାଏ ଏବଂ ଧନର ଅଭାବ ହୋଇଥାଏ ।

୫ . ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ମାରିବା ଉଚିତ ନୁହେଁ । ଏହାଦ୍ବାରା ଘରୁ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଚାଲି ଯାଆନ୍ତି । ଏହାଦ୍ବାରା ଘରେ ଧନର ଅଭାବ ଦେଖା ଦିଏ ଏବଂ ସୁଖ ସମୃଦ୍ଧିରେ ମଧ୍ୟ ବାଧା ଆସିଥାଏ ।

୬ . ସନ୍ଧ୍ୟା ସମୟରେ ନଖ କିମ୍ବା ଚୁଟି କାଟିବା ଉଚିତ ନୁହେଁ । ଏପରି କଲେ ଜୀବନରେ ନକରାତ୍ମକ ବୃଦ୍ଧି ପାଏ ଏବଂ ଧନ ସମ୍ବନ୍ଧିତ ସମସ୍ୟା ଦେଖା ଦିଏ ।

୭ . ସନ୍ଧ୍ୟା ସମୟରେ ଗୋଡ଼ ହଲାଇବା ଆଦୋୖ ଉଚିତ ନୁହେଁ କାରଣ ଏପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ ବୋଲି କୁହାଯାଇଛି ।

୮ . ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ଛୁଇଁବା ଠିକ ନୁହେଁ ଏବଂ ଏହାସହିତ ଜଳ ଅର୍ପିତ ମଧ୍ୟ କରିବା ଉଚିତ ନୁହେଁ ।

୯ . ସୂର୍ଯ୍ୟାସ୍ତ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ । ଏପରି କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଏହାବ୍ୟତୀତ କିଛି ଏପରି କାମ ଯଦି ଆପଣ ଦୈନନ୍ଦିନ ଜୀବନରେ କରନ୍ତି କିମ୍ବା ଘରେ କିଛି ଏପରି ଜିନିଷ ରଖନ୍ତି ତେବେ ଦାରିଦ୍ର୍ୟତା ଆସିଥାଏ ।

କିଛି ଜିନିଷ ରହିଛି ଯାହାକୁ ଘରେ ରଖିବା ଉଚିତ ନୁହେଁ । ଯେମିତିକି

୧ . ଘରେ ଗୋଟିଏରୁ ଅଧିକ ଛୁରୀ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରେ ଅଶାନ୍ତି ଦେଖାଦେବା ସହିତ କଳି ଝଗଡ଼ା ମଧ୍ୟ ହୋଇଥାଏ । ଏହାଦ୍ବାରା ନକରାତ୍ମକତା ମଧ୍ୟ ବଢ଼ିଥାଏ ।

୨ . ଘରେ କଣ୍ଟା ଯୁକ୍ତ ଗଛ ରହିବା ଉଚିତ ନୁହେଁ । ଏହାଦ୍ବାରା ଘରେ ଅକାଳ ମୃତ୍ୟୁ ଆସିଥାଏ । ପରିବାରରେ ଫାଟ ସୃଷ୍ଟି ହୁଏ । କଳହ ଦେଖା ଦିଏ । ଘରେ ଭୂତ ପ୍ରେତ ନିଜର ବାସ ବନାଇ ନିଅନ୍ତି ।

୩ . ମାସିକ ଧର୍ମ ସମୟରେ ଯଦି ଆପଣ ଗଛରେ ପାଣି ଦେଉଛନ୍ତି ତେବେ ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ଖାସକରି ତୁଳସୀ ଗଛରେ ପାଣି ଦେବା ଅଶୁଭ ହୋଇଥାଏ ।

୪ . ଘରେ କୌଣସି ଭଙ୍ଗା କାଚ କିମ୍ବା ଭଙ୍ଗା ବାସନ କୁସନ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରେ ନକରାତ୍ମକତା ପ୍ରବେଶ କରିଥାଏ ।

୫ . ଘରେ ବୁଢ଼ିଆଣି ଜାଲ ଥାଏ ତେବେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ ଏବଂ ଘରକୁ ବହୁତ ଜଲଦି ଦାରିଦ୍ର୍ୟତା ଆସିଥାଏ । ବୁଢୀଆଣି ଜାଲ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ।

୬ . ଯଦି ଆପଣ ଘର ଭିତରେ କୌଣସି ସୁଗନ୍ଧିତ ଗଛ ଲଗାଇଛନ୍ତି ତେବେ ତାହାକୁ ତୁରନ୍ତ ଘର ବାହାରେ ଲଗାଇ ଦିଅନ୍ତୁ । ଏହା ଶୁଭ ହୋଇ ନଥାଏ । ବର ଏବଂ ଅଶ୍ୱତ୍ଥ ବୃକ୍ଷ ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ । ଘରେ ଶୁଖିଲା ତୁଳସୀ ମଧ୍ୟ ରଖିବା ଶୁଭ ହୋଇନ ନଥାଏ ।

୭ . ଘରେ ରାତିରେ ଅଇଁଠା ବାସନ ରଖି ଶୋଇବା ଉଚିତ ନୁହେଁ । ଏହି କାରଣରୁ ଦାରିଦ୍ର୍ୟତା ଆସିଥାଏ । ଅକାଳ ମୃତ୍ୟୁର ଆଶଙ୍କା ମଧ୍ୟ ଆସିଥାଏ । ପରିବାରରେ ଅଶାନ୍ତି ଦେଖାଦିଏ ।

Leave a Reply

Your email address will not be published. Required fields are marked *