ପିତୃ ପକ୍ଷରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଦୁଇଟି ଜିନିଷ । ଜାଣି ରଖନ୍ତୁ କଣ କଣ ?

ପିତୃ ପକ୍ଷରେ ପିତୃ ପୂର୍ବଜଙ୍କ ନିମିତ୍ତ ଶ୍ରାଦ୍ଧ ଏବଂ ଦାନ ଧର୍ମ ତର୍ପଣ କରିବାର ବିଧାନ ରହିଛି । ଏହାଦ୍ବାରା ପିତୃ ପୂର୍ବଜ ନିଜ ପରିବାର ଲୋକଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ପିତୃ ପକ୍ଷ ରହୁଛି । ତେଣୁ ଏହି ସମୟରେ ମନୁଷ୍ୟକୁ ନିଜ ପିତୃ ପୂର୍ବଜଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ କରିବା ନିତାନ୍ତ ଜରୁରୀ ଅଟେ ।

ପିତୃ ପୂର୍ବଜଙ୍କ ଆଶୀର୍ବାଦ ହେଲେ ଘରେ କୌଣସି ସମସ୍ୟା , ଅଭାବ କିମ୍ବା ନକରାତ୍ମକ ଶକ୍ତିର ପ୍ରଭାବ ରହେ ନାହିଁ । ପିତୃ ପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ବିଷ୍ଣୁ ଗରୁଡ଼ ପୁରାଣରେ ଅନେକ ଉପାୟ ବିଷୟରେ କହିଛନ୍ତି । ପିତୃଙ୍କ ସନ୍ତୁଷ୍ଟି ନିମିତ୍ତ ସର୍ବୋତ୍ତମ ଉପାୟ ହେଉଛି ଦାନ । ତେଣୁ ଏହି ସମୟରେ ବ୍ୟକ୍ତି ତିଳ ଦାନ କଲେ ସବୁ ପାପ ନଷ୍ଟ ହୋଇଯାଏ ।

ଏହାବ୍ୟତୀତ ବସ୍ତ୍ର ଏବଂ ଗୋଦାନ ମଧ୍ୟ କରି ପାରିବେ । ଗୋଦାନ କରିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ହିନ୍ଦୁ ଧର୍ମରେ ଗୋମାତାଙ୍କ ନେଇ ଏକ ବିଶେଷ ମହତ୍ତ୍ୱ ରହିଛି । ଏଭଳି କୁହାଯାଏ ଯେ ଘରେ ଗାଈ ରଖି ସେବା କଲେ ଜନ୍ମଜନ୍ମାନ୍ତରର ପାପ ଦୂର ହୋଇଯାଏ । ତେଣୁ ଗାଈର ସେବା କରିବା ଉଚିତ ।

ସକାଳୁ ଗୋମାତାଙ୍କ ଦର୍ଶନ ହେଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ଏବଂ ଗୋବର ଦର୍ଶନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ରାସ୍ତାରେ ଗାଈ ଦେଖିଲେ ସେହି କାର୍ଯ୍ୟ ନିଶ୍ଚୟ ସଫଳ ହୋଇଥାଏ । ଜାତକରେ ପିତୃ ଦୋଷ ଥିଲେ ପ୍ରତ୍ୟେକ ଦିନ ଗୋମାତାଙ୍କୁ ଘାସ ଚାରା ଖାଇବାକୁ ଦେଲେ ସେହି ଦୋଷ ଦୂର ହୋଇଥାଏ ।

ଜାତକରେ ଶନିଦୋଷ ଥିଲେ ଶନିବାର ଦିନ କଳା ରଙ୍ଗର ଗାଈକୁ ଘାସ ଖାଇବାକୁ ଦିଅନ୍ତୁ । ଆଧ୍ୟାତ୍ମିକ , ବୈଜ୍ଞାନିକ ଏବଂ ଶାସ୍ତ୍ର ଦୃଷ୍ଟିରୁ ଗୋମୂତ୍ର ଖୁବ ଉପକାରୀ ଅଟେ । ଏଥିରେ ଅନେକ ଖଣିଜ ପଦାର୍ଥ ଏବଂ ସ୍ୱାସ୍ଥ୍ୟ ବର୍ଦ୍ଧକ ଉପାଦାନ ରହିଥାଏ । ଏହାକୁ ଘରେ ସିଞ୍ଚିବା ଦ୍ୱାରା ନକରାତ୍ମକତା ମଧ୍ୟ ଦୂର ହୋଇଥାଏ ।

ଏହାଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଜାତକରେ ଶୁକ୍ର ଦୁର୍ବଳ ଥିଲେ ଏକ ଧଳା ଗାଈକୁ ଘରର ପ୍ରଥମ ରୋଟି ଏବଂ ବୁଧ ଦୁର୍ବଳ ଥିଲେ ବୁଧବାର ଦିନ ଘାସ ଖୁଆଇବା ଆରମ୍ଭ କରନ୍ତୁ । ମଙ୍ଗଳ ଦୁର୍ବଳ ଥିଲେ ଗାଈକୁ ଗୁଡ଼ ଏବଂ ଚଣା ଖାଇବାକୁ ଦିଅନ୍ତୁ । କୌଣସି ବ୍ୟକ୍ତିର ବିବାହ ହେଉ ନଥିଲେ ଅର୍ଥାତ ବୃହସ୍ପତି ଗ୍ରହ ଦୁର୍ବଳ ଥିଲେ ରୋଟିରେ ଗୁଡ଼ ଏବଂ ଚଣା ରଖି ଗାଈକୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *