ପିତୃପକ୍ଷରେ ଏହି ତିନୋଟି ଖାସ ଗଛ ଲଗାଇଲେ ଦୂର ହୋଇଥାଏ ଦାରିଦ୍ର୍ୟତା । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଦେଇଛନ୍ତି ଉପଦେଶ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟ କିଛି ବିଶେଷ ବୃକ୍ଷ ରୋପଣ କଲେ ଜନ୍ମ ଜନ୍ମାନ୍ତରର ପାପ ନଷ୍ଟ ହୋଇଯାଏ । ଯେଉଁ କାରଣରୁ ପିତୃ ପ୍ରସନ୍ନ ହୁଅନ୍ତି ଏବଂ ମନୁଷ୍ୟ ଗଛ ଲଗାଇଲେ ସନ୍ତାନ ନଥିଲେ ମଧ୍ୟ ସେହି ଗଛ ଶ୍ରାଦ୍ଧ ଏବଂ ଦାନ କରିଥାଏ । ଯେଉଁ ବ୍ୟକ୍ତି ନିଜ ପିତୃ ପୂର୍ବଜଙ୍କ ପାଇଁ ଗଛ ଲଗାଇ ଥାଏ ସେହି ମନୁଷ୍ୟର ସମସ୍ତ ଦୁଃଖ ଦୂର ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ପିତୃ ପକ୍ଷରେ ଏହି ତିନୋଟି ପ୍ରକାରର ବୃକ୍ଷ ରୋପଣ ନିଶ୍ଚୟ କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବର୍ଷ ଭାଦ୍ରବ ମାଡ଼ ଶୁକ୍ଳପକ୍ଷ ପୂର୍ଣ୍ଣିମା ଠାରୁ ପିତୃ ପକ୍ଷ ଆରମ୍ଭ ହୋଇଥାଏ । ଏଥର ପିତୃ ପକ୍ଷ ସେପ୍ଟେମ୍ବର ୨୯ ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ରେ ଶେଷ ହେବ ।

ଏହି ପକ୍ଷରେ ଯେଉଁ ବ୍ୟକ୍ତିର ମୃତ୍ୟୁ ହୁଏ ତାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ପିତୃ ପକ୍ଷରେ ପ୍ରିୟ ଜଣ ନିଜ ପୂର୍ବଜଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦାନ ଧର୍ମ ସହିତ କୁକୁର , ଗୋମାତା ଏବଂ କାଉକୁ ଖାଇବାକୁ ଦେବା ଉଚିତ । ଯେଉଁ ବ୍ୟକ୍ତି ନିଜ ପୂର୍ବଜଙ୍କୁ ଶ୍ରାଦ୍ଧ ଦାନ କରି ନଥାଏ ସେହି ବ୍ୟକ୍ତିର ପୁଣ୍ୟ ନଷ୍ଟ ହୋଇଯାଏ । ପିତୃଙ୍କୁ ଅପମାନ କରୁଥିବା ବ୍ୟକ୍ତିକୁ ପିତୃ ଦୋଷ ଲାଗିଥାଏ । ଏହାଦ୍ବାରା ବ୍ୟକ୍ତିର ମାନ ସମ୍ମାନ ସବୁକିଛି ନଷ୍ଟ ହୋଇଯାଏ ।

୧ . ଅଶ୍ୱତ୍ଥ ଗଛ:-

ଏହି ଗଛରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ । ଏହାକୁ ସାକ୍ଷାତ ବିଷ୍ଣୁ ସ୍ୱରୂପ ବୋଲି କୁହାଯାଏ । ଅଶ୍ୱତ୍ଥ ଗଛରେ ପାଣି ଦେଲେ ବ୍ୟକ୍ତିର ଜନ୍ମ ଜନ୍ମାନ୍ତର ପାପ ଦୂର ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ପିତୃ ପକ୍ଷରେ ସବୁ ପିତୃ ଦେବ ଏହି ଅଶ୍ୱତ୍ଥ ଗଛ ଜରିଆରେ ହିଁ ପୃଥିବୀକୁ ଆସନ୍ତି । ପିତୃ ପକ୍ଷରେ ପ୍ରତ୍ୟେକ ବ୍ୟକ୍ତି ଅଶ୍ୱତ୍ଥ ଗଛର ପୂଜା କରିବା ଉଚିତ । ଯେଉଁ ବ୍ୟକ୍ତି ଏହି ଗଛ ଲଗାଇ ଥାଏ ତାର ସବୁ ପାପ ଦୂର ହୋଇଥାଏ । ଏହାବ୍ୟତୀତ ପିତୃ ପୂର୍ବଜ ପ୍ରସନ୍ନ ହୋଇ ସବୁ ପ୍ରକାରର ସୁଖ ସମୃଦ୍ଧି ଦେଇଥାନ୍ତି । ଅଶ୍ୱତ୍ଥ ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଏହି ଗଛ ଲଗାଇଲେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ।

୨ . ବେଲ ଗଛ:-

ଏହି ଗଛ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହି ଗଛ ଯେଉଁ ସ୍ଥାନରେ ରହେ ସେଠାରେ କେବେବି ନକରାତ୍ମକ ଶକ୍ତି ରହେନାହିଁ । ମହାଦେବଙ୍କୁ ବେଲପତ୍ର ଚଢ଼ାଇଲେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ପିତୃ ପକ୍ଷରେ ଏହି ଗଛକୁ ଘରର ଅଗଣାରେ ଲଗାଇଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାଦ୍ବାରା ପିତୃ ଦେବ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

୩ . ତୁଳସୀ ଗଛ:-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ଗଛ ଅଟେ । ଏମିତିକି ଭଗବାନ ବିଷ୍ଣୁ ବିନା ତୁଳସୀ ପତ୍ରରେ ଭୋଗ ସ୍ୱୀକାର କରନ୍ତି ନାହିଁ । ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିର ମୁହଁରେ ତୁଳସୀ ପତ୍ର ଦେଲେ ସେହି ବ୍ୟକ୍ତିର ସବୁ ପାପ ଦୂର ହୋଇଥାଏ ଏବଂ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ପିତୃ ପକ୍ଷରେ ଏହି ଗଛର ଅନେକ ମହତ୍ତ୍ୱ ରହିଛି । ପିତୃ ପକ୍ଷରେ ଏହି ଗଛ ଲଗାଇଲେ ପୂର୍ବଜଙ୍କର କେବେ ଦୁର୍ଗତି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *