ପିତୃ ପକ୍ଷରେ ଭୁଲରେବି ବନାନ୍ତୁ ନାହିଁ ଏହି ଦୁଇ ପ୍ରକାରର ଭୋଜନ । ନଚପିତୃ ପୁରୁଷ ହେବେ କ୍ରୋଧିତ ଏବଂ ଲାଗିବ ପିତୃ ଦୋଷ ।

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଠାରୁ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃ ପକ୍ଷ ପାଳିତ ହୋଇଥାଏ । ଚଳିତ ବର୍ଷ ପିତୃ ପକ୍ଷ ସେପ୍ଟେମ୍ବର ୨୯ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ରେ ସମାପନ ହେବ ।ଏହି ୧୬ ଦିନର ପିତୃ ପକ୍ଷରେ ମନୁଷ୍ୟକୁ ନିଜ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ କରିବାର ଆବଶ୍ୟକତା ରହିଛି । ପିତୃଙ୍କୁ ପ୍ରସନ୍ନ କରିବା ହିନ୍ଦୁ ଧର୍ମରେ ଜରୁରୀ ଅଟେ । ନଚେତ ବ୍ୟକ୍ତିତ୍ୱ କୁଳ ନଷ୍ଟ ହୋଇଯାଏ ।

ମାତ୍ର ଯେଉଁମାନେ ପିତୃଙ୍କୁ ପ୍ରସନ୍ନ କରନ୍ତି ସେମାନେ ଜୀବନରେ ସବୁ କାର୍ଯ୍ୟରେ ସଫଳତା ଲାଭ କରନ୍ତି । ଭଗବାନ ବିଷ୍ଣୁ ଗରୁଡ଼ ପୁରାଣରେ କହିଛନ୍ତି ଯେ ପୂର୍ବଜ ଏହି ପିତୃ ପକ୍ଷରେ ନିଜ ପ୍ରିୟଜନଙ୍କୁ ଆଶୀର୍ବାଦ ଦେବାକୁ ଆସନ୍ତି । କିଛି ପବିତ୍ର ସ୍ଥାନ ଯଥା ଗୟା କିମ୍ବା ବଦ୍ରିନାଥରେ ପିତୃଙ୍କୁ ଶ୍ରାଦ୍ଧ ଦେଲେ ପିତୃଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି । ନଚେତ ଲୋକେ ଘରର ଯେକୌଣସି ସ୍ଥାନରେ ଶ୍ରାଦ୍ଧ ଦେଇ ପାରିବେ । କିନ୍ତୁ ପିତୃଙ୍କୁ ଶ୍ରାଦ୍ଧ ଏବଂ ଆବାହନ କେବଳ ଦିନରେ କରାଯାଏ ।

୧ . ପିତୃ ପକ୍ଷରେ ପୂର୍ବଜଙ୍କ ସହିତ ଅନ୍ୟାନ୍ୟ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରି ପାରନ୍ତି । ତେଣୁ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚିବା ଉଚିତ । ଏହାଦ୍ବାରା ପୂର୍ବଜ ପ୍ରସନ୍ନ ହୁଅନ୍ତି ।

୨ . ପିତୃ ପୁରୁଷଙ୍କ ନିମିତ୍ତ ଭୋଜନ ପ୍ରସ୍ତୁତ କରି ଫୋଟ ସାମ୍ନାରେ ନରଖି , ସେଥିରୁ ଅଳ୍ପ ଗୋମାତା , କୁକୁର ଏବଂ କାଉକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସେହି ଭୋଜନ ପିତୃଙ୍କୁ ପ୍ରାପ୍ତ ହେବ ।

୩ . ପିତୃ ପକ୍ଷରେ ପିତୃଙ୍କ ଫୋଟ ସାମ୍ନାରେ ଘିଅ ଦୀପ ଜାଳି ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ମଧ୍ୟ ପିତୃ ପୂର୍ବଜ ପ୍ରସନ୍ନ ହୁଅନ୍ତି ।

୪ . ପିତୃ ପକ୍ଷରେ ପିତୃଙ୍କ ନିମିତ୍ତ ଶ୍ରାଦ୍ଧ କରି ନପାରିଲେ ଦକ୍ଷିଣ ଦିଗରେ ଏକ ଦୀପ ନିଶ୍ଚୟ ଜାଳନ୍ତୁ । ଏହାବ୍ୟତୀତ ଗୋମାତାଙ୍କୁ ରୋଟି ଖୁଆଇ ଦକ୍ଷିଣ ଦିଗକୁ ମୁହଁ କରି ପୂର୍ବଜଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।

୫ . ଯଦି ଆପଣ ପିତୃ ପକ୍ଷରେ ତିଳ ଦାନ କରନ୍ତି ତେବେ ପୂର୍ବଜ ବହୁତ ଜଲଦି ପ୍ରସନ୍ନ ହେବା ସହିତ ସେମାନଙ୍କୁ ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥାଏ ।

୬ . ପିତୃ ପକ୍ଷରେ ଭୁଲରେବି ନିମ ଗଛ ଏବଂ ଅଶ୍ୱତ୍ଥ ଗଛ କାଟିବା ଉଚିତ ନୁହେଁ । ନଚେତ ପିତୃ ଦୋଷ ଉତ୍ପନ୍ନ ହୋଇଥାଏ । ବରଂ ଏହି ଦିନ ଅଶ୍ୱତ୍ଥ ଗଛ ଲଗାଇଲେ ପିତୃ ଦୋଷ ଥିଲେ ତାହା ଦୂର ହୋଇଯିବ ।

୭ . ପିତୃ ପକ୍ଷରେ ତୁଳସୀ ଗଛରେ ତିଳ ମିଶ୍ରିତ ଜଳ ଚଢ଼ାଇ ଭଗବାନ ବିଷ୍ଣୁଙ୍କୁ ପିତୃଙ୍କ ମୋକ୍ଷ ପାଇଁ ପ୍ରାର୍ଥନା କରନ୍ତୁ ।

୮ . ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ କ୍ଷୀର ଏବଂ ଚିନିରେ ତିଆରି ଖିରି ତିଆରି କରି ଅର୍ପିତ କରି ପାରିବେ । ଏହାଦ୍ବାରା ସେମାନେ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ବଇତାଳୁ ତରକାରୀ , ଶୁଦ୍ଧ ଘିଅରେ ତିଆରି ରୋଟି , ହଳଦିଆ ମୁଗ ଡାଲି ଏବଂ ଧଳା ବିରି ଡାଲି , ଅଟାରେ ତିଆରି ପୁରୀ ଇତ୍ୟାଦି ପିତୃଙ୍କୁ ଅଧିକ ପସନ୍ଦ ଆସୁଥିବା ଭୋଜନ ବନାଇ ପାରିବେ ।

୯ . ପିତୃଙ୍କ ନିମିତ୍ତ ଭୋଜନ ବନାଇବା ସମୟରେ ତାହାକୁ ଚାଖିବା ଉଚିତ ନୁହେଁ । ଏହାକୁ ବନାଇବା ପୂର୍ବରୁ ସ୍ନାନ କରି ସମ୍ପୂର୍ଣ୍ଣ ଶୁଦ୍ଧ ହେବା ପରେ ହିଁ ଭୋଜନ ପ୍ରସ୍ତୁତ କରିବା ଉଚିତ ।

୧୦ . ମାସିକ ଧର୍ମ ଥିବା ମହିଳା ପିତୃଙ୍କ ନିମିତ୍ତ ଭୋଜନ ବନାଇବା ଉଚିତ ନୁହେଁ । ଏହାବ୍ୟତୀତ ରୋଷେଇ ପୂର୍ବରୁ ରୋଷେଇ ଘରକୁ ସମ୍ପୂର୍ଣ୍ଣ ଶୁଦ୍ଧ କରିବା ଉଚିତ ।

Leave a Reply

Your email address will not be published. Required fields are marked *