ପିତୃ ପକ୍ଷରେ ଘରର ଦ୍ୱାରକୁ ଏହି ତିନୋଟି ଜୀବଆସିଲେ ମିଳିଥାଏ ଶୁଭ ସଙ୍କେତ । ନିଶ୍ଚୟ ଜାଣି ନିଅନ୍ତୁ ।

ହିନ୍ଦୁ ଧର୍ମରେ ପିତୃ ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଅନେକ ବିଶେଷ ମହତ୍ତ୍ୱ ରହିଛି । ଏଭଳି ମାନ୍ୟତା ରହିଛି ଯେ ଏହି ଦିନ ପିତୃ ପୁରୁଷ ନିଜ ପରିବାର ଲୋକଙ୍କ ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦିଅନ୍ତି । ଏହାଦ୍ବାରା ସେହି ବ୍ୟକ୍ତିର ଜୀବନରେ ସବୁ ସମସ୍ୟା ଦୂର ହୋଇଯାଏ । ଚଳିତ ପିତୃ ପକ୍ଷ ୨୯ ସେପ୍ଟେମ୍ବର ଶୁକ୍ରବାର ଦିନ ଆରମ୍ଭ ହେଉଛି ଏବଂ ଅକ୍ଟୋବର ୧୪ ରେ ତାହାର ସମାପନ ହେବ । ଏଭଳି କୁହାଯାଏ ଯେ ପିତୃଙ୍କ ମୃତ୍ୟୁ ପରେ ଯମ ଲୋକ ଯିବା ରାସ୍ତାରେ କଷ୍ଟ ନେହେବା ପାଇଁ ଶ୍ରାଦ୍ଧ ତର୍ପଣ କରାଯାଏ ଏବଂ ଏହି ସମୟରେ କୌଣସି ପଶୁ ପକ୍ଷୀ ସେହି ଶ୍ରାଦ୍ଧ ଭୋଜନ ଗ୍ରହଣ କଲେ ଶ୍ରାଦ୍ଧ ସଫଳ ହୋଇଥାଏ । ଏଭଳି କୁହାଯାଏ ଯେ ଏହିଦିନ ବିଭିନ୍ନ ଭୋଜନ ବନାଇ ଜୀବଜନ୍ତୁଙ୍କୁ ଖାଇବାକୁ ଦେଲେ ପିତୃ ପୁରୁଷ ପ୍ରସନ୍ନ ହୁଅନ୍ତି ।

ପିତୃ ପକ୍ଷରେ ଘରକୁ ତିନୋଟି ପ୍ରାଣୀ ଆସିଲେ ତାହାକୁ ଶୁଭ ବିବେଚନା କରିବା ଉଚିତ । ଏହାର ଅର୍ଥ ଆପଣଙ୍କ ଶ୍ରାଦ୍ଧ ଦ୍ୱାରା ଆପଣଙ୍କ ପିତୃ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ତେଣୁ ପିତୃ ପକ୍ଷରେ ଦ୍ୱାରକୁ ଆସୁଥିବା କୌଣସି ପ୍ରାଣୀକୁ ଅନାଦର କରିବା ଉଚିତ ନୁହେଁ ।

୧ . କାଉ:-

ଗରୁଡ଼ ପୁରାଣ ଅନୁଯାୟୀ ପୂର୍ବଜ ଶ୍ରାଦ୍ଧ ପକ୍ଷରେ କାଉର ରୂପ ଧାରଣ କରି ଆସନ୍ତି । ଏହାବ୍ୟତୀତ କୌଣସି ଅଶ୍ୱତ୍ଥ ଗଛ ଉପରେ କାଉ ବସିଲେ ତାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାବ୍ୟତୀତ ପିତୃ ପକ୍ଷରେ କୌଣସି କାଉ ଆସି ଘରେ ବସି ରାବିବା ସହିତ ପିତୃଙ୍କ ନିମନ୍ତେ ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରେ ତେବେ ତାହା ପୂର୍ବଜଙ୍କ ଦ୍ଵାରା ଶ୍ରେଷ୍ଠ ଫଳ ସଙ୍କେତ ବୋଲି ବିଶ୍ୱାସ କରାଯାଏ । ଏହାର ଅର୍ଥ ପିତୃ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଛନ୍ତି । କିନ୍ତୁ ଯଦି କାଉ ପିତୃ ପକ୍ଷରେ ଆସି ଘରେ ଜୋର ଜୋରରେ ରାବିବାରେ ଲାଗିଥାଏ ତେବେ ଏହାର ଅର୍ଥ ପିତୃ ପୂର୍ବଜ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି । ତେଣୁ ତାଙ୍କ ସନ୍ତୁଷ୍ଟି ପାଇଁ ଶ୍ରାଦ୍ଧ କର୍ମ କରିବା ଉଚିତ । ନଚେତ ପିତୃ ଦୋଷ କାରଣରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ ।

୨ . କୁକୁର:-

ପିତୃ ପକ୍ଷରେ ଶ୍ରାଦ୍ଧ ସମୟରେ ହଠାତ ଦ୍ୱାରରେ କୌଣସି କୁକୁର ପ୍ରକଟ ହେଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆପଣଙ୍କ ପୂର୍ବଜ କୁକୁର ରୂପରେ ଆପଣଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ତେଣୁ ଦ୍ୱାରକୁ ଆସିଥିବା କୁକୁରକୁ ଖରାପ ବ୍ୟବହାର କରନ୍ତୁ ନାହିଁ । ନଚେତ ପିତୃ ଦେବ ରୁଷ୍ଟ ହୋଇଯିବେ । ଦ୍ୱାରକୁ ଆସିଥିବା କୁକୁରକୁ ନମସ୍କାର କରି ତାକୁ ଭୋଜନ କରାନ୍ତୁ । ଏହାଦ୍ବାରା ଭାବି ଦିଅନ୍ତୁ ଯେ ଆପଣଙ୍କର ସମସ୍ତ ଦୋଷର ନାଶ ହୋଇ ଯାଇଛି ।

୩ . ଗାଈ:-

ପିତୃ ପକ୍ଷରେ ଘରର ଦ୍ୱାରରେ ହଠାତ ଗାଈ ଆସିଲେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ପୂର୍ବରୁ ଗୋମାତାଙ୍କ ରୂପରେ ଆପଣଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ତେଣୁ ଏହାକୁ ସୁଖ ସମୃଦ୍ଧିର ପ୍ରତୀକ ମାନିବା ଉଚିତ । ତେଣୁ ଦ୍ୱାରକୁ ଆସିଥିବା ଗୋମାତାଙ୍କୁ ଆପମାନ ନକରି ପ୍ରଣାମ କରି ଆଦର କରନ୍ତୁ ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ ଯଦି ଆପଣ ନିଜ ମନସ୍କାମନା ଗୋମାତାଙ୍କୁ କହି ଦିଅନ୍ତି ତେବେ ତାହା ନିଶ୍ଚୟ ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *