ତେବେ ଏହି ଆଳସ୍ୟତାକୁ ବୁଝାଇବା ପାଇଁ ପ୍ରଥମେ ଆମେ ଏକ କାହାଣୀ କହିବୁ । କାହାଣୀ ଅନୁଯାୟୀ ଗୋଟିଏ ଦିନ ଜଣେ ବ୍ୟକ୍ତି ଜଣେ ସାଧୁଙ୍କ ପାଖକୁ ନିଜର ଆଳସ୍ୟ ସମସ୍ୟା ନେଇ ଆସିଲେ ଏବଂ ସେଥିରୁ ବର୍ତ୍ତିବା ପାଇଁ କିଛି ପରାମର୍ଶ ମାଗିଲେ । ଯେଉଁଥିରେ ଉତ୍ତରରେ ସାଧୁ ତାଙ୍କୁ ତାଙ୍କ ଆଳସ୍ୟତାର ପ୍ରମାଣ ମାଗିଲେ ।
ପ୍ରମାଣରେ ସେ କହିଥିଲେ ଯେ କେବଳ ସେ ନିଜେ ଭାବୁ ନାହାନ୍ତି ଯେ ସେ ଅଳସୁଆ ବରଂ ଗାଁ ଲୋକେ ମଧ୍ୟ କହୁଛନ୍ତି । ଏହାପରେ ସାଧୁ ଜଣକ ତାଙ୍କୁ ଆଳସ୍ୟତାର ଅର୍ଥ ପଚାରିଲେ । ଯାହାର ଉତ୍ତରରେ ବ୍ୟକ୍ତି କହିଛନ୍ତି ଯେ ‘ ଏହି ଆଳସ୍ୟତା କଣ ତାହା ମୁଁ ଜାଣିନାହିଁ ମାତ୍ର ଏହା ନିଶ୍ଚୟ ଜାଣିଛି ଯେ ଏହା ଅତ୍ୟନ୍ତ ଖରାପ ଜିନିଷ ଏବଂ ମୋ ମଧ୍ୟରେ ରହିଛି । ‘
ଉତ୍ତରରେ ସାଧୁ ଜଣକ କହିଛନ୍ତି ଯେ ଆଳସ୍ୟତା ପ୍ରାକୃତିକ ଜିନିଷ ତାହା ଖରାପ କି ଭଲ ନୁହେଁ । ଯାହା ମନୁଷ୍ୟର ଭାବ କିମ୍ବା ବିଚାର ଯାହା ଜାଣଅଜାଣତରେ ସୃଷ୍ଟି ହୋଇଥାଏ । ଶରୀର ମଧ୍ୟରେ ଏହି ଆଳସ୍ୟତା ଦୁଇଟି କାରଣରୁ ହୋଇଥାଏ । ପ୍ରଥମତଃ ଭୋଜନ କାରଣରୁ ଏବଂ ଦ୍ୱିତୀୟ କାରଣ ହେଉଛି ଠିକ ସ୍ଥିତିରେ ନଶୋଇବା ଏବଂ ବସିବା । ସାଧରଣତଃ ଗୌତମ ବୁଦ୍ଧଙ୍କ ଠାରୁ ଏହି ଶିକ୍ଷା ପ୍ରାପ୍ତ କରିବା ଉଚିତ । କାରଣ ଜଣେ ବ୍ୟକ୍ତି ତାଙ୍କ କଥା ନଶୁଣିବି କେବଳ ତାଙ୍କୁ ଦେଖିହିଁ ଅନେକ କିଛି ଶିକ୍ଷା କରି ପାରିବ । କାରଣ ଗୌତମ ବୁଦ୍ଧ ସବୁବେଳେ ମେରୁଦଣ୍ଡ ସିଧା କରି ବସିଥାନ୍ତି ।
ତେଣୁ ଶାରୀରିକ ଆଳସ୍ୟତା ମୁଖ୍ୟ କାରଣ ହେଉଛି ସକାଳୁ ଜଲଦି ନଉଠିବା । ତେଣୁ ସାଧୁ ଜଣକ ବ୍ୟକ୍ତିଙ୍କୁ କହିଛନ୍ତି ଯେ ସକାଳୁ ଜଲଦି ଉଠିବା ପାଇଁ ପ୍ରଥମେ ଶୋଇବାର ସମୟ ଠିକ ନିର୍ଦ୍ଧାରଣ କରିବାକୁ ପଡ଼ିଥାଏ । ଠିକ ସମୟରେ ଶୋଇଲେ ହିଁ ଠିକ ସମୟରେ ଉଠିହେବ ।
ଏଥିପାଇଁ ସାହାଯ୍ୟକାରୀ ହେଉଛି ଅନୁଶାସନ । ଅନେକ ଲୋକ ଅନୁଶାସନକୁ ପସନ୍ଦ କରନ୍ତି ନାହିଁ । କାରଣ ସେମାନେ ଭାବନ୍ତି ଯେ ତାହା ମନୁଷ୍ୟର ସ୍ୱାଧୀନତା ଛଡ଼ାଇ ନିଏ । ମାତ୍ର ବାସ୍ତବରେ ତାହାହିଁ ମନୁଷ୍ୟକୁ ରକ୍ଷା କରେ । ଏଥିପାଇଁ ଖାଦ୍ୟ ପାନୀୟ ବସିବା ଚାଲିବା ଠିକ ଭାବରେ ପରବର୍ତ୍ତନ କରିବା ଉଚିତ ।
ଏହାସହିତ ମାନସିକ ଭାବରେ ଦୃଢ଼ ରହିବା ଆବଶ୍ୟକ । କାରଣ ସାଧୁଙ୍କ କହିବା ଅନୁଯାୟୀ ଅନେକ ସମୟରେ ଆଳସ୍ୟତାର କାରଣ ମନୁଷ୍ୟର ଦୁର୍ବଳ ଆତ୍ମବିଶ୍ୱାସ ହୋଇଥାଏ । କାରଣ ସେ ଭାବିଥାଏ ଯେ ମନୁଷ୍ୟ ଥରେ ଅସଫଳ ହୋଇ ଆଉ ଥରେବି ଅସଫଳ ହୋଇଯିବ । ତେଣୁ ସର୍ବପ୍ରଥମେ ଅଭ୍ୟାସ ଏବଂ ମନୋବଳକୁ ଦୃଢ଼ କରିବା ଉଚିତ ।ଆଉ ଅନ୍ୟ ସମୟରେ ଆଳସ୍ୟତାର କାରଣ ହେଉଛି ଅଳସୁଆ ଲୋକଙ୍କ ସାଥି ହେବା ।
ସାଧୁଙ୍କ ଅନୁଯାୟୀ ଆଳସ୍ୟତାର ଚତୁର୍ଥ କାରଣ ହେଉଛି କୌଣସି ଲକ୍ଷ ନରହିବା । ତେଣୁ ପ୍ରଥମେ ତାହାର ଲକ୍ଷ ନିର୍ଦ୍ଧାରଣ ପରେ ହିଁ କାମ ଆରମ୍ଭ କରିବା ଉଚିତ । ଆଳସ୍ୟତା ସବୁବେଳେ ସେହି କାମକୁ ରୋକିଥାଏ ଯେଉଁ କାମର କୌଣସି ନିର୍ଦିଷ୍ଟ ଲକ୍ଷ ନଥାଏ । ତେଣୁ ସାଧୁ ଜଣକ ବ୍ୟକ୍ତିଙ୍କୁ ବୁଝାଇ କହିଛନ୍ତି ଯେ ଯେଉଁଠି ଅସ୍ପଷ୍ଟତା ତହିଁ ସେହିଠାରେ ହିଁ ଆଳସ୍ୟତା ଥାଏ ।