ଘରର ମନ୍ଦିରରେ ଏହି କାମ କରିଲେ ମିଳିବ ଅପାର ଧନ ସମ୍ପତ୍ତି । ଜାଣନ୍ତୁ ଏବଂ ଆଜି ହିଁ କରନ୍ତୁ ।

ଘରର ପୂଜା ଘର ଅନ୍ୟ ସ୍ଥାନ ଅପେକ୍ଷା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହି ସ୍ଥାନ ଖୁବ ଶାନ୍ତି ପୂର୍ଣ୍ଣ ହୋଇଥାଏ । ଘରର ପୂଜା ଘରେ ଭଗବାନଙ୍କ ମୂର୍ତ୍ତି ରଖିବା ଠାରୁ ଅନ୍ୟାନ୍ୟ ସାମଗ୍ରୀ ରଖିବା ପର୍ଯ୍ୟନ୍ତ ସବୁ କିଛି ବିଷୟରେ ଭଲ ଭାବରେ ଜାଣି ରଖିବା ଉଚିତ । କାରଣ ପୂଜା ଘରେ କିଛି ଜିନିଷ ରଖିବା ଜରୁରୀ ହୋଇଥିବା ବେଳେ ଆଉ କିଛି ଜିନିଷ ରଖିବା ଉଚିତ ନୁହେଁ । ନଚେତ ଘରେ ସମସ୍ୟା ସୃଷ୍ଟି ହୋଇପାରେ । ଆଜି ଆମେ ଏହି ଲେଖା ମାଧ୍ୟମରେ ସେହି ସବୁ ବସ୍ତୁ ଗୁଡ଼ିକ ବିଷୟରେ କହିବୁ ।

କଣ ରଖିବା ଉଚିତ:-

୧ . ପୂଜା ଘରେ ନିଶ୍ଚିତ ଭାବରେ ଏକ ପାରମ୍ପରିକ ମାଟି ଦୀପ ଏବଂ ଧୂପଦାନୀ ରହିବା ଉଚିତ । କିନ୍ତୁ ମାଟି ବଦଳରେ ଆପଣ ଧାତୁର ଦୀପ ମଧ୍ୟ ରଖି ପାରିବେ । ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ଦୀପ ଜାଳିଲେ ଘରେ ସକାରାତ୍ମକତା ସୃଷ୍ଟି ହୋଇଥାଏ ।

୨ . ଘରର ମନ୍ଦିରରେ ସ୍ୱସ୍ତିକ ରହିବା ନିତାନ୍ତ ଜରୁରୀ ଅଟେ । ସ୍ୱସ୍ତିକ ଘରର ସୁଖ ସମୃଦ୍ଧି ଏବଂ ଶୁଭତାର ପ୍ରତୀକ ହୋଇଥାଏ ।

୩ . ପୂଜାଘରେ କଳସ ରଖିବା ମଧ୍ୟ ଜରୁରୀ ଅଟେ । ପୂଜଘରେ ସ୍ୱସ୍ତିକ ବନାଇ ତାହା ଉପରେ କଳସ ରଖନ୍ତୁ । ଏହାଦ୍ବାରା ଘରେ ସର୍ବଦା ସମୃଦ୍ଧି ବଜାୟ ରହିଥାଏ ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ ।

୪ . ଶଙ୍ଖ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହା ମଧ୍ୟ ସମୁଦ୍ର ମନ୍ଥନ ସମୟରେ ଉତ୍ପତ୍ତି ହୋଇଥିଲା। ଶଙ୍ଖ ଧ୍ୱନି ଦ୍ୱାରା ନକରାତ୍ମକତା ନଷ୍ଟ ହୋଇଥାଏ ।

୫ . ପୂଜଘରେ ଘଣ୍ଟି ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଯେଉଁ ଘରର ପୂଜଘରେ ଘଣ୍ଟି ଶବ୍ଦ ହୋଇଥାଏ ସେଠାକାର ବାତାବରଣ ଶୁଦ୍ଧ ହୋଇଥାଏ ।

୬ . ପୂଜା ଘରେ ଗଙ୍ଗା ଜଳ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ପୂଜଘରେ ଏକ ତମ୍ବା ପାତ୍ରରେ ଗଙ୍ଗା ଜଳ ଭରି ରଖିଲେ ପୂଜାଘରର ଶୁଦ୍ଧତା ବଜାୟ ରହିଥାଏ ।

କଣ ରଖିବା ଅନୁଚିତ:-

୧ . ପୂଜଘରେ ଭଗବାନ ଶ୍ରୀଗଣେଶଙ୍କର ବିଷମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ । ସର୍ବଦା ଦୁଇଟି ମୂର୍ତ୍ତି ହିଁ ରଖନ୍ତୁ । ଆପଣ ଘରର ମଙ୍ଗଳ ଚାହୁଁଥିଲେ ଘରର ଭିତର ପଟକୁ ମୁହଁ କରି ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ଲଗାଇ ଦିଅନ୍ତୁ । କିନ୍ତୁ ବାହାର ଦିଗକୁ ମୁହଁ କରନ୍ତୁ ନାହିଁ କାରଣ ଶ୍ରୀଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ରହିଥାଏ ।

୨ . ପୂଜଘରେ ଭଙ୍ଗା ଚାଉଳ ଭୁଲରେ ରଖନ୍ତୁ ନାହିଁ । ମନ୍ଦିରରେ ବ୍ୟବହାର କରୁଥିବା ଚାଉଳକୁ ହଳଦୀ ଲଗାଇ କଲେ ଅଧିକ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ।

୩ . ପୂଜଘରେ ପୂର୍ବଜଙ୍କ ଫୋଟ ରଖିବା ଅଶୁଭ ହୋଇଥାଏ । ଏହାଦ୍ବାରା ପୂଜା ଘରର ବାତାବରଣ ଅଶୁଦ୍ଧ ହୋଇଥାଏ ଏବଂ ଭଗବାନଙ୍କୁ ଅପମାନ ହୋଇଥାଏ ।

୪ . ପୂଜା ଘରେ ଶନିଦେବ , ଭୈରବ କିମ୍ବା ମାତା କାଳୀଙ୍କ ଫୋଟ ଭୁଲରେବି ରଖନ୍ତୁ ନାହିଁ ।

୫ . ମାତା ଲକ୍ଷ୍ମୀଙ୍କର ଛିଡ଼ା ହୋଇଥିବା ଫୋଟ କିମ୍ବା ମୂର୍ତ୍ତିକୁ ମଧ୍ୟ ପୂଜା କରିବା ଉଚିତ ନୁହେଁ । ପୂଜଘରେ କଳସ ନିଶ୍ଚୟ ରଖନ୍ତୁ ।

୬ . ପ୍ଲାଷ୍ଟିକ କିମ୍ବା କୌଣସି ଅପବିତ୍ର ଧାତୁ ପାତ୍ରରେ ଗଙ୍ଗା ଜଳ ଭରି ରଖନ୍ତୁ ନାହିଁ । ଗଙ୍ଗା ଜଳ ତମ୍ବା ପାତ୍ରରେ ରଖିବା ଶୁଭ ହୋଇଥାଏ ।

୭ . ଠାକୁର ଘରେ କେବେବି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜାଳିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *