ଘରେ ଚପଲ ପିନ୍ଧୁଥିବା ଲୋକ ଏହି ପୋଷ୍ଟ ଥରେ ନିଶ୍ଚିନ୍ତ ପଢ଼ନ୍ତୁ

ସାଙ୍ଗମାନେ ଘରୁ ବାହାରିଲା ବେଳେ ଚପଲ ଛିଣ୍ଡିଯିବା, ପଶୁ ମାନଙ୍କୁ ଦେଖିବା କିମ୍ବା ପିମ୍ପୁଡି ଗଦା ଦେଖିବା ଓ ମରିଯାଇଥିବା ପକ୍ଷୀ ଆସି ତଳେ ପଡିବା ଏହି ସବୁର ଅଲଗା ଅଲଗା ଅର୍ଥ ରହିଥାଏ | ଶକୁନି ଶାସ୍ତ୍ର ରେ ଏହି ସବୁ ସଂକେତ ବିଷୟରେ କୁହାଯାଇଛି | ତେବେ ଆଜି ଆମେ ଆପଣ ମାନଙ୍କୁ ଏହା ସହିତ ଜଡିତ ଖବର ବିଷୟରେ କହିବୁ | ସାଙ୍ଗମାନେ ଯେତେବେଳେ ଆପଣ ଘରୁ ବାହାରକୁ ବାହାରିଥାନ୍ତି ସେତେବେଳେ ଘରର ବଡ ଲୋକ ମାନେ ମିଠା ଦହି କିମ୍ବା ମହୁ ଖାଇବାକୁ ଦେଇଥାନ୍ତି |

କାହିଁକି ନା ଏହା ଦ୍ୱାରା ଶୁଭ ହୁଏ ବୋଲି ବିଶ୍ୱାସ କରାଯାଏ, ଯଦି ବିଲେଇ ରାସ୍ତା କାଟିଥାଏ ତାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ କିନ୍ତୁ ଏଇ ଶୁଭ ଏବଂ ଅଶୁଭ କଣ ହୋଇଥାଏ?

ଶାସ୍ତ୍ରରେ କୁହାଯାଏ କି ଯେତେବେଳେ ଆମେ ଏହିପରି କିଛି ସଂକେତ ଦେଖୁ ତାକୁ ଶୁଭ ଏବଂ ଅଶୁଭ ବୋଲି କୁହାଯାଇଥାଏ | ଏହି ଶୁଭ ଏବଂ ଅଶୁଭ ସଂକେତ କୁ ଆମେ ଅଣଦେଖା କରିବା ଉଚିତ ନୁହେଁ | ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ ଏହି ଶୁଭ ଏବଂ ଅଶୁଭ ବିଷୟରେ | ଚାଲନ୍ତୁ ଜାଣିବା ଶୁଭ ସଂକେତ ବିଷୟରେ..

ଗାଈ କିମ୍ବା ଯୋଡ଼ା ପାରା ଦେଖିବା – ଘରୁ କୌଣସି କାର୍ଯ୍ୟ ରେ ବାହାରିଲା ସମୟରେ ଯଦି ବାଟରେ ଗାଈ ଦେଖାଯାଏ ତେବେ ତାକୁ ଶୁଭ ବୋଲି ବିଶ୍ୱାସ କରାଯାଏ |ତେବେ ବାଟରେ ଓଲଟା କଇଁଛ କିମ୍ବା ଯୋଡ଼ା ପାର ଦେଖିବା ମଧ୍ୟ ଶୁଭ ସଂକେତ ହୋଇଥାଏ | ଯେଉଁ କାର୍ଯ୍ୟ ରେ ଆପଣ ବାହାରିଥାନ୍ତି ତାହା ଶୁଭ ହୋଇଥାଏ |

ଜଳପୂର୍ଣ ବାସନ – ତେବେ ସାଙ୍ଗମାନେ ଯଦି କୌଣସି ଶୁଭ କାର୍ଯ୍ୟ ରେ ବାହାରିବ ସମୟ ରେ ଆପଣ ଜଳପୂର୍ଣ ବାସନ ଦେଖୁଛନ୍ତି ତେବେ ବୁଝି ନିଅନ୍ତୁ ଭବିଷ୍ୟତ ରେ କିଛି ଭଲ ହେବାକୁ ଯାଉଛି | ଏହାକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ର ରେ କୁହାଯାଇଛି |

ଅଟା କିମ୍ବା ଦାନା – ଅଟା କିମ୍ବା ଦାନ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ରେ ବାହାରିବା ସମୟ ରେ,ଅଟା କିମ୍ବା ଦାନା ଦେଖୁଛନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ବୋଲି କୁହାଯାଇଛି | ଆପଣଙ୍କର ଯାତ୍ରା ନିଶ୍ଚିନ୍ତ ଶୁଭ ହେବ |

ଶବ ଦେଖିବା – ରାସ୍ତାରେ ଯିବା ସମୟରେ ଯଦି ଆପଣଙ୍କୁ କାହାର ଶବ ଦେଖାଯାଏ, ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ | ଯଦି ଏହି ଶବ ଆପଣଙ୍କ ଡାହାଣ ପାଶ୍ୱରେ ଯାଉଥାଏ ତାହାଲେ ବହୁତ ଶୁଭ ହୋଇଥାଏ, ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ଏହିପରି ପ୍ରାଥନା କରିବା ଉଚିତ ହୋଇ ଥାଏ |

ନେଉଳ ଦେଖିବା – ରାସ୍ତାରେ ଯିବା ସମୟ ରେ ଯଦି ନେଉଳ ଆପଣଙ୍କ ବାଟ କାଟେ ତାହେଲେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ | ଏହା ଛଡା ହାତୀ,ଘୋଡା ଓ ମୟୁର ଦେଖିବା ମଧ୍ୟ ଶୁଭ ହୋଇଥାଏ |

ଶଙ୍ଖ ଆଉ ଘଣ୍ଟି ଶବ୍ଦ ଶୁଣାଯିବ – ଯଦି ଘରୁ ବାହାରିବ ସମୟ ରେ ଆପଣଙ୍କୁ ଭଜନ କୀର୍ତ୍ତନ କିମ୍ବା କୌଣସି ଶଙ୍ଖ ଆଉ ଘଣ୍ଟ ଘଂଟିର ଧ୍ୱନି ଶୁଣାଯାଏ ତାହେଲେ ତାହା ଶୁଭ ହୋଇଥାଏ |

ଅଘୋରୀ ଆଉ ସାଧୁ ସନ୍ଥ ସହ ଦେଖା ହେବା – ଯଦି ଘରୁ ବାହାରିଲା ସମୟରେ କୌଣସି ସାଧୁ, ସନ୍ଥଙ୍କ ସହ ଦେଖା ହୁଏ ତେବେ ଏହା ସବୁଠୁ ଶୁଭ ବୋଲି ବିଶ୍ୱାସ କରାଯାଏ | ତାଙ୍କୁ ପ୍ରଣାମ କାରି ଆଗକୁ ବଢିବା ଦ୍ୱାରା ଶୁଭ ହୋଇଥାଏ |

ପିମ୍ପୁଡି ଗଦା ଦେଖାଯିବା – ଯଦି ଘରେ ଆପଣଙ୍କୁ କୌଣସି କାର୍ଯ୍ୟ ସମୟ ରେ ପିମ୍ପୁଡି ଦେଖାଯାଏ, ତେବେ ଆପଣ ଏହାକୁ ଶୁଭ ସଂକେତ ବୋଲି ଜାଣନ୍ତୁ |

ତେବେ ଏବେ ଆସନ୍ତୁ ଜାଣିବା ଅଶୁଭ ସଂକେତ ବିଷୟରେ

କଡା ଆଉ ଖଟା ପଦାର୍ଥ – କୌଣସି କାର୍ଯ୍ୟ ରେ ବାହାରକୁ ଯିବା ସମୟରେ କଡା ଆଉ ଖଟା ପଦାର୍ଥ ଖାଇବା ଉଚିତ ନୁହେଁ | କାରଣ ଏହା ଅଶୁଭ ବୋଲି ବିଶ୍ୱାସ କରାଯାଏ, ତେବେ ବାହାରକୁ ଯିବା ସମୟରେ ମିଠା ଖାଇ ଯାନ୍ତୁ ଶୁଭ ହୋଇଥାଏ |

ଚି଼ଙ୍କିବା – ବାହାରକୁ ବାହାରିବ ସମୟ ରେ ଯଦି କେହି ଚି଼ଙ୍କିବେ, ତେବେ ଏହାକୁ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ | ଯଦି ଏହି ପରି ହୁଏ ପାଣି ପିଇ କିଛି ମିଠା ଖାଇ ଘରୁ ବାହାରନ୍ତୁ ଶୁଭ ହୋଇଥାଏ |

ଚଢେଇ ଶବ – ଯଦି ଆପଣଙ୍କ ବାହାରକୁ ବାହାରିବ ସମୟ ରେ କୌଣସି ଚଢେଇ ମରିଥିବା ଦେଖନ୍ତି ତେବେ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ |

ଘରୁ ବାହାରିବ ସମୟ ରେ ଯଦି ଆପଣଙ୍କୁ ପଛରୁ କିଏ ଡାକନ୍ତି ତାହେଲେ ଏହା ଅଶୁଭ ବୋଲି ବିଶ୍ୱାସ କରାଯାଏ | କୌଣସି କାର୍ଯ୍ୟ ରେ ଯିବା ସମୟ ରେ ଯଦି ଆପଣଙ୍କ ଚପଲ କିମ୍ବା ଜୋତା ଛିଡ଼ିଯାଏ ତାହେଲେ ଏହା ଅଶୁଭ ହୋଇଥାଏ | ଘରୁ ବାହାରକୁ ବାହାରିବ ସମୟ ରେ ଯଦି ଆପଣଙ୍କୁ କୌଣସି ପୋଷାକ ମିଳୁନାହିଁ ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ | ତେବେ କୌଣସି କାର୍ଯ୍ୟ ରେ ଯିବା ସମୟ ରେ ଯଦି ଆପଣଙ୍କୁ ଫଟା ଅଣ୍ଡା ଦେଖା ଯାଏଁ ଏହା ମଧ୍ୟ ଅଶୁଭ ହୋଇଥାଏ କୌଣସି କଳା ମୁହଁ ଥିବା ମାଙ୍କଡ କୁ ଦେଖିବା ମଧ୍ୟ ଅଶୁଭ | ଏମିତି ହେଲେ ଘରେ କିଛି ସମୟ ରହି ଗଙ୍ଗା ପାଣି ଛିଞ୍ଚି ହୋଇଯାନ୍ତୁ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *