ଅକ୍ଟୋବର ୨୮ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ । ଜାଣି ନିଅନ୍ତୁ କେଉଁ ସତର୍କତା ଅବଲମ୍ବନ କରିବେ । କେଉଁ ରାଶି ହେବେ ଭାଗ୍ୟଶାଳୀ ।

ଆସନ୍ତା କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଆଜି ଆମେ ଏହି ଲେଖା ମାଧ୍ୟମରେ ଏହି ସମୟରେ କେଉଁ ପୂଜା କେତେବେଳେ ଏବଂ କେଉଁ ରାଶି ମାନଙ୍କ ପାଇଁ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ ସେହି ବିଷୟରେ କହିବୁ । ଏହାବ୍ୟତୀତ ଗ୍ରହଣର ଠିକ ସମୟ ଏବଂ ସର୍ବମୋକ୍ଷ ସମ୍ବନ୍ଧରେ ମଧ୍ୟ କହିବୁ । ଆସନ୍ତା ୨୮ ତାରିଖ ଶନିବାର ଦିନ ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ ରହିଛି । ତେଣୁ ଶନିବାର ଦିନ ରାତି ୧.୪୫ ପର୍ଯ୍ୟନ୍ତ ପୂର୍ଣ୍ଣିମା ଏବଂ ତାପରେ ପ୍ରତିପଦ ଆରମ୍ଭ ହେଉଛି । ତେଣୁ ଗ୍ରହଣର ପ୍ରଥମ ସମୟ ୧.୦୫ ଏବଂ ମଧ୍ୟ ସମୟ ୧.୪୫ ରହିଛି । ଏହାବ୍ୟତୀତ ସର୍ବମୋକ୍ଷ ରହିଛି ୨.୨୨ ରେ ।

ଶାସ୍ତ୍ର ଅନୁଯାୟୀ ଗ୍ରହଣର ତିନି ପ୍ରହର ଅର୍ଥାତ 9 ଘଣ୍ଟା ପୂର୍ବରୁ ହିଁ ପାକ ନିଷେଧ କରାଯିବା ଉଚିତ । ଏହି ସମୟରେ କୌଣସି ପ୍ରକାରର ଦେବ ନୀତି ବର୍ଜିତ ଅଟେ । ୨୭ ତାରିଖ ୪.୫୭ ପାଖରୁ ଏହିସବୁ କାମ ଶେଷ କରି ନିଅନ୍ତୁ । ଏହାପରେ ସବୁ କାର୍ଯ୍ୟ ବନ୍ଦ ରହିବ । କୁମାର ପୂର୍ଣ୍ଣିମା ପୂଜା ସନ୍ଧ୍ୟା ସମୟରେ ବୃନ୍ଦାବତୀଙ୍କ ପାଖରେ ହୋଇଥାଏ । ତେବେ କହି ରଖିବୁ ଯେ ଉପଯୁକ୍ତ ସମୟରେ ପୂଜା କରିବା ଉଚିତ । ଚନ୍ଦ୍ର ଦୃଶ୍ୟ ମାନ ହୁଅନ୍ତୁ କି ନହୁଅନ୍ତୁ । କାରଣ ବାସ୍ତବରେ ଚନ୍ଦ୍ରମା ସବୁବେଳେ ଉପସ୍ଥିତ ରହନ୍ତି । ମାତ୍ର ଦିନରେ ଦୃଶ୍ୟମାନ ହୁଅନ୍ତି ନାହିଁ ଏବଂ କୌଣସି ଅନ୍ୟ କାରଣରୁ ସମୟ ସମୟରେ ଦୃଶ୍ୟମାନ ହୁଅନ୍ତି ନାହିଁ ।

କୁମାର ପୂର୍ଣ୍ଣିମା ପୂଜା ପୂର୍ବରୁ ଅର୍ଥାତ ଦେଡ ନୀତି ବର୍ଜିତ ସମୟ ପୂର୍ବରୁ ହିଁ ଲକ୍ଷ୍ମୀ ପୂଜା କରିନେବା ଉଚିତ । ଗ୍ରହଣ ସମୟରେ ମହତ୍ତ୍ୱ ହେଉଛି ଯେ ଯଦି ଆପଣ ଏହି ସମୟରେ କୌଣସି ମନ୍ତ୍ର ଜପ କରନ୍ତି ତେବେ ଆପଣ ବହୁତ ସହଜରେ ଏହି ମନ୍ତ୍ରକୁ ସିଦ୍ଧ କରି ପାରିବେ । ତେଣୁ ଏଥିପାଇଁ ଗ୍ରହଣ ସମୟରେ ସ୍ନାନ କରି ଶୁଦ୍ଧ ବସ୍ତ୍ର ଧାରଣ କରି ଆସନ ପକାଇ ବସନ୍ତୁ ଏବଂ ରୁଦ୍ରାକ୍ଷ ମାଳା ସାହାଯ୍ୟରେ ମୋକ୍ଷ ହେବା ପର୍ଯ୍ୟନ୍ତ ମନ୍ତ୍ର ଜପ କରନ୍ତୁ । ଏହାପରେ ସ୍ନାନ କରିବା ସମୟରେ ଏକ ମନ୍ତ୍ର ” ଯଥା ପଦ ବିମୁକ୍ତସି , ରାହର୍ବଦନ ସଂକଟା , ତଥା ତ୍ଵଂ ରୋହିଣୀ କାନ୍ତ , ଆପଦବାମୁଚୟତ ।। ଜପ କରନ୍ତୁ । ସ୍ନାନ ପରେ ଅର୍ଘ୍ୟ ଦାନ ନିଶ୍ଚୟ କରନ୍ତୁ ।

ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ଅଧିକ ସତର୍କ ରହିବା ଉଚିତ । ଘରୁ ବାହାରକୁ ଯିବା ଉଚିତ ନୁହେଁ ଏବଂ ଏହି ସମୟରେ କୌଣସି ଧାରୁଆ ଜିନିଷର ପ୍ରୟୋଗ କରିବା ଉଚିତ ନୁହେଁ । ଏହି ସମୟରେ ଗର୍ଭବତୀ ମହିଳା ନିଜ କୋଳରେ ଗୋଟିଏ ନଡ଼ିଆ ଏବଂ ତୁଳସୀ ପତ୍ର ଧରି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ନାମ ଜପ କରିବା ଉଚିତ । ଏହାଦ୍ବାରା ଗ୍ରହଣର କୁପ୍ରଭାବ ପେଟରେ ଥିବା ସନ୍ତାନ ଉପରେ ପଡ଼ିବ ନାହିଁ । ତୃତୀୟ ଷଷ୍ଠ ଦଶମ ଏବଂ ଏକାଦଶ ରାଶି ପାଇଁ ଗ୍ରହଣ ଶୁଭ ରହିବ ଅର୍ଥାତ ମିଥୁନ , କର୍କଟ ବିଛା ଏବଂ କୁମ୍ଭ ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ ।

Leave a Reply

Your email address will not be published. Required fields are marked *