ମହିଳା ମାନେ ଏହି ସ୍ଥାନରେ ସିନ୍ଦୁର ଲଗାଇଲେ ବଢ଼ିଥାଏ ସ୍ୱାମୀ ଏବଂ ସନ୍ତାନଙ୍କ ଅୟୁଷ । ନିଶ୍ଚୟ ମାନନ୍ତୁ ।

ହିନ୍ଦୁ ଧର୍ମରେ ସିନ୍ଦୁରର ଏକ ବିଶେଷ ମହତ୍ତ୍ୱ ରହିଛି । ବିବାହିତା ମହିଳା ମାନେ ସିନ୍ଦୁର ଲଗାଇବାକୁ ବାଧ୍ୟ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । କିନ୍ତୁ ସିନ୍ଦୁର ଲଗାଇବାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସିନ୍ଦୁର ମଙ୍ଗଳ ଗ୍ରହର ପ୍ରତୀକ ଅଟେ । ତେଣୁ ଏହାକୁ ମହିଳା ମାନେ ଧାରଣ କରିବା ଦ୍ୱାରା ସ୍ୱାମୀଙ୍କର ଉନ୍ନତି ହୋଇଥାଏ ।

ଏହାବ୍ୟତୀତ ଘର ଉପରେ କିମ୍ବା ସ୍ୱାମୀଙ୍କ ଉପରେ ଥିବା ମଙ୍ଗଳ ଦୋଷ ଦୂର ହୋଇଥାଏ । ମହିଳା ମାନେ ପ୍ରତ୍ୟେକ ଶୁକ୍ରବାର ଦିନ ନିଜ ସ୍ୱାମୀ ହାତରୁ ସିନ୍ଦୁର ଧାରଣ କରିବା ଉଚିତ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ ।

ଶାସ୍ତ୍ର ଅନୁଯାୟୀ ମହିଳା ମାନେ ଚାରୋଟି ସ୍ଥାନରେ ସିନ୍ଦୁର ଲଗାଇବା ଉଚିତ । ତାହା ହେଉଛି ସିଂଥିରେ , କପାଳରେ , କଣ୍ଠରେ ଏବଂ ମଣିବନ୍ଧରେ । ବିବାହିତା ମହିଳା ନିଜ ସିଂଥିରେ ସିନ୍ଦୁର ଧାରଣ କରନ୍ତି ତାହା ମାତା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ , ଯାହାଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୁଅନ୍ତି । କଣ୍ଠରେ ମାତା ସରସ୍ୱତୀଙ୍କ ଉଦ୍ଦେଶ୍ୟରେ , ଯାହାଦ୍ୱାରା ସନ୍ତାନ ଦୀର୍ଘାୟୁ ହୋଇଥାନ୍ତି । କପାଳରେ ସିନ୍ଦୁର ସାବିତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ନିଜ ଶାଶୁ ଶ୍ୱଶୁରଙ୍କ ଦୀର୍ଘ ଆୟୁଷ କାମନା କରି ଧାରଣ କରିଥାନ୍ତି । ଏହାପରେ ମଣିବନ୍ଧରେ ମାତା ପାର୍ବତୀଙ୍କ ଉଦ୍ଦେଶ୍ୟରେ ସିନ୍ଦୁର ଲଗାଇବା ଉଚିତ ଯାହାଦ୍ୱାରା ମାତା ପାର୍ବତୀ ମହିଳାଙ୍କୁ ସତିତ୍ୱ ପ୍ରଦାନ କରିବେ ।

ତେଣୁ ପ୍ରତ୍ୟେକ ବିବାହିତା ମହିଳା ଏହି ଚାରୋଟି ସ୍ଥାନରେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ସିନ୍ଦୁର ଲଗାଇବା ଉଚିତ । ସିଂଥିରେ ଜଣେ ବିବାହିତା ମହିଳା ସିନ୍ଦୁର ଲଗାଇଲେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ସହିତ ନିଜ ଆୟୁଷ କମ ହୋଇଥାଏ । ଯାହାଦ୍ୱାରା ସେ ସଧବା ଅବସ୍ଥାରେ ହିଁ ମୃତ୍ୟୁ ବରଣ କରିବେ । କଣ୍ଠ ଏବଂ ମଣିବନ୍ଧରେ ସିନ୍ଦୁର ଲଗାଇଲେ ମହିଳା ମାନେ ଭାଗ୍ୟବତୀ ହୋଇଥାନ୍ତି ।

ଅର୍ଥାତ ବିବାହିତା ମହିଳା ସିଂଥିରେ ଲଗାଉଥିବା ସିନ୍ଦୁର ଶକ୍ତି , କଣ୍ଠରେ ଲଗାଉଥିବା ସିନ୍ଦୁର ମୁକ୍ତି , କପାଳରେ ଲଗାଉଥିବା ସିନ୍ଦୁର ଭକ୍ତି ଏବଂ ମଣିବନ୍ଧରେ ଲଗାଉଥିବା ସିନ୍ଦୁର ସତୀର ପ୍ରତୀକ ହୋଇଥାଏ । ସିଂଥିରେ ସିନ୍ଦୁର ଲଗାଇବା ସମୟରେ ” ଓଁ ମହାଲକ୍ଷ୍ମୀ ନମଃ ” , କପାଳରେ ଲଗାଇବା ସମୟରେ ” ଓଁ ସାବିତ୍ରୀ ଦେବୀ ନମଃ ” , କଣ୍ଠରେ ଲଗାଇବା ସମୟରେ ” ଓଁ ସରସ୍ଵତୀ ନମଃ ” ଏବଂ ମଣିବନ୍ଧରେ ଲଗାଇବା ସମୟରେ ” ଓଁ ପାର୍ବତୀ ଦେବୀ ନମଃ ” ଏହି ସବୁ ମନ୍ତ୍ରର ଜପ କରିବା ଉଚିତ ।

Leave a Reply

Your email address will not be published. Required fields are marked *