ଜୀବନରେ ମନେ ରଖନ୍ତୁ କେବଳ ଏହି ଗୋଟିଏ କଥା , କେବେବି ଖାଇବେ ନାହିଁ ଧୋକା :-

ଆଚାର୍ଯ୍ୟ ଚାଣକ୍ୟ ଜଣେ ଏପରି ଜ୍ଞାନୀ ଥିଲେ ଯିଏକି ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ସିଂହାସନରେ ବସାଇଥିଲେ । ତେଣୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ବର୍ଣ୍ଣିତ ଚାଣକ୍ୟ ନୀତି ମନୁଷ୍ୟକୁ ସର୍ବଦା ଠିକ ଦିଗରେ ଚାଲିବାକୁ ଏବଂ ଠିକ ଦିଗରେ ପରିଚାଳିତ ହେବାକୁ ଦିଗ ଦେଖାଇ ଥାଏ । ମନୁଷ୍ୟକୁ କୌଣସିବି ପଦକ୍ଷେପ ନେବା ପୂର୍ବରୁ ଅର୍ଥାତ କୌଣସି କାମ କରିବା ପୂର୍ବରୁ ଅନେକ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ ।

ଲାଭ କ୍ଷତି ଏବଂ ସୁବିଧା ଅସୁବିଧା ଦେଖି ନିଷ୍ପତ୍ତି ନେବା ଉଚିତ । କଠିନ ସମୟରେ ବନ୍ଧୁର , ବିପଦ ସମୟରେ ଭାଇ ମାନଙ୍କର ତଥା ଧନର ନାଶ ସମୟରେ ସ୍ତ୍ରୀର ପରୀକ୍ଷା ହୋଇଥାଏ । ସିଂହ ଠାରୁ ଗୋଟିଏ , ବଗ ଠାରୁ ଚାରି , କାଉ ଠାରୁ ପାଞ୍ଚ କୁକୁର ଠାରୁ ଛଅଟି ଶିକ୍ଷା ମନୁଷ୍ୟକୁ କରିବା ଉଚିତ । କୌଣସି କାମକୁ କରିବାକୁ ସମୟ ଯେତେ ନେଲେବି ଭଲ ଭାବରେ କରିବା ଉଚିତ ।

ସମୟ ଅନୁସାରେ ନିଜ ଶକ୍ତିରେ କାମ କରିବାର ଗୁଣ ବଗ ଠାରୁ ଶିକ୍ଷା କରିବା ଉଚିତ । କୁକୁଡ଼ା ଠାରୁ ଠିକ ସମୟରେ ବସିବା ଉଠିବା ଖାଇବା ଲଢ଼ିବା ଏହିସବୁ ଜିନିଷ ଶିକ୍ଷା କରିବା ଉଚିତ । ସମୟ ସମୟରେ ସତର୍କ ରହିବା ଏହିସବୁ କାଉ ଠାରୁ ଶିକ୍ଷା କରିବା ଉଚିତ । ବହୁତ ଭୋକରେ ସନ୍ତୁଷ୍ଟ ରହିବା , ମଳିକାର ବିଶ୍ୱସ୍ତ ରହିବା ଏବଂ ଗଭୀର ନିଦରେରେ ଚାହିଁ ରହିବା ଏହିସବୁ ଶିକ୍ଷା କୁକୁର ଠାରୁ ଶିଖିବା ଉଚିତ । ମନର ଶାନ୍ତି ଭଙ୍ଗ ହେଲେ ବୁଦ୍ଧିମାନ ଲୋକମାନେ କେବେ କାହାକୁ କହନ୍ତି ନାହିଁ । ଯେଉଁ ବ୍ୟକ୍ତି ଅନ୍ୟକୁ କହିବାର ଭୁଲ କରିଥାଏ ଲୋକେ ତାର ମାଜାକ ଉଡ଼ାଇଥାନ୍ତି । ନିଜ ହାତରେ କରାଯାଇଥିବା କାମ ସର୍ବଶ୍ରେଷ୍ଠ ହୋଇଥାଏ ।

ମନୁଷ୍ୟର ଚାରୋଟି ଜିନିଷର ଭୋକ କେବେ ମେଣ୍ଟି ନଥାଏ , ଜୀବନ ବାସନା ଏବଂ ଭୋଜନ । ଏସବୁ ପାଇଁ ମନୁଷ୍ୟ ସର୍ବଦା ଭୋକିଲା ରହିଥାଏ । ଏହା ଯେତେ ମାତ୍ରାରେ ମିଳିଲେ ବି ତା ମନର ଲାଳସା କେବେ କମି ନଥାଏ । ଭବିଷ୍ୟତରେ ଆସିବାକୁ ଥିବା ସମସ୍ୟା ପାଇଁ ସର୍ବଦା ଧନ ବଞ୍ଚାଇ ରଖିବା ଉଚିତ । କାରଣ ଖରାପ ସମୟରେ ନିଜ ଲୋକ ବି ପର ହୋଇ ଯାଆନ୍ତି ।

ଦୁନିଆରେ ଅତି ଭଲ ହୋଇ ବର୍ତ୍ତିବା ସମ୍ଭବ ନୁହେଁ । ସେହିପରି ଯିବାନରେ ଯାହାବି କିଛି ଅଛି ତାହାକୁ ଭଗବାନଙ୍କ ଦାନ ବୋଲି ମଣିନେବା ଉଚିତ ଅଟେ । ତେଣୁ ଈଶ୍ୱରଙ୍କ ଉପରେ ହିଁ ଭରସା ରଖିବା ଉଚିତ । ଏହି ସମଗ୍ର ଦୁନିଆ ବିବାଦରେ ଘେରି ରହିଛି ।ତେଣୁ କୌଣସି ବି ନିର୍ଣ୍ଣୟ ନେବା ପୂର୍ବରୁ ନିଶ୍ଚୟ ଭାବିବା ଉଚିତ । ଭଲ ଚରିତ୍ରର ଲୋକ କୌଣସି ସ୍ଥାନକୁ ଗଲେବି ନିଜର ଭଲ ଗୁଣକୁ ଛାଡ଼ନ୍ତି ନାହିଁ ।

କିଛିଲୋକ ପଥରକୁ ହିଁ ହୀରା ମାନି ନେଇଛନ୍ତି । ମାତ୍ର ଅସଲି ହୀରା ଅନ୍ନ , ପାଣି ଏବଂ ଜ୍ଞାନ ଅଟେ । ଯେଉଁ ବ୍ୟକ୍ତି ନିଜ ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରିଥାଏ ସେହି ବ୍ୟକ୍ତି କେବେବି ଖୁସିରେ ରହିପାରେ ନାହିଁ । ଏହି କଥା ମନେ ରଖିବା ଉଚିତ ଯେ ବିନା ଗୁରୁରେ ଜ୍ଞାନ ଆରୋହଣ ନିରର୍ଥକ ଅଟେ । ସ୍ତ୍ରୀକୁ ସର୍ବଦା ସ୍ୱାମୀ କଥା ମାନିବା ଉଚିତ । ଜୀବନର ପ୍ରତ୍ୟେକ ମୁହୁର୍ତ୍ତର ଉପଯୋଗ ଭଲ କାମ ପାଇଁ ଉଚିତ । ଏହି ଦୁନିଆରେ ଭଗବାନଙ୍କୁ ଛାଡ଼ି ଆଉ ସବୁକିଛି ଅସ୍ଥାୟୀ ।

Leave a Reply

Your email address will not be published. Required fields are marked *